STORYMIRROR

Neelamadhab Rath

Romance Tragedy

2  

Neelamadhab Rath

Romance Tragedy

ପ୍ରତିଶୃତି

ପ୍ରତିଶୃତି

1 min
118

ଡର ଲାଗେ କାଳେ 

ଭାଙ୍ଗିଯିବ ପ୍ରତିଶୃତି

ଉଙ୍କିମାରେ ଅସୁମାରୀ ଦ୍ଵନ୍ଦ

ହୃଦୟର ବ୍ୟଥା 

ଭୁଲିବି ହୁଏନି କି

ଭୁଲାଇ ହୁଏନି ।

ଚେଷ୍ଟା ତ ଅନେକ କରିଛି

ହେଲେ 

ନିଜେ ନିଜେ 

ଫାସି ଦେଇ ହେଉ ନାହିଁ ।

ଯାଣିଗଲି ଏବେ

ଭୁଲିବା ସମ୍ଭବ

କେବଳ ମୃତ୍ୟୁ ପରେ ।

ମଶାଣି ଜୁଇରେ 

ପୋଡା ହେଲା ପରେ ।

ଭୁଲିଯିବାର ପ୍ରତିଶ୍ରୁତି ଦେଇ 

ଥକି ମୁଁ ଗଲିଣି 

ନିଜକୁ ନିଜେ ମୁଁ 

ଭୁଲି ସାରିଲିଣି

ବିବଷ ଥିଲାସେ ଅଭୁଲା ମୂହୁର୍ତ୍ତ

ଥିଲା ସାଖି କେବଳ 

ପ୍ରତିଶୃତି ଆଉ ପ୍ରତିଶୃତି

ହୃଦୟରେ ଲାଗିଥିବା ନିଆଁ

ଲୁହରେ ଭିଜାଇ ଲିଭାଇ  

ହୁଏନି.... ଖାଲି 

ଲିଭାଇବାର ପ୍ରତିଶୃତି

ମୁଁ ଏଠି ହୁରୁଡାଏ ବସି 

ବୟସର ଶାଗୁଣା ପଲକୁ

ଯିଏ ନିତା ଖିନ୍ ଭିନ୍ନ କରେ

ଅସଂଯତ ପଚିଲା ଶବକୁ 

ପ୍ରତିଶୃତିର ପାହାଡ ଉପରେ

ଦିନରାତି ଏକାକାର କରି

ଭୁଲିବାର ପ୍ରୟାସରେ ।

କାହିଁକିନା ମୁଁ ଠିକ୍ ଯାଣିଗଲି

ତୁ ଆଉ ଆସିବୁନି

ମୋ ପରିଧି ଭିତରେ ।


Rate this content
Log in

Similar oriya poem from Romance