Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Mrutyunjay Patra

Romance Inspirational

4.0  

Mrutyunjay Patra

Romance Inspirational

ଉପହାର

ଉପହାର

3 mins
77


ଆଜି ଝିଅଟିର ବାହାଘର । ବିବାହ ପରେ ତା ମା ତାକୁ ଏକ ବ୍ଯାଙ୍କ୍ ସଞ୍ଚୟ ଖାତା ଦେଇ କହିଲେ; " ମା, ଏଇଟିକୁ ରଖ। ତୁମ ଦୁଇଜଣଙ୍କ ବୈବାହିକ ଜୀବନର ପ୍ରତ୍ୟେକ ସ୍ମରଣୀୟ ଦିନ ବା ମୁହୂର୍ତ୍ତକୁ ମନେ ରଖିବାକୁ ସେହିଦିନ ଏହି ପାସବୁକ୍ ରେ କିଛି ଟଙ୍କା ଜମା ରଖିବ ଏବଂ ତା ପାଖରେ ସେ ଦିନକୁ ସଂକେତର ବଣ୍ଣନା କରିବ। ମୁଁ ଆଜି ଶୁଭାରମ୍ଭ କରି ପାସବୁକ୍ ରେ 1000 ଟଙ୍କା ଜମା କରିଛି।"

  ଝିଅଟି ତାର ଚଉଠି ରାତିରେ ତା ସ୍ବାମୀକୁ ମା ଦେଇଥିବା ପାସବୁକ୍ କଥା କହି ତାକୁ ଦେଖାଇଲା । ତା ସ୍ବାମୀ ମଧ୍ଯ ଶାଶୁଙ୍କର ଏଇ ଅଭିନବ ଚିନ୍ତାଧାରାକୁ ବେଶ ତାରିଫ କଲା। ଏବଂ ସ୍ବାମୀ ଓ ସ୍ତ୍ରୀ ଦୁଇଜଣ ମା ଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବେ ବୋଲି ସଂକଳ୍ପ ନେଲେ। କଛିଦିନ ପରେ ଜମାଖାତାଟି ଏହିପରି ଥିଲା ।

15 ଜାନୁଆରୀ -500 ଟଙ୍କା ।ବିବାହ ପରେ ସ୍ବାମୀଙ୍କ ପ୍ରଥମ ଜନ୍ମଦିନ । ସ୍ତ୍ରୀ ସହିତ ଜନ୍ମଦିନ ପାଳନ । 

2 ମାର୍ଚ୍ଚ - 1000 ଟଙ୍କା । ସ୍ତ୍ରୀ ର ଦରମା ବୃଦ୍ଧି ।

5 ଏପ୍ରିଲ - 1000 ଟଙ୍କା। ଉଭୟଙ୍କର ହନିମୁନ୍ ରେ ଗୋଆ ଯାତ୍ରା ।

25 ଜୁନ - 2000 ଟଙ୍କା । ସ୍ତ୍ରୀ ପ୍ରଥମ ଗର୍ଭବତୀ ହେବା ।

28 ଜୁନ୍ - 3000 ଟଙ୍କା । ସ୍ବାମୀଙ୍କର ପ୍ରମୋସନ ।

ଏହପରି ପୁତ୍ର ଜନ୍ମହେବା, ସେ ପ୍ରଥମକରି ଠିଆ ହେବା, ପ୍ରଥମ କରି ମା ଡାକିବା ଇତ୍ୟାଦି ଇତ୍ୟାଦି କେତେ ସ୍ମୃତିକୁ ଉଜ୍ଜୀବିତ ରଖିବା ଲାଗି ସେମାନେ ବ୍ଯାଙ୍କ ଜମାଖାତାରେ ଟଙ୍କା ଜମା ରଖି ଟ୍ଟିପଣୀରେ ସ୍ମରଣୀୟ ଦିନଟି ମାନ ଲେଖି ରଖିଲେ।

   ସମୟ ଗଡିଚାଲେ । କାମ ଓ ଘରକରଣାର ଚାପ ଦୁଇଜଣଙ୍କୁ ଭାରାକ୍ରାନ୍ତ କରେ। ଆସ୍ତେ ଆସ୍ତେ ଉଭୟ ଉଭୟଙ୍କୁ ସାହାଯ୍ଯ କରିବା ବଦଳରେ ପ୍ରତ୍ଯେକ ପ୍ରତ୍ଯେକଙ୍କ ଭୂଲ ଖୋଜିବାରେ ବ୍ୟସ୍ତ ରୁହନ୍ତି । ଅହରହ ଛୋଟ ଛୋଟ କଥାରେ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ହୁଏ।

କ୍ରମଶଃ କଥା ଏତେ ବାଟରେ ପହଞ୍ଚିଲାଯେ ଉଭୟ ମନେ ମନେ ଭାବିଲେ ,ସେମାନେ ଦୁନିଆର ସବୁଠାରୁ ବାଜେ ଲୋକକୁ ବିବାହ କରିଛନ୍ତି । ଏବଂ ଏ ବିବାହରେ ଆଦୌ ପ୍ରେମ ନାହିଁ।ଏପରି ଲୋକ ସହିତ ଆଉ ମୁହୂର୍ତ୍ତେ ଏକାଠି ରହିହେବନାହିଁ। ତେଣୁ ଉଭୟ ବିଧିବଦ୍ଧ ଭାବେ ଛାଡପତ୍ର ନେବାକୁ ସ୍ଥିର କଲେ ।

    ଝିଅଟି ମା ପାଖକୁ ଫୋନ୍ କରି ସବୁ କଥା କହିଲା, ଏବଂ ଏପରି ପରିସ୍ଥିତିରେ ଆଉ ଦାମ୍ପତ୍ଯ ଜୀବନ ଯାପନ କରିବା ସମ୍ଭବ ନୁହେଁ ବୋଲି ଜଣାଇଦେଲା । ସବୁ କଥା ଶୁଣି ମା ଝିଅକୁ କହିଲେ ;"ତୋର ନିଷ୍ପତ୍ତି ଠିକ୍ ।ଏପରି ଭାବେ ଘରସଂସାର କରିବା ଅପେକ୍ଷା ବରଂ ଅଲଗା ହୋଇଯିବା ଭଲ। ତେବେ ବିଚ୍ଛେଦ ପୂର୍ବରୁ ମୁଁ ତତେ ଦେଇଥିବା ପାସବୁକ୍ ରେ ଥିବା ଟଙ୍କା ଉଠାଇ ଆଣି ଖର୍ଚ୍ଚ କର। ଏବଂ ପାସବୁକ୍ କୁ ବନ୍ଦ କରିଦେ। କାରଣ ଯେଉଁ ବନ୍ଧନ ଆଉ ରହିବାର ନାହିଁ ତାର ସ୍ମୃତି କୁ ରଖି ଲାଭ କଣ?"

   ମାଆଙ୍କ କହିବା ପ୍ରକାରେ ଝିଅଟି ପରଦିନ ପାସବୁକ୍ ନେଇ ବ୍ଯାଙ୍କ୍ ଗଲା ଏବଂ ଟଙ୍କା ଉଠାଇବାକୁ ଲାଇନରେ ଠିଆ ହେଲା । ଲାଇନ୍ ରେ ଠିଆ ହୋଇଥିବା ସମୟରେ ସେ ପାସବୁକ୍ ଟି ଉପରେ ନଜର ପକାଇଲା । ପାସବୁକ୍ ଟି ପଢୁ ପଢୁ ତାର ସ୍ବାମୀଙ୍କ ସହିତ କଟାଇଥିବା ସେଇ ସୁଖର ସମୟ ଗୁଡ଼ିକ ତା ମାନସପଟରେ ରୋମନ୍ଥିତ ହେଲା । ତାର ଅଜାଣତରେ ଆଖିରୁ ଦୁଇଧାର ଲୁହ ଗଡିଗଲା। ସେ ବ୍ଯାଙ୍କରୁ ଟଙ୍କା ନଉଠାଇ ଘରକୁ ଫେରି ଆସିଲା ।

ଏବଂ ପାସବୁକ୍ ଟି ସ୍ବାମୀଙ୍କୁ ଦେଇ କହିଲା, ଅଧିକାଂଶ ଟଙ୍କା ତୁମେ ଜମା କରିଛ, ତେଣୁ ତୁମେ ବ୍ଯାଙ୍କରୁ ଟଙ୍କା ଉଠାଇ ଖାତା ବନ୍ଦ କର। ପରଦିନ ସ୍ବାମୀ ବ୍ଯାଙ୍କ ଯାଇ ଲାଇନ୍ ରେ ଠିଆ ହେଲା । ଏବଂ ସ୍ତ୍ରୀର ଅନୁରୂପ ଜମା ଖାତା ଟି ପଢିବାକୁ ଲାଗିଲା ।

ତାର ମଧ୍ଯ ପୂର୍ବ କଥାମାନ ମନେ ପଡି ଆଖିକୁ ଲୁହ ଆସିଗଲା । ସେ ବ୍ଯାଙ୍କରୁ ଫେରି ଚୁପଚାପ ସ୍ତ୍ରୀ କୁ ପାସବୁକ୍ ଟି ଫେରାଇ ଦେଲା।

ସ୍ତ୍ରୀ ଦେଖିଲା ପାସବୁକ୍ ବନ୍ଦ ହେବା ପରିବର୍ତ୍ତେ ଆହୁରି 5000 ଟଙ୍କା ଜମା ହୋଇଛି । ଏବଂ ଟ୍ଟିପଣୀରେ ଲେଖାଅଛି ସ୍ତ୍ରୀ ସହିତ କଟାଇଥିବା ସେହି ସୁଖପ୍ରଦ ଦିନ ଗୁଡିକର ସ୍ମୃତି ପାଇଁ। ଉଭୟ ଉଭୟଙ୍କୁ କୁଣ୍ଢାଇ କାନ୍ଦଲେ।ଏବଂ ଛାଡପତ୍ର ପ୍ରସ୍ତାବ ସେହିଠାରେ ସ୍ଥଗିତ ରହିଲା।

  

ତାତ୍ପର୍ଯ୍ୟ- ଜଣେ ପୁରୁଷ ଓ ନାରୀ ବିବାହ ବନ୍ଧନରେ ବାନ୍ଧି ହେବାପରେ ସବୁ ସମୟରେ ଯେ ସେମାନଙ୍କ ମଧ୍ୟରେ ଭଲ ପଡିବ ବା ମନ ମିଶିବ ଏହାର କିଛି ସ୍ଥିରତା ନାହିଁ। କାରଣ ଉଭୟଙ୍କ ପରିବାର ଭିନ୍ନ । ସେମାନଙ୍କ ରୂଚି ଓ ଚାଲିଚଳନ ଭିନ୍ନ ହୋଇଥାଏ । ଆଜିକାଲି ଉଭୟେ ଚାକିରି କରୁଥିବାରୁ ସବୁ କ୍ଷେତ୍ରରେ ମନ ମିଶିବା ଆହୁରି କଷ୍ଟ । କିନ୍ତୁ ପ୍ରକୃତରେ ପ୍ରତ୍ୟେକ ବିବାହ ରେ କିଛି ଶୁଭ ତଥା ସ୍ମରଣୀୟ ମୁହୂର୍ତ୍ତ ନିଶ୍ଚିତ ଭାବେ ଥାଏ। ତେଣୁ ତାକୁ ମନେପକାଇ ଉଭୟ ଘରସଂସାର ର ବୋଝ ବୋହିବାକୁ କାନ୍ଧ ଲଗାଇଲେ ଓ ଉଭୟ ପରସ୍ପରକୁ ବୁଝିବାକୁ ଚେଷ୍ଟା କଲେ ଜୀବନ ସୁଗମ ହେବ।



Rate this content
Log in

More oriya story from Mrutyunjay Patra

Similar oriya story from Romance