ସୁଦର୍ଶନ
ସୁଦର୍ଶନ
ଥିଲା ଗୋଟେ ମଫସଲି ଗାଆଁ
ସୁରପୁରୁ ବୋଲି ତାର ନାଆଁ
ରହୁଥିଲେ ସେଠି ଯେତେ ମୂର୍ଖ
ପାଠଯେ ନମାଡେ ତାଙ୍କ ପାଖ ।
ସୁଦର୍ଶନ ବୋଲି ଗୋଟେ ପିଲା
ପଢିବାକୁ ସିଏ ମନ କଲା ।
ଏକଥା ଶୁଣିନ ଗ୍ରାମବାସୀ
ହୋଇଲେ ସମସ୍ତେ ହସାହସି ।
ଏଥିରେ ନପଡ଼ି ସିଏ ଭାଙ୍ଗି
ବାପାଙ୍କୁ କହିଲା କାନ୍ଦି କାନ୍ଦି
ସ୍କୁଲରେ ମୋ ନାମ ଦିଅ ଲେଖି
ସାଜ ନାହିଁ ତମେ ଜମା ଦୁଃଖୀ ।
ପିଲାଟିର ସେହି କଥା ରଖି
ସ୍କୁଲରେ ତା ନାମ ଦେଲେ ଲେଖି ।
ପାଠ ପଢିବାକୁ ଗଲା ସିଏ
ପାଠରେ ନଟପେ ତାକୁ କିଏ ।
ମୁଣ୍ଡରେ ଥିଲତା ପାଠ ଖଣି
ପଢୁ ପଢୁ ଗଲା ସବୁ ଜାଣି ।
ଆଦର୍ଶ ଛାତ୍ରଟେ ସିଏ ହେଲା
ଗୁରୁଙ୍କ ହୃଦୟେ ଘର କଲା ।
ପାଠ ପଢି ଡାକଟର ହେଲା
ଗାଆଁ ରୋଗୀଙ୍କର ସେବା କଲା।
ବାପା ମାଆ ତାର ହେଲେ ଖୁସି
ଉପକୃତ ହେଲେ ଗ୍ରାମବାସୀ
ଗାଆଁର ସମ୍ମାନ ଗଲା ବଢି
ସମସ୍ତେ ଧାଇଁଲେ ପାଠ ପଢି ।
ମୁରୁଖ ନହେଲେ କେଉଁ ପିଲା
ଗାଆଁଟା ଶିକ୍ଷିତ ହୋଇଗଲା ।