Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Inspirational

3  

Hrushikesh Satpathy

Inspirational

ଭିନ୍ନ ଏକ ଅଳଙ୍କାର

ଭିନ୍ନ ଏକ ଅଳଙ୍କାର

1 min
7.1K


ଜୀଅନ୍ତା ସପନ ନେଇ

ଜୀବନକୁ ଜୀଇବାକୁ ହୁଏ ।

ସେଇଥିରେ ଜୀବନର

ଚିରନ୍ତନ ସତ୍ୟ ରହିଥାଏ ।

ବିନିଦ୍ର ସପନେ ଆଶା

ଅହେତୁକ,ମିଛ ପ୍ରହେଳିକା ।

କପୋଳ କଳ୍ପିତ ଚାନ୍ଦ

ଆଶା କଲେ ମିଳିଥାଏ ଧୋକା ।

ସଫଳ ଜୀବନ ପାଇଁ

ନିଜ ସ୍ଵପ୍ନ ନିଜେ ଗଢାଯାଏ ।

ସେ ସପନେ ସୁକର୍ମର

ବାସ୍ତବ ପ୍ରଲେପ ଭରିଯାଏ ।

ସପନ ହିଁ ମଣିଷକୁ

ଜୀବନରେ ଲକ୍ଷ ଭରିଥାଏ ।

ଯେବେ ସେଇ ସପନଟି

ସତ୍ୟନିଷ୍ଠ ରଙ୍ଗ ପାଇଥାଏ ।

ହେ ବନ୍ଧୁ ! ଆସ ଆମେ

ନିଜ ନିଜ ସପନ ଗଢିବା ।

ପର ସପନରେ କେବେ

ରଂଗ ହୀନ ପ୍ରଲେପ ନଦେବା ।

ନିଜ ସପନରେ ହଜି

ସପନକୁ ସୁନା କରିଯିବା ।

ସେ ସପନେ ସଂସାରକୁ

ଭିନ୍ନ ଏକ ଅଳଙ୍କାର ଦେବା ।


Rate this content
Log in

Similar oriya poem from Inspirational