Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susmita Patel

Inspirational

3  

Susmita Patel

Inspirational

ବର୍ଷା......କାଲି ଓ ଆଜିର

ବର୍ଷା......କାଲି ଓ ଆଜିର

1 min
6.7K


 

ବର୍ଷା......କାଲି ଓ ଆଜିର

କାଦୁଅ ପଚପଚ...ଖସଡିଆ ଗାଁ ଦାଣ୍ଡେ

ଗୋଳିଆ ପାଣିର ଚିକିଟିଆ ସୁଅରେ

ତୋ.....ମୋ ସମ୍ପର୍କ

ଉଦଣ୍ଡ ନୃତ୍ୟରେ ଆସୁଥିଲୁ ତୁ

ଆଉ......ଭିଜୁଥିଲି ମୁଁ

ତୋ ଯୌବନର ଉନ୍ମାଦପଣରେ

ମନ କାଗଜରେ ନଉକା ତିଆରି

ଭସାଉଥିଲୁ ତୁ ଆଉ....

ଆହୁଲା ଥିଲି ମୁଁ...

ସେ ପଙ୍କିଳ ରାସ୍ତାରେ

ସାତଦରିଆ ପାରିର ସାଧବପୁଅ ତୁ

ଆଉ.....

ନୂଆଁଣିଆ ସାଧବବହୁଟେ ମୁଁ

ଛଣ,ନଡା,ଛପରଦେଇ

ଡେଇଁଡେଇଁ ସ୍ୱପ୍ନ ସବୁ ଫିଙ୍ଗୁଥିଲୁ ତୁ

ଆଉ.....

ଗୋଟାଉଥିଲି ମୁଁ ଭିଜାଅଣ୍ଟିରେ ମୋ

ଆମନ୍ତ୍ରଣେ ତୋର,ଗୋଟାପଣେ ସମର୍ପିଥିଲି

ମୋତେ ଆଉ ତୁ......

ଜଡ଼ସଡ଼ କରି ଦେଉଥିଲୁ ତୋ

ଓଦାଓଦା ସ୍ପର୍ଶରେ.....

କାମନାର ନିଆଁ ଦୁକୁଦୁକୁ ଜଳୁଥିଲା

ଉଷୁମ ଉହ୍ମେଇ,ରେଜେଇ ତଳେ

ଆଉ ମୁଁ ଗୋଟାପଣ ଥରୁଥିଲି....

ତୋ.....ଓଦାଳିଆ ପରଶରେ

ମାତ୍ର...ସେଦିନୁ ତୁ ହଜିଯାଇଛୁ

ବୋଧହୁଏ କାହା ବାହୁବନ୍ଧନରେ

ଦବିଯାଇଥିଲୁ.....ଆଧୁନିକତାର ଚାକଚକ୍ୟ ତଳେ

ଆଉ....ମୁଁ ଖୋଜୁଥିଲି ତୋତେ

ସେବେଠୁ.....ଏପର୍ଯ୍ୟନ୍ତ

ସେଇ ଗାଁଦାଣ୍ଡ ପକ୍କାରାସ୍ତା.....କଂକ୍ରିଟ ସହରେ

କୋଠଘରେ ଛାତରେ

ରୁମ୍ ହିଟର ଓ କମ୍ବଳ ତଳେ

ତୋତେ ଓ

ତୁ ମୋତେ  ।

 

 


Rate this content
Log in

Similar oriya poem from Inspirational