ମନେପଡେ ପିଲାଦିନ
ମନେପଡେ ପିଲାଦିନ
ମୁନା ଯୋଉଦିନ ଦାଦାଙ୍କ ସଙ୍ଗେ ସହରରେ ପଢିବାକୁ ଆସିଥିଲା ଭାବିଥିଲା ଏତେଦିନ ପରେ ତା ଭାଗ୍ୟ ବଦଳିଗଲା. ଗାଁରେ ଥିଲାବେଳେ ବାପାଙ୍କର ତା ପ୍ରତି ଯେତେ ନିୟମକାନୁନ ଆଉ ଏଠାରେ ଲାଗୁହେବ ନାହିଁ. କିନ୍ତୁ ଗାଁରେ ଥିଲାବେଳେ ଯୋଉ ଦାଦା ତା ସହ ବଲ, କ୍ରିକେଟ, ଲୁଡୁ, ଚେସ ଖେଳନ୍ତି ସେ ମଧ୍ୟ ଏବେ ବାପାଙ୍କ ଭଳି କଠୋର ନିୟମ ସବୁ ପାଳନ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ. ଖାଲି ପାଠ ପଢ଼ା, ଭଜନ, ନଖ ଓ ଚୁଟି ଠିକ ସମୟରେ କାଟିବାକୁ କହୁଥିଲେ ବାପା ହେଲେ ସହରର ଆକାଶରେ ଉଡୁଥିବା ଗୁଡିକୁ ଚାହିଁ ଚାହିଁ ମୁନା ଏବେ ବଜାର ଯାଏ କେଵେ ସଉଦା ପାଇଁ ତ କେଵେ ପରିବା ପାଇଁ. ସେଦିନ ଗୁଡ଼ିଟିଏ କରି ଉଡେଇବାକୁ ବସିଲା ବେଳେ ଖୁଡି କହିଲେ ପାଠ ପଢି ଭଲ ନମ୍ବର ନରଖିଲେ ତୁମ ପାଇଁ ଆମକୁ ଅସମ୍ମାନିତ ହେବାକୁ ପଡିବ କିନ୍ତୁ ଅଧା ପାଠପଢ଼ାରୁ ମୁନାକୁ ଯେବେ ଫୁଲଗଛମାସନଙ୍କରେ ପାଣିଦେବାକୁ, ପାଖ ଦୋକାନରୁ ଚା ପତି ଆଣିଦେବାକୁ କୁହାଯାଏ, କାହିଁକି କେଜାଣି ଗାଁ କଥା ଖୁବ ମନେ ପଡେ ମୁନାର.ଆଗେ ଆଗେ ବାପା ଓ ତା ପରେ ପରେ ଫଳ ବିକି ସଂସାର ଚଳାଉଥିବା ବୋଉ ବି ନଥିଲା.
ବାପା ହାଟକୁ ନିଅନ୍ତି ସତ ହେଲେ ଫେରିଲା ବେଳେ ସାଇକେଲ ଆଗରେ ବସି ଆଳୁଚିପ୍ସ ପ୍ୟାକେଟ ଖୋଲି ଖାଇ ଖାଇ ଆସେ ମୁନା. ବୋଉ କହେ ଦାଦାଙ୍କ ପାଇଁ ଆଣିଲୁନି ପୁଅ. ଦାଦା ତତେ ଏତେ ଭଲ ପାଆନ୍ତ
ି, ତୁ ତାଙ୍କ କଥା କେମିତି ଭୁଲିଗଲୁ ତ ମୁନା ଜିଭ କାମୁଡି ପକାଏ. ପୁଣି ଯେବେ ଯାଏ ବାପାଙ୍କ ସହିତ ହାଟକୁ ନିଜେ ନଖାଇ ଦାଦାଙ୍କ ପାଇଁ ନେଇଆସେ ଭଳି ଭଳି ଚିପ୍ସ ପ୍ୟାକେଟସବୁ. ବାପା କହନ୍ତି ତୁ ଆଗେ ଗୋଟେ ପ୍ୟାକେଟ ଖୋଲି ଖା ପୁଅ. ଆଜି ଦାଦାଙ୍କ ସଙ୍ଗେ ଅଟା ପେଷେଇ ବୋହି ଆଣିବା ବେଳେ ତାକୁ ବୋଉ ଯେମିତି ଆକଟ କରୁଥିଲା ସାର୍ଟ ପ୍ୟାଣ୍ଟ ମଇଳା କରି ତତେ ଅଟା ବ୍ୟାଗ ବୋହିବାକୁ କିଏ କହିଲା? ହେଲେ ବୋଉ ନଥିଲା. କାହିଁ କେତେ ବାଟ ଗାଁରେ ବୋଉ କଣ ତାକୁ ଆଉ ମନେପକାଇବା ପାଇଁ ନଥିଲା ଭାବି ଆଖି ଲୁହ ଲୁହ ହୋଇଯାଉଥିଲା. ପୁଣି ଯେବେ ପରିବା ବ୍ୟାଗ ଧରି ଯାଉଥିଲା ତାକୁ ଲାଗୁଥିଲା ବାପା କହୁଛନ୍ତି ଦେଖିକି ଯାଆ ପଡ଼ିବୁ, ମତେ ଦେ ବ୍ୟାଗ, ହେଲେ ବାପା ତ କେତେ ଦୂରେ ଗାଁରେ ବି ନାହାଁନ୍ତି, ଅଛନ୍ତି ସରଗପୁରେ . ମୁନା ଗାଁକୁ ଯିବ ଯିବ ବୋଲି ଯାଇପାରୁନଥିଲା. ଦାଦାଙ୍କର ଛୁଟି ନଥିଲା ତ କେଵେ ଖୁଡି ତାଙ୍କ ବାପଘର ଯାଉଥିଲେ ଛୁଟିରେ ଆଉ କେଵେ ମୁନାର ପରୀକ୍ଷା. ପରୀକ୍ଷା ପରେ ପରୀକ୍ଷା ଦେଇ ଦେଇ ମୁନା ବଡ଼ ହେଉଥିଲା. ଆଜି ଗାଁ ସ୍କୁଲରେ ଶିକ୍ଷକତା କଲା ବେଳେ ପିଲାଦିନ ଖୁବ ମନେପଡୁଥିଲା କାରଣ ଗାଁରେ ସବୁ ଥିଲା. ସାଙ୍ଗ ସାଥି, ତୋଟା, ମାଳ, ବିଲ, ତୁଠ ହେଲେ ବାପା ବୋଉ ନଥିଲେ. ତଥାପି ଗାଁରେ କେତେ ସ୍ମୃତି ମୁନାର, ସେଇଥିପାଇଁ ତ ସେ ଗାଁକୁ ଫେରିଆସିଥିଲା ।