STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ତୁଳସୀ ଉପାଖ୍ୟାନ

ତୁଳସୀ ଉପାଖ୍ୟାନ

1 min
597

ରାମ ମନ୍ଦିରରେ ସବୁଦିନ ପୂଜା ସାରି ଭାଇନା କିଛି ତୁଳସୀ ପତ୍ର ପକାଇ ପାଦୁକ ସଜାଡି ଉଦିଷ୍ଟ ପାତ୍ର ରେ ରଖି ବାହାରେ ଥୁଅନ୍ତି ଭକ୍ତ ଙ୍କ ପାଇଁ. ଯେଉଁଭକ୍ତ ଆସେ ଠାକୁର ଦର୍ଶନ କଲାପରେ ତୁଳସୀମିଶା ପାଦୁକ ପାଇ, ଦକ୍ଷିଣା ଦେଇ ଚାଲିଯାଏ. ଏଇ କିଛି ଦିନ ହେଲା, ତୁଳସୀ ପତ୍ର ରହୁନି ପାଦୁକ ରେ ତ ବିଡ଼ବିଡ ହେଉଛି ପୂଜାରୀ ନନା.                      ଗୁରୁମା ପ୍ରତିଦିନ ସ୍କୁଲ ଆସିବା ପୁର୍ବରୁ ମନ୍ଦିର ରେ ଟିକେ ବୁଲିଆସନ୍ତି, ଶାନ୍ତି ଟିକେ ପାଇଁ. ଶାନ୍ତି ପାଆନ୍ତି ଗଟେ ରେ ପଶିଲେ ପିଲା ଗୁଡା ବେଡ଼ିଯାଆନ୍ତି ଯେବେ, କେବେ ମନ୍ଦିର ରୁ ଆଣିଥିବା ଚନ୍ଦନ, କେବେ ସିନ୍ଦୁର , କେବେ ଭୋଗ, କେବେ ତୁଳସୀ ଦିଅନ୍ତି ପିଲାଙ୍କୁ, କି ଖୁସି ପିଲାଏ, ନ ନେଇଥିଲେ ପଚାରନ୍ତି, ଆଜି ଆମ ପାଇଁ ଆଣି ନାହାନ୍ତି କି ଗୁରୁମା, କହିବାରେ ମନ ଦୁଃଖ ହୁଏ              ଏଥର ଗୁରୁମା ରାମ ମନ୍ଦିର ରେ ରଖା ଯାଇଥିବା ପାଦୁକ ରୁ ତୁଳସୀ ପତ୍ର ସଂଗ୍ରହ କରି ନେଇ ଆସନ୍ତି ସବୁଦିନ ପିଲାଙ୍କ ପାଇଁ, ତ ଉଭୟ ଖୁସି.        ଏବେ କିଛି ଦିନ ହେଲା ବାହାରେ ରହୁନି ପାଦୁକ, ତ ପିଲେ ପଚାରିଲେ ଗୁରୁମା ନିରୁତ୍ତର ରୁହନ୍ତି, ଛଡ଼ାନ୍ତିନି ପିଲେ, ପଚାରି ବସନ୍ତି, ଆଉ ମନ୍ଦିରଯାଉନାହାନ୍ତି କି, ତୁଳସୀ ଆଣିନାହାନ୍ତି କାହିଁକି ଇତ୍ୟାଦି. ସେଦିନଠାରୁ ଛାତ ଉପରେ ଲଗାଇଥିବା ତୁଳସୀ ଗଛରୁ ପତ୍ର ସଂଗ୍ରହ କରି ବ୍ୟାଗ ରେ ଦିନକ ଆଗରୁ ରଖି ରାମମନ୍ଦିର ରେ ଥିବା ହନୁମାନଜୀ ଙ୍କ ପାଦ ଓ ମସ୍ତକରେ ଲାଗାଇ ପିଲାଙ୍କୁ ଦେଇ ଶାନ୍ତି ପାଇବା ବେଳକୁ ଝିଅଟିଏ କହିଲା, ଏ ତୁଳସୀ କୋଉଠୁ ପାଇଲେ ଗୁରୁମା? ଏହା ତ ଠାକୁରଙ୍କର ନୁହେଁ, ଗୁରୁମା ଆଶ୍ଚର୍ଯ୍ୟ ହୋଇ ତା ମୁଁହ କୁ ଚାହିଁଥିଲେ ତ ସେ ପୁଣି କହୁଥିଲା, ଆପଣ ପାଦୁକ ରୁ ତୁଳସୀ ଆଣି ଆମକୁ ଦିଅନ୍ତି ବୋଲି ମୁଁ ନନା ଙ୍କୁ ଖୁସିରେ କହୁଥିଲି ହେଲେ ସେବିରକ୍ତ ହେଇ କହୁଥିଲେ ତୁଳସୀ ମିଳୁନି ଆଉ ପାଦୁକ ଭିତରେ ରଖିଦେଉଛନ୍ତି, ଆପଣ ଆସିବା ପରେ ବାହାରକୁ କାଢୁଛନ୍ତି           ଶାନ୍ତି ବଦଳରେ ଅଶାନ୍ତି ରେ ସେ ଦିନଟି ସ୍କୁଲ ରେ ବିତାଇ ଘରକୁ ଫେରି ଶାନ୍ତି ଖୋଜୁଥିଲି, ମା, ବୋଉ, ସେ ଚିଡ଼ିକି କହୁଥିଲା ଛାତଉପରେ ଗୋଟେ ବି ତୁଳସୀ ପତ୍ର ନାହିଁ ଠାକୁରଙ୍କୁ ଦେବାକୁ, ତ ଗୁରୁମା ଶୁଣିଲେ କିଛି କହିଲେନି, ତା ଆରଦିନ ପିଲାମାନେ ତୁଳସୀ ଦିଅନ୍ତୁ କହି ବେଢ଼ି ଯାଉଥିଲେ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract