samarpita panda

Drama Others

3  

samarpita panda

Drama Others

ସ୍ମୃତି ମାନେ କିଏ?

ସ୍ମୃତି ମାନେ କିଏ?

1 min
241


ବେଳେବେଳେ ଇଚ୍ଛା ହୁଏ ଜୀବନ ପୁସ୍ତକର ପୁରୁଣା ଫର୍ଦ୍ଦ ସବୁ ଓଲଟାଇ ପୁଣି ଥରେ ପଢିବାକୁ । ପୁରୁଣା ଭୁଲରୁ କିଛି ନୂଆ କଥା ଶିଖିବାକୁ ଆଉ ଅତୀତରେ ନିଜକୁ ଦେଖି ନିଜ ଉପରେ ଟିକେ ହସିବାକୁ । ପ୍ରକୃତରେ ଏମିତି କିଛି ସ୍ମୃତି ହିଁ କ୍ଷଣିକ ପାଇଁ କଳ୍ପନାମୟ ଭବିଷ୍ୟତରୁ ଆଖି ଫେରେଇ ବିତିଯାଇଥିବା ବାସ୍ତବ ଅତୀତକୁ ଥରେ ବୁଲି ଚାହିଁବା ପାଇଁ ବାଧ୍ୟ କରିଥାଏ । ସ୍ମୃତିର ଜନ୍ମ ଅତୀତରେ ମାତ୍ର ପ୍ରଭାବ ଭବିଷ୍ୟତ ଯାଏଁ ବିସ୍ତୃତ । ହୃଦୟର କେଉଁ ଅଜଣା କୋଣରେ ପଡି ରହିଥିବା ସୁଖ, ଦୁଃଖ, ଯନ୍ତ୍ରଣାଦାୟକ ମୁହୂର୍ତ୍ତକୁ ତାଜା କରିଦିଏ ଏଇ ସ୍ମୃତି । କେବେ କେବେ ଏହା ବର୍ତ୍ତମାନ ବିତେଇବାର ରାହାଟିଏ ପାଲଟିଯାଏ ତ କେବେ ଭାରି ଭାରି ଲାଗେ ଜୀବନ ସ୍ମୃତିକୁ ସାଉଁଟି ଚାଲିବା ପାଇଁ । ଝଡ ତୋଫାନର ନିର୍ଜନ ରାତିରେ କେବେ ସେ କୁଡ଼ିଆଟିଏ ପରି ଆଶ୍ରୟସ୍ଥଳୀ ସାଜିଥାଏ, ତ ଆଉ କେବେ ନିଜେ ହିଁ ପାଲଟି ଯାଏ ଝଡର ସେ ଦ୍ରୁତଗାମୀ ପବନ । କେବେ ସେ ପ୍ରେମିକା ଓଠରେ ହସର ଧାରଟିଏ, କେବେ ପୁଣି ତାର ମନଛୁଆଁ ଲାଜ ତ ଆଉ ପୁଣି କେବେ ଆଖିର ଲୁହ ବୁନ୍ଦା ସାଜି ଭାଙ୍ଗି ଦିଏ ହଜାରେ ସପନ । କିଛି ସ୍ମୃତିକୁ ଜୀବନ ଇତିହାସରୁ ସମ୍ପୂର୍ଣ୍ଣ ରୂପେ ଲିଭାଇବାକୁ ଚାହିଁଥାନ୍ତି ତ ଆଉ କିଛି ସ୍ମୃତିକୁ ଅମର କରିବାପାଇଁ ବାଢି ଦେଇଥାନ୍ତି ଆମ ଜୀବନ ଆୟୁଷକୁ । 

ମାନ ଅଭିମାନ, ସୁଖ ଦୁଃଖ ସହ ଦିନେ ମଣିଷର ଆୟୁ ସରିଯାଏ, ମାତ୍ର ସ୍ମୃତି ସରେନା । ସେଥିପାଇଁ ତ ଶହ ଶହ ବର୍ଷ ତଳର ଏହି ସ୍ମୃତିର ସୌଧ ତାଜମହଲ ଆଜି ବି ତାର କୋଣ କୋଣରେ ପ୍ରେମର ଗାଥା ଭରିରଖିଛି ।ଆଉ ତୁମ ସ୍ମୃତିରେ ନିଜକୁ ହଜେଇ ମୁଁ ସ୍ମୃତିର ବର୍ଣ୍ଣନା କରିବାରେ ଲାଗିଛି । 

ଆଉ ହଁ, କଳ୍ପନାମାନେ ପ୍ରତାରଣା କରିପାରନ୍ତି ମାତ୍ର ସ୍ମୃତି କେବେ ନୁହଁ । ସ୍ମୃତି ମଣିଷ ଜୀବନର ସାଥି ।


Rate this content
Log in

Similar oriya story from Drama