STORYMIRROR

Madhabi Patel

Inspirational

3  

Madhabi Patel

Inspirational

ଉଦ୍ୟମ

ଉଦ୍ୟମ

2 mins
194


ଜନତା କର୍ଫ୍ୟୁକୁ ଆଜି ଆଠଦିନ ହେଇଗଲା।ଫ୍ରିଜରେ ରଖିଥିବା ପରିବା ସବୁ ସରିବା ଉପରେ।ଦିନକୁ ଟ୍ରେର ସବୁ ଗାତ ଭର୍ତ୍ତି ତୁଣକରୁଥିଲା ସିିଏ ।ଚାରି ପାଞ୍ଚଟା ତରକାରି ନିଶ୍ଚୟ।ହେଲେ କର୍ଫ୍ୟୁ ପରେ ଦୁଇ ତିନିଟାରେ ଚଳଉଛି ।ଯେତିକି ତରକାରି ପତ୍ର ଅଛି ମାପିଚୁପି ଚଳେଇବାକୁ ପଡିବା।ସେତ ବାହାରକୁ ଆଉ ବାହାରୁନି।ଯେଉଁ କାମକରୁଥିବା ପିଲାମାନେ ତାର ବଜାର କାମ କରିଦେଉଥିଲେ କେହି ଆସୁ ନାହାଁନ୍ତି।

ଚବିଶ ତାରିଖରେ ଡ୍ରାଇଭର ପିଲା ତା ଗାଁରୁ ମୁଢି ବସ୍ତାଏ ବିନ୍ସ ଭେଣ୍ଡି ଓ କଲରା ଅଧକିଲୋ କରି ଆଣି ଦେଇଥିଲା।ତାହା ଏତେ ଦିନ ଚଳିିଲା।ଆଜି କଣ ରୋଷେଇ କରିବ ଭାବିଲା ବେଳକୁ ତାର ମନେ ପଡିଲା ବାଡିରେ ତ ସଜନା ଗଛଟେ ଅଛି।ସେଥିର ଅନେକ ଫଳହେଇଥିଲା।କିନ୍ତୁ ଏବେକାର ବତାସରେ ଗଛର ଅଧା ଡାଳ ଭାଙ୍ଗି ଅନ୍ୟଲୋକଙ୍କ ବାଡିପଟେ ପଡିଗଲା।ତାହା ଆଣି ହେଲାନି।କାରଣ ସେମାନେ ଗେଟ ବନ୍ଦ କରିଦେଇଥିଲେ।ବାଡଟା ବି ବହୁତ ଉଞ୍ଚା ଓ କଣ୍ଟା ଲାଗିଛି ନହେଲେ ଡେଇଁକି ଆଣି ହେଇଥାନ୍ତା।

ଗଛରେ କଅଁଳ ଫୁଲପତ୍ର ଭର୍ତ୍ତିଥିଲା।ମୁନଗା ଫଳବି କିଛିଥିଲା।ଯାହା କିଛି ଦିନର ତରକାରି ସମସ୍ୟା ଦୁର କରି ପାରିଥାନ୍ତା।ହେଲେ ଯେଉଁ ଗୋଟାଏ ଡାଳ ବଞ୍ଚିଛି ସେଥିରେ ବି କିଛି ଫଳ ଅଛି।ତାହା ତୋଳିବ କିପରି?

ଡ୍ରାଇଭର ଥିଲେ ତୋଳି ଦେଉଥିଲା।ଏତେ ଟିକେ କାମପାଇଁ ତାକୁ କଣ ଡାକିବ ଏ ବନ୍ଦ ବେଳରେ।ତାକୁ ନିଜେ କିଛି ଉପାୟ କରିବାକୁ ପଡିବା।ଗଛ ପାଖକୁ ଯାଇ ଦେଖିବାରୁ ଜଣାପଡିଲା ଗୋଟିଏ ଲମ୍ବା ପତ୍ରଶୁନ୍ୟ ପତଳା ଡାଳଅଛି।ତାକୁ ଯଦି ଭାଙ୍ଗିବ ତାହା ପହଞ୍ଚିଯିବ ତୋଳିବା ପାଇଁ।ସେ ଡାଳକୁ ଭାଙ୍ଗିବାକୁ ଚେଷ୍ଟାକଲା ଡାଳଟା ଅଧା ଭାଙ୍ଗିଲା ତାପରେ ପନିକି ନେଇ କାଟିବାରୁ କଟିଗଲା।ସେ ଡାଳରେ ଏକ ଆଙ୍ଗୁସି ବାନ୍ଧି ସେ କେତୋଟି ଖଡା ତୋଳିବାକୁ ସମର୍ଥହେଲା।ଏବେ ତାର ଉଦ୍ୟମ ସଫଳ ହେଇଥିବାରୁ ସେ ଖୁସ୍ ଥିଲା।ଫ୍ରିଜରେ ଗୋଟେ ଫୁଲକୋବି ଅଛି ଆଳୁଫୁଲକୋବି ଓ ମୁନଗାଖଡା ମିଶାଇ ତରକାରିଟେ ହେଇଯିବ ।ଯଦି ଆମେ ଚାହିଁବା ଓ ଉଦ୍ୟମ କରିବା ଆମ ଆଖ ପାଖରେ ଏମିତି କିଛି ଜିନିଷ ଖାଦ୍ୟପଯୋଗୀ ମିଳିଯିବ ନିଶ୍ଚୟ।ଯଦି ଗାଁରେ ରହୁଛନ୍ତି ତ ରାଜାର ଜୀବନ ଯେତେ ବନ୍ଦ ହେଲେ ପରବାଏ ନାହିଁ। ଘରେ ଯଦି ସଜନାଗଛଟେ ଅଛି ଶାଗ ପଠାଳିଟେ ଅଛି ତାହେଲେ ବାଡିଜିନିଷରେ ଚଳିଯିବେ।ମୁଁ ପିଲା ଥିଲାବେଳେ ଆମ ବାଡିରେ ସବୁଗଛ ଭର୍ତ୍ତି ଥିଲା।ଅମୃତଭଣ୍ଡା କଦଳୀ କାନ୍ଦି ସଜନା କୁଇଲେର କଲରାଲତାରେ ଛୋଟ କଲରା ଟମାଟୋ ପିଆଜ ଆଳୁ ଆହୁରି କେତେ।ସେତେବେଳେ ଯଦି ବନ୍ଦ ହେଇଥାନ୍ତା କିଛି ଫରକ ପଡିନଥାନ୍ତା।ହେଲେ ଏ ସହରରେ ସବୁ ଅଭାବ।ସତରେ ଗାଆଁ ଜୀବନ କେତେ ଭଲ ଥିଲା।କରୋନା ଲକଡାଉନ୍ ର ସମସ୍ୟାକୁ ନେଇ ଏ ଲେଖାଟି ଲେଖା ହୋଇଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational