ଜୀବନଯାତ୍ରାର ଅଙ୍କକଷା
ଜୀବନଯାତ୍ରାର ଅଙ୍କକଷା
ଭଦ୍ରମୁଖା ପିନ୍ଧା ମଣିଷ ମାନେ..
ନିସ୍ତବ୍ଦ ରାତ୍ରିରେ..
କାଳିମାର କାୟା ବିସ୍ତାରରେ..
ଦିନ ତମାମ୍ କରିଥିବା କାର୍ଯ୍ୟ ଗୁଡିକୁ
ମିଶାଣ ଫେଡାଣ କରୁ କରୁ
ବଜ୍ରଗୁଣନ ସୂତ୍ର ପ୍ରୟୋଗ କରୁ କରୁ
ପହଞ୍ଚି ଯାଆନ୍ତି ସିଦ୍ଧାନ୍ତରେ..
ତା' ପରେ ପରେ...
ବୀଜଗଣିତର #ମନେକର ନେଲାପରି ଭାବିଚାଲେ...
"ଆସନ୍ତା ନୂତନ ସୂର୍ଯ୍ୟ ସହ ପରିବର୍ତ୍ତନ କରିଦେବି ସବୁକିଛି
ସ୍ୱାର୍ଥ ଲୋଭର ପରିଧାନ ପୋଷାକଠୁ ନିଶ୍ୱାସ ପର୍ଯ୍ୟନ୍ତ
ହଁ..
ସ୍ୱାଧୀନ ଭାରତରେ ମୁଁ ବା କାହିଁକି ପରାଧୀନ ରହିବି
ନିଜ ଗୋଡ଼ରେ ନିଜେ ଛିଡା ହେବି....."
କିନ୍ତୁ.., ଉତ୍ତର ବାହାରିବା ନା ହିଁ ନାହିଁ..
ସବୁବେଳେ ଠିକ୍ ସେହି ତ୍ରୁଟି...
-କେବେ ହାତ ପୁଣି କେବେ କାନରେ ମୋବାଇଲ ଟାଏ...
-ପକେଟରେ ସିଗାରେଟ୍..
-ସୁରାପାନର ପରିଣାମରେ ଟଳଟଳ ପାଦ..
-ମନ ଭିତରେ ଭିନ୍ନ ଏକ କ୍ଷୁଦା , ଭିନ୍ନ ଏକ ଲାଳସା ।
ସେଥିପାଇଁ ବୋଧେ !
#ପ୍ରୀତି କହୁଥିଲା ଜୀବନର ଏଇ ଅଙ୍କକଷା ବହୁତ କଷ୍ଟ
ହା... ହା... ହା...
ପ୍ରତିଦିନ ଏଇ ଜୀବନଯାତ୍ରାର ଅଙ୍କକଷା ଦେଖି
କାହିଁକି କେଜାଣି ମୋତେ ଲାଗୁଛି-
ତୁମେ ସବୁ ସୂତ୍ରର ପ୍ରୟୋଗ ଜାଣୁନ ବୋଧେ ?
ନହେଲେ ଏସବୁ ବହୁତ ସହଜ.....
ହା... ହା... ହା...(Bab-L-U)