ମୋ ଟିକି ଘର
ମୋ ଟିକି ଘର
ମୋର ଘରଟି ବହୁତ ଟିକି
ବତା ବାଉଁଶ ଗୋବର ମାଟି
ଚାଳରେ ଛଣ ନଡ଼ା
ମୋ ଘର ମୋର ସରଗପୁର
ଧନ କି ଜନ ନ ଥାଉ ମୋର
ନ ଥାଉ ହାତୀଘୋଡ଼ା।
ନ ଥାଉ ପଛେ ମୋ କୋଠାବାଡ଼ି
ଘୋଡ଼ା କି ହାତୀ ମଟର ଗାଡ଼ି
ନ ଥାଉ ପଛେ ଧନ।
ଖାଇଲି ଯାହା ମିଳିଲା ମତେ
ଶାନ୍ତିରେ ଶୋଇ ସପନ କେତେ
ଦେଖଇ ସବୁଦିନ ।
ସେଇଠି ଖାଏ ସେଇଠି ଶୁଏ
ସପନ ଦେଖେ ଭଜନ ଗାଏ
ସରଗ ସିଏ ମୋର।
ଯେଉଁଠି ଶାନ୍ତି ମୋ ପାଇଁ ଭରା
କି ଖରା ତରା ବରଷ ସାରା
ସେଇ ମୋ ଟିକି ଘର।