ବନ ମାନବ
ବନ ମାନବ
ସୁରଜିତ୍ କୁମାର ପାତ୍ର
ମୁଁ ଆକାଶରେ ଉଡିବିନି
ମୁଁ ତ ଫଳଖିଆ ବନର ମାନବ
ମୁଁ ଆକାଶରେ ଉଡିଲେ
ସହରିଏ ଖାଇଯିବେ ମୋ'ବନ ବିଭବ।
ମୋ'ବନର ସବୁଜିମା ଲୁଟିନେବେ ସକଳେ
ଅଗଣାରେ ସଜାଇବେ
ହସିବାକୁ ସଞ୍ଜବେଳେ
କଂକ୍ରିଟର ଜଙ୍ଗଲଟେ ତୋଳିଦେବେ ଏଠି
ମୋ'ବନର ଯେତେଧନ ସବୁ କାଟିକୁଟି ।
ଏଇ ଦେଖୁଛ ...
ମୋ'ଆଗର ବିସ୍ତୀର୍ଣ୍ଣ ମୂଲକକୁ ?
ହାତୀଶୁଣ୍ଢ ଯନ୍ତ୍ର ଆଣି ଖୋଳିଦେବେ ତାକୁ।
ଇଟା ଆଉ ସିମେଣ୍ଟରେ ସଜାଡିବେ କାନ୍ଥ
ଘର୍ଘର ନାଦରେ ପୋତିଦେବେ ଖାଲଢିପ କ୍ଷେତ ।
ବାରଡଙ୍ଗି ଚୁଡାର ଏ ପାହାଡି କନ୍ଯାକୁ
ବାଟଭାଙ୍ଗି ନେଇଯିବେ ଗାଧୂଆ ଘରକୁ।
ମୋତେ ଡାକିବନି....
ଏ ଜଙ୍ଗଲ ମାଁ ମୋର ଏଇ ମାତୃଭୂମି
କାହିଁକି ଉଡିବି ଆକାଶରେ
ପାଦଚଲା ଯନ୍ତ୍ରଣା
ଆଉଥରେ ସହିବାକୁ ଓହ୍ଲାଇଲାପରେ
ନାଁ-ଥାଉ...ଟଙ୍କାର ଲୋଭରେ
ଏ ଜନ୍ମରେ ଆଉକେହି ମାଁ ମୋର ନହେଉ ।
ମୁଁ ଏଠି ଠିକ୍ ଅଛି
ତା'କୋଳର ସୌଗନ୍ଧକୁ ହାତରେ ସାଉଁଟି
ତା' ସ୍ନେହରେ ବନ୍ଧାହୋଇ
ଜୀବନ ଜୀଉଁଛି ।।
ଉତ୍କଳିକା ଭାଷା ନିଳୟ
ସାଇତିଙ୍ଗିଆ ଫିରିଙ୍ଗିଆ
କନ୍ଧମାଳ