STORYMIRROR

ଶିଶିର ସାହୁ ମନୋଜ

Abstract

2  

ଶିଶିର ସାହୁ ମନୋଜ

Abstract

ଯୁଵକ ଓ ସ୍ଵେଚ୍ଛାସେଵୀ

ଯୁଵକ ଓ ସ୍ଵେଚ୍ଛାସେଵୀ

1 min
454

ଆଜି ମନ୍ଦିରରେ ବହୁତ ଭିଡ଼ ଥିଲା । ଦେଵଦର୍ଶନ ପାଇଁ ଶହ ଶହ ଲୋକ ଲମ୍ଵା ଧାଡ଼ି ଲଗେଇ ଠିଆହୋଇଥାନ୍ତି । ଯୁଵକଟେ ବଡ଼ କୌତୁହଳ ପୂର୍ଵକ ସେମାନଙ୍କ ଆଡ଼େ ଚାହିଁଥାଏ ।

ଜଣେ ଧାର୍ମିକ ସ୍ଵେଚ୍ଛାସେଵୀ ଯୁଵକ ପାଖକୁ ଆସି କହିଲେ

“ଦେଖନ୍ତୁ ଆଜି ମନ୍ଦିରରେ ବହୁତ ଭିଡ଼, ଏମିତିରେ ଦର୍ଶନ ସହଜ ନୁହେଁ କିନ୍ତୁ ଵିଶିଷ୍ଟ ଵ୍ଯକ୍ତିଙ୍କ ପାଇଁ ମନ୍ଦିର ପ୍ରଶାସନ ଵିଶେଷ ଵ୍ଯବସ୍ଥା କରିଛନ୍ତି । ଦେଵ ସେଵା ହେତୁ ଟ. ୫୦୧.୦୦ ଙ୍କା ଵ୍ଯୟ କରନ୍ତୁ ସିଧା ଦର୍ଶନ ପାଇପାରିବେ !”

ଯୁଵକ କହିଲା “୧୦୦୧.୦୦ ଦେବି । ଭଗଵାନଙ୍କୁ ଟିକିଏ କୁହ ତ ମୋ ସହ ବାହାରେ ଭେଟି ଯିଵେ । ତାଙ୍କୁ କହିଵ ମୁଁ ଆଇଛି,ମୋ ନାଆଁ ଶୁଣିଲେ ସେ ନିଶ୍ଚେଁ ଅସିଵେ ଯେ ”

ସ୍ଵେଚ୍ଛାସେଵୀ ଟା ସାମାନ୍ୟ ଚିଡ଼ି ଯାଇ କହିଲା

“ହେଇ ଟୋକା କମ୍ ବହପ ନୁହେଁ ତ ତୋର ଗମାତ କରୁଛୁ । କେଵେ ଶୁଣିଛୁ ଅଦିନେ ଈଶ୍ଵର ମନ୍ଦିର ଛାଡ଼ି ବାହାରକୁ ଆସନ୍ତି କିଏ ରେ ତୁ !”

ଯୁଵକ ପୁଣି କହିଲା

“ରାଗୁଛନ୍ତି କାହିଁକି ଯେ ୧୦୦୦୧.୦୦ ଦେବି

ତାଙ୍କୁ କହିଵ ମୁଁ ଅମେକେଇ ପୁଅ ସମକେଇ ମୋତେ ମୋ ଘରେ ଅସି ଥରେ ମାତ୍ର ଭେଟି ଯିଵେ ଟି”

ଏତକ ଶୁଣିଲା କ୍ଷଣି ସ୍ଵେଚ୍ଛାସେଵୀର ରକ୍ତ ଗରମ ହେଇଗଲା, ଆଖି ରଙ୍ଗ ହେଇଗଲା,ଜଗତ ଅନ୍ଧାର ଦିଶିଲା ସ୍ଵେଚ୍ଛାସେଵୀଟା ଚିଲ୍ଲେଇକି କହିଲା

“ଏ ତୁ ଭଗଵାନଙ୍କୁ କଣ୍ ଭାବୁଛୁ ଵେ ”

ଯୁଵକ ବି ପ୍ରତ୍ୟୁତ୍ତର ଦେଲା

“ସେଇକଥା ତ ତେମେ ଭଗବାନଙ୍କୁ କିୟଣ ଭାବୁଛ କି ”

ଏତିକିଵେଳେ ‘ସଂସ୍କୃତି ରକ୍ଷକ ସେନା’ର ଦଳେ ‘ସାଂସ୍କୃତିକ ଗୁଣ୍ଡା’ ଆସି ଯୁଵକକୁ ଭଗଵାନଙ୍କ ଅପମାନ କରିଵା ଦୋଷରେ ପିଟିଦେଇ ଗଲେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract