STORYMIRROR

Tushar kanta sahoo

Abstract Action Classics

3  

Tushar kanta sahoo

Abstract Action Classics

ବଡ଼ଦାଣ୍ଡ ଭିକାରୀ

ବଡ଼ଦାଣ୍ଡ ଭିକାରୀ

1 min
273


ମତେ କରି ଦିଅ ମହାପ୍ରଭୁ

ତୁମ ବଡ଼ ଦେଉଳର ଭିକାରୀ,

ତୁଣ୍ଡେ ଥିବ ତୁମ ସେ ଅମୂଲ୍ୟ ନାମ

କିନ୍ତୁ ମନେ ଥିବ ପେଟର ଗୁହାରୀ।

ମୁଁ ବଡ଼ ଦାଣ୍ଡ ଭିକାରୀ।


ମିଛରେ ଜପୁଥିବି ତୁମ ସତ ନାମକୁ ଉଚ୍ଚାରି,

ତାଳକୁ ତାଳ ଧରି,

ଭିକ୍ଷା ପ୍ରାପ୍ତି ପରେ,

ଟିକେ ହସି ଦେଇ 

ମିଛ ତୁଣ୍ଡରେ ତୁମକୁ ସ୍ମରି।

ମୁଁ ବଡ଼ ଦାଣ୍ଡ ଭିକାରୀ।


ପୁଣି ବସି ଯିବି

ତୋ ବଡ ଦାଣ୍ଡରେ

ସେ ଅପରିସ୍କୃତ 

ସଂକୀର୍ଣ୍ଣ ରାଜ ରାସ୍ତାରେ,

ରାସ୍ତାର ଧୂଳି ଗୁଡ଼ିକ 

ମୋ ଦେହେ ବାଜୁ ଥିବେ,

ଧନ୍ୟ ମଣୁ ଥିବି 

 ସମର୍ପଣ କରି ତୋ ପାଖେ।

 କହୁ ଥିବି ମୁଁ ବଡ଼ ଦାଣ୍ଡ ଭିକାରୀ।


କିଛି ବାବୁ ବାବୁଆଣି

ତୀର୍ଥ କରିବାକୁ ଆସି

ତୋ ପାଖୁ ଫେରୁ ଥିବେ।

ପୁଣ୍ୟ କମେଇବାକୁ ଯାଇ

ମୋ ଅସନା ହାତରେ 

କିଛି ମୁଦ୍ରା ଫିଙ୍ଗି ଦେଉ ଥିବେ।

କହୁ ଥିବି ମୁଁ ବଡ଼ ଦାଣ୍ଡ ଭିକାରୀ।


ପୁଣି ଥରେ ଭିକ୍ଷା

ମାଗୁ ଥିବି ତୋ 

ଜଣାଣ କୁ ଗାଈ

ଅନ୍ୟ ଏକ ଶ୍ରଦ୍ଧାଳୁ

ପାଖେ ଯାଇ।

ଯଦି କିଛି ଅର୍ଥ ମିଳେ

ତୋ ଭିନ୍ନ ଭିନ୍ନ

ରୂପକୁ ଚାହିଁ।

କହୁ ଥିବି ମୁଁ ବଡ଼ ଦାଣ୍ଡ ଭିକାରୀ।


ଯେବେ ମୋ ଦେହେ,

ପିଟୁ ଥିବେ ଅଙ୍ଗରକ୍ଷୀ,

ତୋ ଅରୁଣ ସ୍ତମ୍ଭକୁ 

ରଖି ଥିବି ମୋର ସାକ୍ଷୀ।

ମୁଁ କଳ୍ପନା କରୁ ଥିବି

ବଡ଼ ପଣ୍ଡାଙ୍କ ସେ ବେତ ପ୍ରହାର।

ତୁ ସବୁ ଦେଖୁ ଥିବୁ,

ହେ ମୋର ଚକା ଆଖି।

କହୁଥିବି ମୁଁ ବଡ଼ ଦାଣ୍ଡ ଭିକାରୀ।


ପେଟ ମୋର ଆରାଣ୍ଡୁ ଥିବ

ପେଟେ ଖାଇବାକୁ,

କେହି ଜଣେ ଯାଚୁ ଥିବ

ତାର ସେ ବଳକା ଖାଦ୍ୟକୁ।

କହୁଥିବି ମୁଁ ବଡ଼ ଦାଣ୍ଡ ଭିକାରୀ।


ଯଦି ନ ମିଳେ ଖାଇବାକୁ

ଦଉଡି ଯିବି ତୋ ସେ ଆନନ୍ଦ ବଜାରକୁ

କିଛି ଖାଇବି,

ଆଉ କିଛି ନେଇ ଆସିବି

ତୋ ସେ ଫିଙ୍ଗା

ହୋଇଥିବା ଅଭଡ଼ାକୁ।

କହୁଥିବି ବଡ଼ ଦାଣ୍ଡ ଭିକାରୀ।


ଯେବେ ନିଷ୍କ୍ରିୟ ହୋଇ ଯିବି

ଖାଦ୍ୟ ଅନ୍ୟ ଅନ୍ୱେଷଣେ,

ନରେନ୍ଦ୍ର ଜଳକୁ ପିଇ

ମେଣ୍ଟିବି ମାେ କ୍ଷୁଧାକୁ

 ତୋ ସମର୍ପଣେ।

 କହୁଥିବି ବଡ଼ ଦାଣ୍ଡ ଭିକାରୀ।


ଶ୍ରଦ୍ଧାଳୁଙ୍କ ଭିକ୍ଷାକୁ 

ହାତରେ ଜାକି,

ତୋ ନୀଳଚକ୍ର କୁ

ହାତ ମୁଁ ଟେକି।

ବଞ୍ଚିଯିବି କିଛି ଦିନ,

ହେ ମୋର ଦାରୁବ୍ରହ୍ମ କଳା ଦିଅଁ।

କହୁଥିବି ବଡ଼ ଦାଣ୍ଡ ଭିକାରୀ।


#ସିଧାକଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract