Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଜାତୀୟ ପତାକା ଆମର ପ୍ରତୀକ

ଜାତୀୟ ପତାକା ଆମର ପ୍ରତୀକ

1 min
168



ଜାତୀର ଗୌରବ ସେତ ଜାତୀୟ ନିଶାଣ

କେତେ ରକ୍ତ କେତେ କେତେ ପ୍ରାଣର ଷ୍ପନ୍ଦନ

ଅନେକ ସହିଦ୍ ପରାଣେ ଯାର ଜୀବଦାନ

ଏମିତିକା ଦେଖି ଛକି ଆଜି

ସିଏ ଶୂନ୍ୟ ଦୋଳିରେ ଯା’କୁ ଉଡାଏ ପବନ ।


କୋଟି ପରାଣର ଈପ୍‌ସିତ ସ୍ଵପ୍ନ

              ଏକତାର ଏକ ଚିହ୍ନ

ଶାନ୍ତି, ମୈତ୍ରୀ, ପ୍ରୀତି ର ଗୁଞ୍ଜନେ ସେତ

             ହେଉଥାଏ ଗୁଞ୍ଜରଣ ।


ଜାତୀର ସେ ସ୍ଵାଭିମାନ ପବିତ୍ର ବନ୍ଧନ

ସେ ଯେ ସଂହତି ର ଅମୃତ ଆହ୍ଵାନ

ଭାଙ୍ଗି ଦେଇଅଛି କେତେ ମାନ ଅଭିମାନ

ଅତୁଳ ନୀୟ ତା ରୂପ ଅନନ୍ୟ ଶୋଭନ

ଅନନ୍ତ ଆକାଶ ତଳେ ଚିତ୍ର ଅନୁପମ ।


ନିମ୍ନ ଭାଗ ସବୁଜ ଶ୍ୟାମଳ ରୂପ

      ସେତ ଧରିତ୍ରୀ ପ୍ରତୀକ

ଉର୍ଦ୍ଧ ଦେଶ ଆଧ୍ୟାତ୍ମିକ ଉତ୍କର୍ଷତା 

            ତାର ସେ ନାରଙ୍ଗି ରଙ୍ଗ ।


ଶାନ୍ତି,ସତ୍ୟ,ଶୁଦ୍ଧତାର ଧବଳ ବରଣ

ଜୀବନର ଅଗ୍ରଗତି ମଧ୍ୟେ ଚକ୍ର ଚିହ୍ନ

ଚର୍ତୁବିଂଶ ପହି ବିଶିଷ୍ଟ ଚକ୍ର

ସେଯେ ବୁଝାଏ ଜୀବନ

ଆତ୍ମତ୍ସର୍ଗ ନୈତିକତା ସେବା କ୍ଷମା ପ୍ରେମ

ଅହିଂସା ମନ୍ତ୍ରେ ମନ୍ତ୍ରୀତ ଏ ଅଦ୍ଭୁତ ନିଶାଣ ।


ଏମିତି *ଅବାପ୍ତ ଉଦ୍ଦାମ ଅସ୍ମିତା 

           ମୋର ଭାରତ ବର୍ଷର

ତ୍ରିରଙ୍ଗା ପତାକା ‌‌ନାମ ସେ ପ୍ରତୀକ

           ମୋର ଭାରତ ମାତାର ।


ସହି ସହି କେତେ ଉତ୍ପୀଡନ ଆଉ ଅତ୍ୟାଚାରୀ ଉତ୍‌ପ୍ରେକ୍ଷଣ

କେତେ କ୍ରାନ୍ତିକାରୀ ବିପ୍ଳବୀ ଙ୍କ ଜୀବନର ନିମୀଳନ

କେତେ କଷ୍ଟ ଲବ୍ଧ ଉପାର୍ଜିତ ଏଯେ ଆମର ଅମୂଲ୍ୟ ରତ୍ନ

ରଖିବା ଏହାର ମାନ ମହତ, ଏ ପରା ଆମ

ଜାତୀୟ ଗୌରବ ନିଶାଣ ।


ପଞ୍ଚସ୍ତରି ବର୍ଷ ଅମୃତ ଉତ୍ସବ

   ଘରେ ଘରେ “ଉତ୍ତୋଳନ

ଜାତୀୟ ପତାକା” ମିଳିମିଶି କରି

   ଜାତୀୟ ସଂଗୀତ ଗାନ ।



Rate this content
Log in

Similar oriya poem from Inspirational