samarpita panda

Romance Tragedy

2  

samarpita panda

Romance Tragedy

ତୁମ ଅପେକ୍ଷାରେ

ତୁମ ଅପେକ୍ଷାରେ

1 min
207


ଜ୍ୟୋତ୍ସ୍ନାସିକ୍ତ ଚାନ୍ଦିନୀ ରାତି । ମୃଦୁ ସମୀରର ସ୍ପର୍ଶ । ଅନ୍ୟମନସ୍କ ଭାବେ ଝରକା ପାଖେ ବସି ଆକାଶରେ ବିଛାଡ଼ି ହୋଇ ପଡ଼ିଥିବା ତାରା ଗଣିବାରେ ଲାଗିଥିଲି । କେଉଁ ଏକ ଅଜଣା ଦୁନିଆରେ ହଜିଯାଇଥିଲି ମୁଁ । ବୋଧହୁଏ ନିଜଠୁ ବି ବହୁତ ଦୂରରେ । ସୁନେଲି ତାରାମାନଙ୍କ ସହିତ ଆଜି ଜହ୍ନ ମଧ୍ୟ ମୋ ଉପରେ ହସୁଛି, ତୁମ ଅନୁପସ୍ଥିତିରେ ମଧ୍ୟ ପ୍ରତିଦିନ ତୁମ ନିମିତ୍ତ ମନରେ ବଢ଼ି ଚାଲିଥିବା ଉଷ୍ମତା ପାଇଁ, ତୁମର ନୀରବତାରେ ମଧ୍ୟରେ ତୁମକୁ ନେଇ ଦେଖୁଥିବା ଅସୁମାରୀ ସ୍ବପ୍ନ ପାଇଁ । ତଥାପି ହୃଦୟର କୌଣସି ଏକ କୋଣରୁ କ୍ଷୀଣ ଆଶା ଉଙ୍କିମାରେ, "ହଁ, ତୁମର ନିଶ୍ଚୟ ଫେରିବ । ସମସ୍ତ ବାଧାବିଘ୍ନକୁ ଏଡାଇ ମୋ ପାଦରେ ପାଦ ମିଶାଇ ଚାଲିବ । ହାତ ଧରି ସ୍ବପ୍ନ ସବୁକୁ ମୋର ବାସ୍ତବତାରେ ପରିଣତ କରିବ । ଜୀବନର ଶେଷ ଅଧ୍ୟାୟରେ ହେଲେ ମଧ୍ୟରେ ଆମର ମିଳନର କାହାଣୀ ଲେଖାଯିବ ।


       ରଜନୀର ଅନ୍ଧକାର ମଧ୍ୟରୁ ଏକାଂକତା ନାମକ ଏକା ଅଦୃଶ୍ୟ ହାତ ଚାପି ଧରିଲା ମୋର ଗଳାକୁ । କିଛି କ୍ଷଣ ପାଇଁ ଶ୍ୱାସରୁଦ୍ଧ ହୋଇଗଲା । ହୃତସ୍ପନ୍ଦନ ବଢ଼ି ଚାଲିଲା । ଧୀର ସମୀର କାନରେ ବିଷାଦ ଓ ବିଚ୍ଛନତାର ଭାଷା ଆଙ୍କିଦେଲା । ମନେହେଲା ଯେପରି ଆକାଶରେ ହସୁଥିବା ରୂପେଲି ଚନ୍ଦ୍ରର କିରଣ ପ୍ରଚଣ୍ଡ ରୌଦ୍ରର ରୂପ ନେଇ ଜାଳିଦେଲା ମୋର କ୍ଷୀଣ ଆଶା ଟୀକକ କୁ । ମନ୍ଦ ସମୀର ପୁଣି ଝଡ ହୋଇ ଭାଙ୍ଗି ଦେଇଗଲା ମୋର ସ୍ୱପ୍ନର ବାଲି ଘରକୁ । ରାତ୍ରିର ଅନ୍ଧକାର ମଧ୍ୟରେ ଅଦୃଶ୍ୟ ହୋଇଗଲା ମୋର ପ୍ରେମ ଛଳନାର ଦାଗ ଛାଡିଦେଇ ।



Rate this content
Log in

Similar oriya story from Romance