ଶେଫାଳି
ଶେଫାଳି
ଶୀତ ଋତୁର ନିଶାର୍ଦ୍ଧରେ
ଶିଶିର ବିନ୍ଦୁର ସ୍ପର୍ଶରେ
ଶେଫାଳୀ କଢିରୁ ଫୁଲ ଫୁଟି
ମହକାଇ ଦିଏ ଧରା
ତା ମହକରେ କଂପି ଯାଏ
ଵାୟୁ ମଣ୍ଡଳ ସାରା ।
ସେ ସମୟରେ କେବକ ରାତ୍ରି ଉଜାଗର
ରାତ୍ରିଚର ମାନେ ହିଁ ଅନୁଭବ କରିଥାନ୍ତି
ତା° ସୁଗନ୍ଧର ମହ ମହ ବାସ୍ନା ।
ସକାଳ ସୂର୍ଯ୍ୟର କିରଣ
ଅବଲୋକନୀ ହେବା ପୂର୍ବରୁ
ଶେଫାଳୀ ହୋଇ ଯାଏ ଧରାଶାୟୀ
ତା'ର ଆୟୁଷ ମାତ୍ର କେଇ ଘଣ୍ଟାର
ସେ ହଜାଇ ଦିଏ ତାର ସ୍ଥିତି
କିନ୍ତୁ ମହ ମହ ବାସନାର ମହକ
ସଭିଙ୍କ ନିଃଶ୍ଵାସ ପ୍ରଶ୍ଵାସରେ
ରହି ଯାଏ ଲାଖି
ଭୁଲି ହୁଏ ନାହିଁ ତାକୁ
ରହିଯାଏ ତାର ସ୍ମୃତି ।।
ଅମ୍ବିକା ସ୍ୱାଇଁ