Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Classics

2  

Prasant Kumar Nath

Classics

ପଞ୍ଚକ

ପଞ୍ଚକ

1 min
336


କାର୍ତ୍ତିକ ଅଟଇ ହବିଷ ମାସଟେ

ଲଭିବା ପାଇଁକି ପୁଣ୍ୟ

ଶୁଦ୍ଧ ନିରାମିଷ ଭୋଜନ କରନ୍ତି

ପିଆଜ ରସୁଣ ଶୂନ୍ୟ ।


କାର୍ତ୍ତିକ ପୂର୍ଣ୍ଣିମା ପାଞ୍ଚଦିନ ଥିଲେ

ପଞ୍ଚକ ଯେ ଆସିଥାଏ

ଏହି ପାଞ୍ଚଦିନ ସଭିଙ୍କ ମନରେ

ଭକ୍ତିଭାଵ ଜନ୍ମିଥାଏ ।


ରାତି ନପାହୁଣୁ ଗାଧୋଇ ପାଧୋଇ

ନଈରେ ବାଲୁକା କରି

ଫୁଲ ଝୁଣା ଧୂପ ଦେଇସେ ପୂଜନ୍ତି

ପ୍ରଭୁଙ୍କୁ ମନେ ସୁମରି ।


ଗୀତା ଭାଗବତ କରନ୍ତି ପଠନ

ଧର୍ମ କାର୍ଯ୍ୟ ହୋଇ ମଗ୍ନ

ପ୍ରଭୁଙ୍କ ପାଖରେ ନିଜକୁ ସମର୍ପି

କରୁଥାନ୍ତି ତାଙ୍କୁ ଧ୍ୟାନ ।


ଜାଳି ଦେଉଥାନ୍ତି ଅକାଶଦୀପକୁ

ଶୂନ୍ୟ ଆକାଶକୁ ଚାହିଁ

କାର୍ତ୍ତିକ ଅଟଇ ପବିତ୍ର ମାସଟେ

ମାସ ମଧ୍ୟେ ସାର ସେହି ।



Rate this content
Log in

Similar oriya poem from Classics