STORYMIRROR

Samir Sahu

Inspirational

3  

Samir Sahu

Inspirational

ତ୍ୟାଗମୂର୍ତ୍ତି

ତ୍ୟାଗମୂର୍ତ୍ତି

9 mins
14.2K


ମା ତୁ ଗୁମୁରି ଗୁମୁରି କାନ୍ଦୁଥାଉ।

ହେଲେ ମୋ ଓଠରେ ହସ ଭରିବାକୁ ,

ତୋ ଆଖିରେ ଲୁହକୁ ଚାପିଦଉ।

ମା ତୁ ତୋରାଣି ପିଇକି ନିତି ଶୋଉ।

ହେଲେ ମୋ ପେଟକୁ ମୁଠେ ଦାନା ପାଇଁ ,

ତୁ କେତେ ପରିଶ୍ରମ କରୁଥାଉ।

ମା ତୁ ଖାଲି ମାଟିପରେ ଶୋଇଯାଉ।

ହେଲେ ମତେ କାଳେ ଜର ହେଇଯିବ

ତୋ କାନିକୁ ମୋ ଶେଯ କରିଦଉ।

ମା ତୁ ଚିରାଫଟା ନିତି ପିନ୍ଧୁଥାଉ।

ହେଲେ ମୋ ମନରେ କାଳେ ଦୁଃଖ ହବ

ତୁ ନୂଆ କନା ମତେ କିଣିଦଉ।

ମା ତୁ ବଂଚିବାକୁ କେତେ କଷ୍ଟ ସହୁ।

ହେଲେ ମୋ ଦେହରେ ପୀଡ଼ା ଦେଖିଦେଲେ , 

ତୁ ପ୍ରାଣଶକ୍ତି ମୋର ହେଇଯାଉ।

ମା ତୁ ନିରୀହଟେ ହେଇ ଜୀଇଁଯାଉ।

ହେଲେ ମୁଁ ପଡ଼ିଲେ କେବେ ବିପଦରେ ,

ମା ତୁ ନାରୀ ନୁହେଁ ଦେବୀ ହେଇଯାଉ।

ହେଲେ ପାଦତଳେ ତୋର ନଇଁଗଲେ ,

ତୋ କୋଳକୁ ତୁ ମତେ ଭିଡ଼ିନଉ।            

ସମୀର କୁମାର ସାହୁ

ଭୁବନେଶ୍ଵର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational