STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ଉଠିବାକୁ ଦିଅ 

ଉଠିବାକୁ ଦିଅ 

1 min
12


ଆଖିପତା ମୁଦି ଆସୁଛି ଏବେ 
ନିଷ୍କ୍ରିୟ ତନୁ ମନ 
ନିଷ୍ଫଳ ଦୁନିଆଁ ନା ଅସଫଳ ବ୍ୟକ୍ତିତ୍ୱ 
ଯାହାବି ହେଉ ଶୋଇବାକୁ ଘଡିଏ 
ଡାକନା ଭେଟଘାଟ ବେଳ ନୁଁହଁ ଇଏ 
ଡ଼ାକିବ ଯେବେ ନଥିବ ପରଶ୍ରୀକାତରତା 
 ଉଠେଇବ ଯେବେ ଖବରୀ ଚଢେଇଟା 
ଖବର ପରଷୁଥିବ ଡାକଵାଲା 
ସାଇକେଲ ବ୍ୟାୟାମରେ ଓଡିଶା ବୁଲା 
ମନ ପଞ୍ଚୁରୀରୁ ଫିଟିବ ତାଲା 
କଲରା ଖାଇବାକୁ ଅଡ଼ି 
ବାନ୍ଧି ପୁଟୁଳି ପେଡି 
ଖୋଲିବ ପାଦରୁ ବେଡି 
ଡାକୁଥିବ ସ୍ୱାଧୀନତା ହେବାକୁ ଚେତା 
ପୋଛି ଚିତା ପିନ୍ଧି କାଚ ମାଳି ସହିଷ୍ଣୁତା 
ପୁଣି ଶୁଭୁଥିବ ପକା କମ୍ବଳ ପୋତ ଛତା 
ଶୁଣୁ ଅବୋଲକରା କହୁଛି କଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action