ମନର ମଣିଷ
ମନର ମଣିଷ
ମୁଁ ଥିଲି ଉଷର ମରୁଭୂମିର ଏକ ଦିଗଭ୍ରାନ୍ତ ପଥିକ
ଧାଉଁଥିଲି ମରୀଚିକା ପଛେପାଇବାକୁ ଜୀବନର ସାର୍ଥକତା
କାମ କ୍ରୋଧ ମଦ ଲୋଭେ ହୋଇ ଦୁରାସକ୍ତ
ଭୁଲିଥିଲି ବଂଚିବା ବଢିବାର ମର୍ମ |
ନେଇଆସି ମୋତେ ଶିଖାଇଲ ପ୍ରେମ ଆଉ ଭଲବାସା
ଅଜ୍ଞାନ ଅନ୍ଧକାରେ ଜଳାଇଲ ଆଲୋକ ବର୍ତ୍ତିକା
ଛିନ୍ନଵୀଣାରେ ସଂଯୋଜିତ କରିଦେଲ ଅପୂର୍ବ ସ୍ଵରର ଲହର
ନିରାଶାର ମରୁପ୍ରାନ୍ତରେ ଉଭା କଲ ଆଶା ମରୁଦ୍ୟାନ |
ସେଇଦିନୁ ନେଇଛି ଶପଥ, ହେବାକୁ ତୁମର ମନର ମଣିଷ
ମୋ ପରି ପଥହରା ଜନେ, ଆଣିବି ଟାଣି ତବ ଶ୍ରୀଚରଣେ
ଟଙ୍କାକୁ କରି ପର ନିଜର ମଣିଷ,
ପିଆଇବି ସମସ୍ତଙ୍କୁ ତବ ପ୍ରେମ ପୀୟୂଷ ||
