ଦେଶପ୍ରେମୀ ସୁଭାଷ
ଦେଶପ୍ରେମୀ ସୁଭାଷ
ଗରୀୟାନ ତୁମେ ହେ ବୀର ସୁଭାଷ
ଧନ୍ୟ ଏ ଭାରତ ଭୂଇଁ,
ଧନ୍ୟ ତୁମ ପିତା ଜାନକୀ ନାଥ ଯେ
ମାତା ପ୍ରଭାବତୀ ଦେବୀ ॥
ଓଡିଆ ମୂଲକେ ଓଡିଆ ବଜାରେ
କଟକ ଜିଲ୍ଲା ଯେ ଧନ୍ୟ,
ଲଭି ତୁମ ପଦ ଏ ଶରଧା ପୁରୀ
ଭାରତେ ହେଲା ମହାନ ॥
ମାତା ପ୍ରେରଣାରେ ଦେଶପ୍ରେମୀ ତୁମେ
ଦେଶର ରଖିଲ ଟେକ,
ସ୍ୱାଧୀନତା ପାଇଁ ରକ୍ତ ମାଗି ତୁମେ
ରଖିଲ ଜାତିର ଭେକ ॥
ବୀର ପ୍ରସବିନୀ ଭାରତ ମାଟିରେ
ତୁମେ ଥିଲ ଶ୍ରେଶ୍ଠ ବୀର,
ବେଶ ପୋଷାକରେ ଭାଷାରେ ଭଂଗିରେ
ଇଂରେଜଂକୁ ଥିଲା ଡର ॥
ଜାତୀୟ ଚେତନା ବାଣ୍ଟୁଥିଲ ତୁମେ
ଜାତି ପ୍ରେମ ବହ୍ନି ଜାଳି,
ଗୁଳିର ଜବାବ ଗୁଳିରେ ଦେବାକୁ
ଛାଡୁଥିଲ ସିଂହ ରଡି ॥
ଜାତି ବୁଝିଲାନି ତୁମକୁ ବୀର ହେ
ତୁମେ ଗଲ ଦେଶ ଛାଡି,
ଦୁର ଦେଶେ ଗଢି " ଆଜାଦ୍ ହିନ୍ଦ୍ ଫୈାଜ"
ଆସିଥିଲ ତୁମେ ମାଡି ॥
ସ୍ୱାଧିନ ସୁଆଦ ଚାଖିଲନି ତୁମେ
ଜାତି ଛାଡି ଚାଲିଗଲ,
ଆକାଶ ମାର୍ଗରେ ଅର୍ଦ୍ଧ ଦଗ୍ଧ ହୋଇ
ଚିର ଅମର ହୋଇଲ ॥
ତୁମ ଜୟନ୍ତୀରେ ଘେନ ପ୍ରୀତି ଅର୍ଘ୍ୟ
ଜାତି କରୁଛି ମାଗୁଣି,
ଦୂରେ ରହି ତୁମେ ହେ ଯୁଗ ପୁରୁଷ
ଶୁଣାଅ ସ୍ୱାଧୀନ ବାଣୀ ॥
" ବନ୍ଦେ ମାତରମ୍"
-------ଗୈାରାଂଗ ଚରଣ ବେଉରା--------
-----ଶିକ୍ଷକ,କୁଲିଆମାଲ ଉଚ୍ଚ ବିଦ୍ୟାଳୟ-----