Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samir Sahu

Inspirational

2  

Samir Sahu

Inspirational

ବଳିଦାନୀ

ବଳିଦାନୀ

17 mins
6.4K


ଦୁଃଖ ନାହିଁ କିଛି କଷ୍ଟ ନାହିଁ କିଛି 

ମାଟି ମାଆ ପାଇଁ . . . . . .

ହସି ଜୀବନ ମୁଁ ଦେବି ଆଜି ।

ଉତପ୍ତ ରୁଧିର ବହେ ଝରଝର ବକ୍ଷରୁ ମୋ ଏବେ  . . . . . .

ଦେଖ ଶତ୍ରୁର ଗୋଳା ବାଜି ।୧।

ଶେଷ ରକ୍ତବିନ୍ଦୁ ଥିବାଯାଏ ମାଆ କରିଛି ଲଢ଼େଇ  . . . . . .

ଆଦୌ ପଛଘୁଂଚା ଦେଇନାହିଁ ।

ଶତ୍ରୁସୈନ୍ୟଙ୍କୁ ମୁଁ ସୁଯୋଗ ଦେଇନିପବିତ୍ର ମୋ ଦେଶ . . . . . .

ମାଆ ମାଟିକୁ ଛୁଇଁବା ପାଇଁ ।୨।

ଦେଶସେବା ପାଇଁ ପାଇଲି ସୁଯୋଗ ଧନ୍ୟହେଲା ପ୍ରାଣ  . . . . . .

ଆଉ ରହିବନି ଅବଶୋଶ ।

ଖ୍ୟାତି ମୁଁ ଚାହେଁନା ପଦକ ଚାହେଁନା ଆତ୍ମା ମୋର ଚାହେଁ  . . . . . .

ସଦା ରହୁ ଭାରତର ଯଶ ।୩।

ଅବଶ ଆଖିରେ ନିଦ ଆସିଲାଣି ଅଳ୍ପକ୍ଷଣ ପରେ . . . . . .

ଚିରଦିନ ପାଇଁ ପଡ଼ିବି ଶୋଇ ।

ଶେଷଇଛା ମୋର ମାଆ ମତେ ତୋରକୋଳରେ ଧରି ତୁ . . . . . .

ଧୂଳି ପଣତରେ ଦେବୁ ଘୋଡ଼େଇ ।୪।              _ _ _ . _ _ _

ସମୀର କୁମାର ସାହୁ

ଭୁବନେଶ୍ୱର 


Rate this content
Log in

Similar oriya poem from Inspirational