Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Abstract Inspirational

2  

Ram Prasad Bisoi

Abstract Inspirational

ପାପତିିତିଆ

ପାପତିିତିଆ

1 min
1.5K


ନିହାତି ଅନୁପ୍ରବେଶ ନିଷିଦ୍ଧ ଇଲାକା

କହିପାର,

ଅତ୍ୟନ୍ତ ଲୋଭନୀୟ ରୋମାଞ୍ଚକର,

ଅନୁଭୂତି,

ମଧୁଲାଳସାର-

ଏକ ବ୍ୟତିକ୍ରମ ଉପକ୍ରମଣିକା

ସ୍ଥାନ-

ନିର୍ଜନ ସହରତଳି ବସ୍ତି,ନିବୁଜ କୋଠରି,

ନଦୀକୂଳ ମକାବାଡ଼ ,ପାହାଡ଼ତଳି ଅଳସୀ କ୍ଷେତର ,

ଶୀତୁଆ ସନ୍ଧ୍ୟାକାଳ,

ସାନିଧ୍ୟ ଖୋଜୁଥିବା ସ୍ପର୍ଶକାତର ଦୁଇଟି ପ୍ରାଣର ଆତୁରତା

ଗୋଟିଏ କିଛି ସ୍ୱାର୍ଥ ହାସଲକାରୀ

ମାଧ୍ୟମ 

କିଛି ବିନିମୟ ମାତ୍ରଧିକ ମୂଲ୍ୟପୈଠର ପରିଣାମ,

ସାଧନ

କିଛି ନୂତନତ୍ଵର ଅନୁସନ୍ଧାନ,

ବିକାର,

ଅସରନ୍ତି ଅନ୍ଧାର ଭିତରେ ବୁଡି ରହିଥିବା 

କାମନାରେ ଜର୍ଜରିତ ଦୁଇଟି ଶରୀରର,

ପ୍ରେମର ନିଆରା ଖେଳ ,

ପାପର ଜ୍ୱାଳା ଆଗରେ ପାଗଳ ପତଙ୍ଗର ଝାସ,

କିଏ ? ଭ୍ରୁକ୍ଷେପ କରୁଛି ସାମାଜିକ ପ୍ରତିବଦ୍ଧତାକୁ,

ହସ୍ତଯୁଗଳେ ବନ୍ଦୀ ,

ନିଃସହାୟ ଦୁଇଟି ଚରିତ୍ର,

ଭାଵ ସମର୍ପଣରେ ବିବର୍ତ୍ତିତ ହେବାକୁ ଯାଉଥିବା

ପିଣ୍ଡାରୀର ଔଦ୍ଧତା ଆଗରେ

ପ୍ରେମ ଓ କାମ ପାରିଧ୍ୟରେ 

©®କାଶ୍ୟପ,ରାୟଗଡା ।


Rate this content
Log in

Similar oriya poem from Abstract