Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Inspirational

2  

Abhakanta

Inspirational

ରୁହ ଟିକେ ଭାଇ ଖୋଜେଁ ପଡ଼ିଗଲା

ରୁହ ଟିକେ ଭାଇ ଖୋଜେଁ ପଡ଼ିଗଲା

1 min
6.9K


ରୁହ ଟିକେ ଭାଇ ଖୋଜେଁ ପଡ଼ିଗଲା

 

ଆଭାକାନ୍ତ ମହାନ୍ତି

 

ରୁହ ଟିକେ ଭାଇ ଖୋଜେଁ ପଡ଼ିଗଲା

       ଏଇଠି କେଉଁଠି ବିଚାରଟି,

ମୁଁ ଜିଇଁଛି ବୋଲି ଧରାରେ ଏଯାଏଁ

       କରୁଥିଲା ଯିଏ ପ୍ରଚାରଟି,

ସେ ମୋ ଅମୂଲ୍ୟ ଧନ

ସେ ମୋ ଜୀବେ ଜୀବନ,

କହିଲ କେମିତି ମଣିଷପଣିଆ

       ତା ବିନା ହୋଇବ ସଂଚାରଟି ? । ୦ ।

 

ହେଇତି ଦେଖିଲ ଆଉ ଗୋଟେ କଥା

       ଭୁଲିଯାଇଥାନ୍ତି ଏଇକ୍ଷଣି,

ସାଇତିବି ବୋଲି ବରଫ ମୁଣ୍ଡାଏ

       ହାତେ ମୁଠାଇଲି ଜାଣିଶୁଣି,

ଥିଲା ଶିରାରେ ବୁଡ଼ି

ବେଢ଼ିଗଲେ ପିମ୍ପୁଡ଼ି,

କାହାର ସନ୍ତୋଷ, କା'ର ଅବୋଶୋଶ

       ଜାଣିଲିନି ଥିଲି ନାଚାରଟି । ୧ ।

 

ଏହାରି ଭିତରେ କେତେ ଯେ ଗଲେଣି

       ଥିଲେ ମୋର ସାଥୀ ଭବଛୁଆଁ,

ଯିବି ମୁଁ ଜାଣୁଛି, ତଥାପି ମଣୁଛି

       ଭବସୁଖ ଭାରି ସୁଆଦିଆ,

ମୋହେ ଭୁଲୁଛି ସବୁ

ଅହେଂ କରୁଛି କାବୁ,

ପବନ ଟିକକ ବାଟ ଭୁଲିଗଲେ

       ମୋ ସାଇତା ହେବ ମିଛ ଭେଟି । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in

Similar oriya poem from Inspirational