Sunanda Mohanty

Tragedy Fantasy Others

4  

Sunanda Mohanty

Tragedy Fantasy Others

କଵଜ୍ଜା

କଵଜ୍ଜା

3 mins
5



ଦୁଇ ଭାଇଙ୍କ ଭିତରୁ ରେନକୋର୍ଟ କିଏ ନେବର ହରଣ, ଗୁଣନ, ମିଶାଣ, ଫେଡ଼ାଣ ପରେ ମଧ୍ୟ କିଛି ସୂତ୍ର ବାହାରି ପାରିଲାନି. ବାପା ବହେ ଶୋଧୁଥିଲେ ତାଙ୍କ ଶଳା ମାନେ ମାମୁଁଙ୍କୁ. କହୁଥିଲେ ଶଳାଟି କଣ ଜାଣିନି ଦୁଇ ଭଣଜା ଏଠି. ଆରେ ଶଳା ପଇସାର ଯଦି ଏତେ ଅଭାବ ମୋଠୁ ମାଗି ନେଇ ପାରିଥାଆନ୍ତୁ ବା ରେନକୋର୍ଟ ବଦଳରେ ଦୁଇଟି ଛତା ଆଣିପାରିଥାଆନ୍ତୁ. ଏତେବେଳକୁ ବୋଉର ପାଟି ଖୋଲିଲା ଆହେ ମୋ ଭାଇ ପାଖେ ପଇସାର ଅଭାବ ନାହିଁ. ଦୁଇଟି ଛତା ହେଉ ବା ଆଉଗୋଟିଏ ରେନକୋର୍ଟ ଆଣିଥିଲେ ମଧ୍ୟ ତୁମ ଦୁଇ ପୁଅଙ୍କ ଭିତରେ ଅଙ୍କ କଷା ଛିଣ୍ଡି ନଥାନ୍ତା. ଯେମିତି ଦୁଇଟି ଏକାପରି ଚିତ୍ରରୁ ଭୁଲ ବାହାର କରିବା ତୁମ ଦୁଇ ପୁଅଙ୍କ ଆଖିକୁ ଜଳ ଜଳ ଦିଶି ବଡ଼ କହିଥାଆନ୍ତା ଏଇଟି ମୋର ତ ସାନ କହିଥାଆନ୍ତା ସେଇଗୋଟାକୁ ମୁଁ ହିଁ ନେବି. ବାପା କିଛି ନକହିଲେ ମଧ୍ୟ ଠିକ ବୁଝିସାରିଥିଲେ ବୋଉର ଆକ୍ଷେପ ଆଉ ତୁନି ପଡ଼ିଥିଲେ.ବୋଉ କିନ୍ତୁ ଛିଣ୍ଡେଇ ଦେଇଥିଲା ବଡ଼ଟି ସବୁବେଳେ ମାତୃ କୂଳର ତେଣୁ ବଡ଼ର ହିଁ ସେଇ ରେନକୋର୍ଟଟି.।

  ବଡ଼ଭାଇ ବୁଟୁ ଚାହିଁଲା ସାନ ଭାଇ ପିଣ୍ଟୁକୁ. ଇଏ ସେଇ ଭାଇ ଯିଏ ଜନ୍ମ ହେଲାପରେ ତାର ସବୁ ଅଧିକାର ଛଡ଼ାଇ ନେଇଛି ଯେମିତି କି ବୋଉ କୋଳ, ବାପାଙ୍କ କାନ୍ଧ ଠାରୁ ଆରମ୍ଭ କରି ତାର ପୂର୍ବରୁ ଥିବା ସବୁ ସାର୍ଟପ୍ୟାଣ୍ଟ, ଗାଡି ଖେଳନା ଇତ୍ୟାଦି. ବୋଉ ତାକୁ ବୁଝେଇ ଦିଏ ସେଗୁଡା ପୁରୁଣା ନେଉ ସିଏ. ବାପା କିନ୍ତୁ ଏଣିକି ଏକା ଭଳି ଖାତା, ପେନସିଲ, କମ୍ପାସ, ରଙ୍ଗଡ଼ବା ଆଣିଲେ ମଧ୍ୟ ବୁଟୁ ପସନ୍ଦ କରୁଥିବା ଜିନିଷକୁ ହାତେଇ ନିଏ ପିଣ୍ଟୁ . କେବଳ ତା ହସରେ ବଶ କରେ ବଡ଼ଭାଇକୁ. ପିଲାଦିନେ ଚୁଟି ଟାଣୁଥିବ ପିଣ୍ଟୁ ତ ବୁଟୁକୁ ଖୁବ କାଟେ ସେ ମଧ୍ୟ ପିଣ୍ଟୁର ଚୁଟି ଟାଣିବାକୁ ଯାଇ ଅଟକିଯାଏ କାରଣ ନଇଁ ପଡି ହେଇତା ଷ୍ଟାଇଲରେ ପିଣ୍ଟୁ ହସୁଥାଏ ଭାଇ ବୁଟୁ ମୁହଁକୁ ଚାହିଁ. ସେଇଥି ପାଇଁତ ବୋଉର ବାରଣ ସତ୍ୱେ ପିଣ୍ଟୁ ହିଁ ନେଇଥାଏ ବୁଟୁ ପସନ୍ଦର ସବୁକିଛିକୁ କବଜା କରି. ବୁଟୁର ମଧ୍ୟ କିଛି ଭାବାନ୍ତର ନଥାଏ. ତା ପସନ୍ଦର ଜିନିଷଟିକୁ ଧରି ପିଣ୍ଟୁ ଦଉଡି ଗଲାବେଳେ ବୁଟୁକୁ ଲାଗେ ସେହି ଛୋଟ ଦିନର ହସ ସହିତ ପିଣ୍ଟୁ ଓଠରେ ଦାରୋଟି ହେଇତା ଶବ୍ଦଟି.।   

  ଏମିତିକି ବୁଟୁ ପାଇଁ ବାହାଘର କନ୍ୟା ପସନ୍ଦ କରିବାକୁ ବାପା ବୋଉ ସଙ୍ଗେ ଯାଇଥିବା ପିଣ୍ଟୁ କହିଥିଲା ଏ ଝିଅ ମୋର ପସନ୍ଦ ତ ମାଧୁରୀ ହାତ ଧରିଥିଲା ପିଣ୍ଟୁର କିନ୍ତୁ ଯୋଉଦିନ ବାପା ଚାଲିଗଲେ ଆଉ ପିଣ୍ଟୁ ଘରକୁ ଦୁଇଭାଗ କରି ବୋଉକୁ ପାଖରେ ରଖିବାକୁ ଦେଇନଥିଲା ବଡ଼ଭାଇ ବୁଟୁକୁ ତ ପ୍ରଥମ କରି ବୁଟୁ ମନଦୁଃଖ କରିଥିଲା ସେଦିନ. ସ୍ତ୍ରୀ ଗୌରୀ ବୁଝେଇ ଦେଇଥିଲା ପିଲାଦିନୁ ସାନଭାଇକୁ ମୁଣ୍ଡରେ ଚଢେଇ ଆସିଲ ତ ଆଜି ଶୋଚନା କାହିଁକି? ବୁଟୁ କହିଥିଲା ପିଣ୍ଟୁକୁ ଭଲପାଉଥିଲି କେବଳ ବୋଉ ପାଇଁ କାରଣ ବଡପୁଅର ଦରଜାକୁ ମଜବୁତ କରିବାକୁ ସେ ଯେତିକି ତତ୍ପର ହୁଏ ସାନଭାଇପାଇଁ ଭଲପାଇବା ବର୍ଷା ସେତିକି ଝରି ପଡେ ଅମୃତ ହୋଇ.ଗୌରୀ ଚାହିଁଥିଲା ନିରୀହ ଆଖିରେ ଅବୁଝା ଦର୍ଶନ ବୁଝିବାକୁ.।

   ସେଦିନ ଖୁବ ବର୍ଷା ହେଉଥିଲା. ଅଫିସରୁ ଘରକୁ ଫେରି ବୁଟୁ ଦେଖିଲା ପିଣ୍ଟୁ କରିଥିବା ତିନି ତାଲା ଘର ଶିଡ଼ି ତଳେ ବୋଉ ଓଦା ହୋଇ ବସି କାନ୍ଦୁଛି. ଆଶ୍ଚର୍ଯ୍ୟ ହେଲାନି ବୁଟୁ,ବୋଉକୁ ଘରକୁ ନେଲା. ବୋଉ ରଡି କରୁଥିଲା ବାପାଙ୍କ ସବୁ ବକେୟା ଟଙ୍କା ଓ ପେନସନ ଟଙ୍କା ନେଲା. ପୁଣି କହୁଛି ବାପାଙ୍କ କାରଟିକୁ ଆଣିବାକୁ ବଡ଼ଭାଇ ପାଖରୁ. ସହିଗଲାରୁ ସିଏ ସବୁକୁ କବଜା କରିବସୁଛି ଆରେ କହି ବୋଉ ପାଟି କରୁଥିଲା . ତା ଆରଦିନ ବୁଟୁ, ପିଣ୍ଟୁ ଗ୍ୟାରେଜରେ ବାପାଙ୍କ ଗାଡି ଥୋଇ ସାଇକେଲରେ ଅଫିସ ଗଲା. ଫେରିଲା ପରେ କଥା ଥମି ନଥିଲା ତ ଝଡ଼ ପରି ବୁଟୁ, ପିଣ୍ଟୁର ଉପର ମହଲାକୁ ଯାଇ ତା ପିଲାଦିନରୁ ଆଜି ଯାଏଁ ଯାହାସବୁ ସାନଭାଇକୁ ଦେଇଥିଲା ସେସବୁ ଖୋଜି ଲୋଡି ଏକାଠି କରି ଆଣିଲା ବେଳକୁ ବୋଉ ପଚାରୁଥିଲା ଆଉ ସେ ରେନକୋର୍ଟଟା ଆଣିଲୁନି, ଯୋଉଟା ମାମୁଁ ତୋ ପାଇଁ ଆଣିଥିଲା. ଏଥର ବୁଟୁ ହସୁଥିଲା ଠିକ ପିଣ୍ଟୁ ପରି ମୁଣ୍ଡଝୁଙ୍କେଇ ଠିକ ହେଇତା କହିଲା ପରି. ପିଣ୍ଟୁ କିନ୍ତୁ ଆଜି ଖୁବ କାନ୍ଦୁଥିଲା.ପିଣ୍ଟୁ ଖାଲି ସେଇଦିନ କାନ୍ଦୁନଥିଲା ବରଂ ଜୀଵନସାରା କାନ୍ଦୁଥିଲା କାରଣ ବଡଭାଇ ବୁଟୁ ଖାଲି ତା ଅଧା ଭାଗ ଘର ଛାଡି କୁଆଡେ ଚାଲିଯାଇଥିଲା ଆଉ ତା ନାମରେ ଘର ଉଇଲ କାଗଜ ପତ୍ର ରେଜେଷ୍ଟ୍ରି ଡାକରେ ପାଇ ପିଣ୍ଟୁ ଲୁହରେ ଓଦା ହେଉଥିଲା.ବାହାରେ ଖୁବ ବର୍ଷା ମଧ୍ୟ ପଡୁଥିଲା.।


Rate this content
Log in

Similar oriya story from Tragedy