STORYMIRROR

Sunanda Mohanty

Drama Fantasy Others

4  

Sunanda Mohanty

Drama Fantasy Others

କହିବା ଲୋକ ବଡ଼ ନା ସହିବା ଲୋକ

କହିବା ଲୋକ ବଡ଼ ନା ସହିବା ଲୋକ

9 mins
286



କେତେ କଷ୍ଟରେ ପୁଅର ବାହାଘର ସୁରୁଖୁରୁରେ ହୋଇଗଲା. ବିନା ଯୌତୁକରେ ଆସିଥିବା ଝିଅ ଅରୁଣା ସୁନ୍ଦରୀ ଯେମିତି ପରକୁ ଆପଣାର କରିବା କଳାରେ ଧୁରନ୍ଧର ସେମିତି ମାତ୍ର ଅରୁଣାର ମାଆ ଝିଅବିଦା ବେଳେ ସଦାନନ୍ଦବାବୁ ଓ ତାଙ୍କ ସ୍ତ୍ରୀ ନୀଳିମାଙ୍କର ହାତ ଧରି କହିଥିଲେ ଝିଅ ମୋର ପାଠ ପଢ଼ାରେ ରହି ରୋଷେଇବାସରେ ଟିକେ ପଛୁଆ. ତାର ଦଷ ଦୋଷ କ୍ଷମା କରି ତାକୁ ନିଜର କରି ଚଳେଇ ନେଲେ ଦିନ କେଇଟାରେ ସବୁ ଶିଖିଯିବ. ସଦାନନ୍ଦବାବୁ କହିଲେ ମୋ ସ୍ତ୍ରୀ ଯେତେବେଳେ ରୋଷେଇରେ ପାରଙ୍ଗମ ସେ କଣ ବୋହୁକୁ ଛାଡ଼ିବେ. ଆପଣଙ୍କ ଝିଅ ପୁଆଣି ହୋଇ ଆସିଲେ ଦେଖିବେ ଅରୁଣା କେମିତି ଖାଦ୍ୟ ପରଷୁଛି ବରଂ ଗୋଟେ କାମ କରନ୍ତୁ ଝିଅର କୋଉ କୋଉ ଖାଦ୍ୟ ସବୁ ପସନ୍ଦ ତାର ଗୋଟେ ତାଲିକା କରି ଦିଅନ୍ତୁ. ଖୁସିରେ ଫାଟି ପଡ଼ିଥିଲେ ଅରୁଣାର ମାଆ. ସାହି ପଡୋଶୀ ସମସ୍ତଙ୍କୁ କହିଥିଲେ ମୋର ଚିନ୍ତା ଗଲା ଝିଅ ମୋର ଭାଗ୍ୟବତୀ ବୋଲି ଏମିତି ଘର, ବର ଓ ଶାଶୁ ଶଶୁର ପାଇଲା. ଅରୁଣା ମଧ୍ୟ ଓଢଣା ଭିତରୁ ଚୁପି ଚୁପି ହସୁଥିଲା. ଆଜିଯାଏଁ ଯେତେ ପ୍ରସ୍ତାବ ଆସିଥିଲା ସମସ୍ତେ ଯୌତୁକ ଲୋଭୀ ଓ ଅରୁଣାକୁ ସିଲେଇ ଆସେକି ନାହିଁ, ଝୋଟି ଚିତା ପକାଇ ଆସେ ତ, କି କି ରୋଷେଇ ଜାଣିଛ ଇତ୍ୟାଦି ପଚାରି ତାକୁ ବ୍ୟସ୍ତ ବିବ୍ରତ କରିପାକଆନ୍ତି ଓ ମାଆଙ୍କ ମୁହଁରୁ ରୋଷେଇ ଆସେନି ଶିଖିଯିବ ଶୁଣି ବାଟକାଟି ଚାଲିଯାଉଥିବା ବେଳେ ଏମାନେ କେତେ ଭଲ ଶାଶୁ ଶଶୁର ଭାବି ସେ ମଧ୍ୟ ନିଜକୁ ଭାଗ୍ୟବତୀ ମନେକରୁଥିଲା. ଏମିତିକି ଅରୁଣାର ପିତା ମାତା ଝିଅ ଶାଶୁଘରେ କେମିତି ଚଳିବ ବ୍ୟସ୍ତ ହୋଇପଡ଼ୁଥିଲା ବେଳେ ଅରୁଣା ଖୁବ ଶାନ୍ତିରେ ବିବାହ କରି ବୋହୁ ହୋଇ ଆସିଥିଲା.

   ବାହାଘର ଉତ୍ସବରେ ସାହି-ପଡ଼ିଶା, ବନ୍ଧୁ-ବାନ୍ଧବ, ଚିହ୍ନା-ପରିଚୟ ଓ ସାଙ୍ଗ-ସାଥି ଲୋକଙ୍କ ଗହଳି ଲାଗି ରହିଥାଏ. ସମସ୍ତେ ନୂଆ ବୋହୂକୁ ଦେଖି ଖୁସି ହେଉଥା'ନ୍ତି.କେତେଜଣ ବୋହୂର କେଉଁ ପ୍ରକାର ଦୋଷ ତ୍ରୁଟି ଅଛି, ତାକୁ ନିରୀକ୍ଷଣ କରୁଥା'ନ୍ତି.ଅଭିଳାଷର ବଡ଼ ମାଉସୀ ସମସ୍ତଙ୍କ ଉପସ୍ଥିତିରେ କହି ପକେଇଲେ-ବୋହୂଟା ସବୁକଥାରେ ଠିକ ଅଛି ଯେ, କିନ୍ତୁ ତା' ମାଆ ପରା ନିଜେ କହିଛି-ତାକୁ ଘରକାମ କି ରୋଷେଇ ବାସ କାମ କିଛି ଜଣାନାହିଁ.ଖାଲି ସୁନ୍ଦର ରୂପକୁ ଦେଖି ମୋ ଭଉଣୀ ତାକୁ ବୋହୂ କରି ନେଇ ଆସିଛି. ମୁଁ ଆଉ କାହାକୁ କ'ଣ କହିବି ? ତା' ମାଆଟା କେମିତିକା ମଣିଷ କେଜାଣି ? ଝିଅଟାକୁ ରୋଷେଇ କାମଟା କେମିତି ଶିଖେଇଲା ନାହିଁ, ବର୍ଷେ ହେଲା ତ ତା'ର ପଢ଼ା ଶେଷ ହେଲାଣି. ଆଜିଯାଏ ଏଇ ଝିଅଟା କୋଉଠି କୁଆଡ଼େ ଯାଇ ବୁଲୁଥିଲା କେଜାଣି ? ସେ ସୁନ୍ଦର ରୂପ, ଆଉ ଇଂଜିନିୟରିଂ ପାଠକୁ ଲଗେଇ କ'ଣ ମୋ ପୁତୁରା ଭାତ ଖାଇବ ? ତମେ ଯିଏ ଯାହା କୁହ, ମୁଁ ସେଦିନ ଝିଅ ଦେଖିବାକୁ ଯାଇଥିଲେ, ଏ' ବାହାଘର କରେଇ ଦେଇ ନ ଥା'ନ୍ତି.ସବୁ ହସଖୁସି, ଆନନ୍ଦ, ମଜା-ମଉଜ ଭିତରେ ମାଉସୀଙ୍କ ଏଇକଥା ପଦକ ବିଷ ବୁଣି ଦେଇଥିଲା.ଶୁଣିବା ଲୋକ ତ ଥମହେଇ ତାଙ୍କୁ ଚାହିଁ ରହିଥିଲେ. ଅରୁଣା ତାଙ୍କ କଥାକୁ ଶୁଣି ମନ ଦୁଃଖରେ ତଳକୁ ମୁହଁ କରି ଲୁହ ଝରେଇଲା. ହଠାତ ସେ ସୁଖର ପରିବେଶ ଗମ୍ଭୀର ହୋଇ ଉଠିଲା,

. ଅଭିଳାଷର ମାଆ ଆସି ସବୁକଥା ଶୁଣି ନିଜ ବଡ଼ ଭଉଣୀକୁ ଡ଼ାକିନେଇ କହିଲେ ଦେଖିବୁ ରହ ମୁଁ ମୋ ବୋହୂକୁ ସବୁ ଘରକାମରେ ନିପୁଣା କରିଦେବି.ତୁ ଆଉ ବେଶି କଥା କହନା.ମାଉସୀ କି ଛାଡ଼ିବା ଲୋକ, ସେ କହିଲେ-ମୋ ବୋହୂ କ'ଣ ସେଇ ପାଠ ପଢ଼ି ନାହିଁ କି ? ସିଏ ତ ପୁଣି ଆମ ଦଶପ୍ରାଣୀଙ୍କୁ ରୋଷେଇ ବାସ କରି, ଘରକାମ କରି ସମସ୍ତଙ୍କ ଅଳି ଅର୍ଦ୍ଧଳି ସମ୍ଭାଳି ପାରୁଛି.ଇଏ କୋଉ ଲାଟ ସାହେବ ଘର ଝିଅ କି ରୋଷେଇ ବାସ, ଘରକାମ ଶିଖି ପାରିଲା ନାହିଁ ? ବୁଝିଲୁ, ତୋ ପୁଅକୁ କନିଆଁ ମିଳୁ ନ ଥିଲା ବୋଲି ତୁ ଅଯୋଗ୍ୟ ଝିଅକୁ ବୋହୂ କରି ଘରକୁ ନେଇ ଆସିଛୁ.ହଉ, ମୁଁ ଏବେ ମୋ ଘରକୁ ଯାଉଛି. ପୁଅ-ବୋହୁଙ୍କୁ ମୋ ଘରକୁ ପଠେଇ ଦେବୁ, ସେ ମୋ ବୋହୂଠୁଁ କିଛି ଶିଖି ଆସିବ.

    କେବଳ ସଦାନନ୍ଦ ବାବୁ କିମ୍ବା ତାଙ୍କର ପତ୍ନୀ ନୁହନ୍ତି, ଅଭିଳାଷ ମଧ୍ୟ ଭଲକରି ଜାଣେ-ଏଇ ବଡ଼ ମାଉସୀର ସବୁ ଗୁଣ ଗାରିମା.ସେ ତା' ମାଆଙ୍କର ବଡ଼ ଭଉଣୀ ହେଇଥିବାରୁ ପିଲାଟିବେଳୁ ଅନ୍ୟ ଭାଇ-ଭଉଣୀମାନକୁ ଖୁବ କଡ଼ା ଶାସନରେ ରଖିଥିଲେ.ନିଜର ପରିବାରର ସବୁ ସଦସ୍ୟଙ୍କ ବଡ଼ପଣିଆକୁ ସେ ସବୁବେଳେ ଆଗକୁ ଆଣନ୍ତି. ତାଙ୍କ ପସନ୍ଦର ଲୋକେ କେବଳ ମର୍ଯ୍ୟାଦା ପାଇବାକୁ ଯୋଗ୍ୟ, ଏକଥା ତାଙ୍କ ମୁଣ୍ଡ ଭିତରେ ବସା ବାନ୍ଧି ରହିଥାଏ । ଅନ୍ୟ କାହାର ମହତ ପଣିଆ, ତ୍ୟାଗ, ସେବା କିମ୍ବା ସାହସକୁ ସେ ସ୍ୱୀକାର କରିବାକୁ କେବେ ରାଜି ହୁଅନ୍ତି ନାହିଁ । କେବଳ ନିଜ ବାପା-ମାଆ ଆଉ ପରିବାର ଲୋକେ ହିଁ ମହାନ, ଏକଥା ତାଙ୍କ ମୁଣ୍ଡରେ ପଶି ରହିଥାଏ ।  ତେଣୁ ସେ ସମସ୍ତଙ୍କୁ ଅତି ନ୍ୟୁନ ଦୃଷ୍ଟିରେ ଦେଖନ୍ତି ।  ଅନ୍ୟମାନଙ୍କର ଦୋଷ-ଗୁଣକୁ ସେ ଖୁବ ନିରେଖି ଦେଖନ୍ତି ।  

ଏବେ ତାଙ୍କର ପୁଅ ଆଉ ବୋହୂ ତାଙ୍କ ଦୃଷ୍ଟିରେ ସବୁଠାରୁ ଭଲ ବୋଲି ସେ କହି, ତାକୁ ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି.ବଡ଼ ମାଉସୀ ଏବେ ତାଙ୍କ ଦୃଷ୍ଟିରେ ପର ମଣିଷ ହେଇ ଯାଇଛନ୍ତି. ତେଣୁ ଏତେବର୍ଷ ପରେ ବି ସେ ଅଭିଳାଷର ମାଆକୁ ଛୋଟପିଲା ଭଳି ବ୍ୟବହାର କରନ୍ତି. ତାଙ୍କର ସାମାନ୍ୟ ଦୋଷ ତ୍ରୁଟିକୁ ଦେଖି ଅତି କଟୁଭାଷାରେ ଗାଳି ମନ୍ଦ ବି କରନ୍ତି. ବଡ଼ ଭଉଣୀର କଥାକୁ ଅଭିଳାଷର ମାଆ ଦେହକୁ ନିଅନ୍ତି ନାହିଁ.ସେ ପିଲାଦିନର କଥାକୁ ମନେରଖି ତାଙ୍କୁ ଯଥେଷ୍ଟ ସମ୍ମାନ ଦିଅନ୍ତି. ଏଭଳି ପରିସ୍ଥିତିରେ ମାଉସୀଙ୍କୁ ସେଦିନ କେହି ବିରୋଧ ନ କରି ବରଂ ଭଲରେ ଭଲରେ ତାଙ୍କୁ ବିଦା କରିଥିଲେ.ସେମିତି ହେଇ ନ ଥିଲେ ସେ ଆହୁରି କେତେ କ'ଣ କାଣ୍ଡ କରି ସମସ୍ତଙ୍କୁ ଅପମାନିତ କରିଥାଆନ୍ତେ.

    ବାହାଘର ହେବାର ମାସକ ଭିତରେ ଅରୁଣା ଶାଶୁଙ୍କ ପାଖେ ପାଖେ ରହି ଅନେକ ପ୍ରକାର ରୋଷେଇ କାମ ଶିଖି ଯାଇଥିଲା.ମଝିରେ ମାଉସୀ ଫୋନକରି ଅଭିଳାଷର ମାଆ ସହିତ ଅରୁଣାକୁ ତାଗିଦ କରି ଭଲକରି ରୋଷେଇ ଶିଖିବା କଥା କହନ୍ତି.ଅରୁଣା ବହୁତ ଗୁଡ଼ାଏ ରୋଷେଇ କାମ ଶିଖି ଗଲାଣି, ଏ'କଥା ସେ ମୋଟେ ବିଶ୍ୱାସ କରନ୍ତି ନାହିଁ,ବରଂ ତା' ମାଆକୁ ଅଯୋଗ୍ୟ, ଦାୟିତ୍ୱହୀନ ବୋଲି ପ୍ରମାଣିତ କରିବାକୁ କେତେ କଥା କହି ଆତ୍ମ ସନ୍ତୋଷ ଲାଭ କରନ୍ତି.

     ଏହା ଭିତରେ ଅଭିଳାଷ ଓ ଅରୁଣା ବାଙ୍ଗାଲୋର ଯିବାକୁ ଟିକେଟ କାଟି ଦେଇଥିଲେ.  ବଡ଼ ମାଉସୀ ଘରକୁ ଥରେ ନଗଲେ, ସେ ମାଆକୁ ଆଉ ବସେଇ ଉଠେଇ ଦେବେନାହିଁ; ନାନା ପ୍ରକାର କଟୁକଥା କହି ପୁଣି ଗାଳିଦେବେ. ସେହି ଭୟରେ ସେମାନେ ଦିନେ ତାଙ୍କ ଘରକୁ ଯିବାକୁ ବାହାରିଲେ.ଏ' ଖବର ପାଇ ମାଉସୀ ତାଙ୍କ ବୋହୂକୁ ଡାକି ଚୁପିଚୁପି କେତେ କ'ଣ ଗୁପ୍ତକଥା କହିଦେଇଥିଲେ.ନିରୀହ ବୋହୂ ମନ୍ଦାକିନୀ ତାଙ୍କ କଥାରେ କେବଳ ହଁ ମାରିଥିଲା.ସେଦିନ ଅଭିଳାଷ ତା' ନବ ବିବାହିତା ପତ୍ନୀ ଅରୁଣା ସହିତ ମାଆଙ୍କୁ ମଧ୍ୟ ମାଉସୀ ଘରକୁ ନେଇ ଯାଇଥିଲା. ମନ୍ଦାକିନୀ ତାଙ୍କୁ ଆଦର କରି ପ୍ରଥମେ ଚା' ଜଳଖିଆ ଖାଇବାକୁ ଦେଲେ.କିଛି ସମୟ ପରେ ସେ ସମସ୍ତଙ୍କୁ ଖାଇବା ପାଇଁ ଡାଇନିଂ ଟେବୁଲ ପାଖକୁ ଆସିବାକୁ କହିଲେ.ଭାତ ବଢ଼ାବଢ଼ିରେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଅରୁଣା ତରବର ହେଇ ମନ୍ଦାକିନୀ ପଛେ ପଛେ ରୋଷେଇ ଘର ଆଡ଼କୁ ଚାଲି ଯାଉଥିଲା.ମାଉସୀ ତାକୁ ବାଟରୁ ଅଟକେଇ ଦେଇ କହିଲେ-ତୁ ନୂଆଲୋକ କିଛି ତ ଶିଖିନାହୁଁ, ରୋଷେଇ ଘରକୁ କାହିଁକି ଯାଉଛୁ ? ମନ୍ଦାକିନୀ ସବୁଯାକ କାମ ଏକୁଟିଆ କରିପାରିବ.ତୁ ଯା' ଟେବୁଲ ପାଖରେ ବସିବୁ.ଦେଖିବୁ ମୋ ବୋହୂ କେତେ ପ୍ରକାର ନୂଆ ନୂଆ ଆଇଟମ ତିଆରି କରିଛି. ତୁ ତ ଗରିବ ଘରଝିଅ, ସେ ସବୁ ଜିନିଷ ତୋ ପାଟିରେ କେବେ ବାଜି ନ ଥିବ, ଆଜି ପ୍ରଥମ କରି ଚାଖିଦେବୁ.

     ମାଉସୀଙ୍କ କଥାଟା ଅରୁଣାକୁ ଭାରି ବାଧିଲା, କିନ୍ତୁ ତାଙ୍କୁ କିଛି କହିବାକୁ ତା'ର ସାହସ ନ ଥିଲା.ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାକୁ ସେ ଚାହୁଁ ନ ଥିଲା.ସେ ମନମାରି ଚୁପଚାପ ଟେବୁଲ ପାଖରେ ବସିଗଲା. ମାଉସୀ ତା' ପାଖରେ ବସି କହିଲେ-ଆଜି ତୁ ଯେତେ ଆଇଟମ ଖାଇବୁ, ତାକୁ କେମିତି ତିଆରି କରାଯାଏ, ମୁଁ ଏଇଠି ବସି ତୋତେ ଶିଖେଇ ଦେବି.ତୁ ମନେ ରଖି ଏଇମିତି ଆଇଟମ ତିଆରି କରି ମୋ ପୁତୁରାକୁ ଖାଇବାକୁ ଦେବୁ.ଅଭିଳାଷ ପାଖରେ ତା' ମାଆ ଚୁପଚାପ ବସି ସବୁ ଦିଗକୁ ନଜର ରଖିଥା'ନ୍ତି.ମନ୍ଦାକିନୀ ଗୋଟିଏ ପରେ ଗୋଟିଏ ନାନା ପ୍ରକାର ସୁସ୍ଵାଦ ତରକାରୀ, ଭଜା, ସନ୍ତୁଳା ସହିତ ଆଧୁନିକ ରୋଷେଇ ପ୍ରଣାଳୀ ବହିରେ ଲେଖା ଯାଇ

ଥିବା ଆଇଟମ ଭିତରୁ ଫିସବଲ ଚିଲି, ଫିସ କରମା, ଫିସ ଫ୍ରାଏ, ଜୋକର ସାଂଡ ଉଇଚ, ସୁଜିରିଂ ଚଟନୀ, ଚୁଡ଼ା-ଆଳୁ କଟଲେଟ, ଓଟସ ଚିଲା, ଲଉକି ଚପ, କନ୍ଦ କାକରା, ଚିକେନ ପକୋଡା, ଭେଜଟପ ଭଳି ଆହୁରି କେତେ କ'ଣ ଆଣି ଟେବୁଲ ଭର୍ତ୍ତି କରିଦେଲେ. ଅଭିଳାଷ ଓ ଅରୁଣା ଏତେଗୁଡ଼ାଏ ଆଇଟମକୁ ଦେଖି ଆବାକାବା ହେଇ ପରସ୍ପରକୁ ଚାହୁଁଥିଲେ.ତାଙ୍କ ମାଆ ଵ୍ୟସ୍ତହେଇ କହି ପକାଇଲେ-ଆରେ ମାଆ ମନ୍ଦାକିନୀ ! ତୁ ଏତେ କଷ୍ଟ କରି ଏ'ସବୁ କାହିଁକି ତିଆରି କରୁଥିଲୁ ? ସବୁଥିରୁ ଟିପେ ଟିପେ ଖାଇଲେ ତ ପେଟ ପୂରିଯିବ. ଆମେ କ'ଣ ବିଦେଶରୁ ଆସିଥିବା ବାହାରିଆ ଲୋକ ହେଇଛୁ ? ବାହାଘର ପ୍ରସ୍ତାବ ନେଇ ନା' ଝିଅ ଦେଖିବାକୁ ଏଠିକି ଆସିଛୁ!ଏତେ କଷ୍ଟ କରିବା କ'ଣ ଦରକାର ଥିଲା ?ମାଉସୀଙ୍କ ପାଟି ତ ଖଲଖଲ ହେଉଥିଲା, ସେ କହି ଚାଲିଲେ-ମୁଁ ପରା ସେଇକଥା କହୁଥିଲି, ସେ କ'ଣ ମୋ କଥାକୁ ଶୁଣିଲା ? ତା'ର ଏକାଜିଦ ସେ ଛନ୍ଦାକୁ ନୂଆ ନୂଆ ଆଇଟମ ନିଜ ହାତରେ ତିଆରି କରି ଖାଇବାକୁ ଦେବ,ତେଣୁ ସେ ତା' ବାପଘରୁ ଶିଖି ଆସିଥିବା ସବୁ ରକମ ଆଇଟମ ଗୋଟାଏ ପରେ ଗୋଟାଏ ତିଆରି କରି ଚାଲିଲା । ମୁଁ ଭାବିଲି ବୋହୂଟା ମନ କରିଛି, ତାକୁ ଆଉ ମନା କରିବି କାହିଁକି ? ବୁଝିଲୁ ଛନ୍ଦା ! ଏ' ସବୁ ଆଇଟମ ତିଆରି କରିବାକୁ ତାକୁ ମୋଟେ ଘଣ୍ଟାଏ ଲାଗିଛି ।  ତୋ ଶାଶୂ ଜାଣିଛି, ମୁଁ ଘରେ କିଛି ବୋଲି କିଛିକାମ କରେନାହିଁ.ମନ୍ଦାକିନୀ ଆମର ସବୁ ପ୍ରକାର ସେବା ଯତ୍ନ ବି କରେ. ସତରେ ମୁଁ ବଡ଼ ଘରୁ ଝିଅଟି ଆଣି ଖୁବ ଭଲ କରିଛି.ଖାଇବା ବେଳେ ତୁ ପଚାରିବୁ, ମନ୍ଦାକିନୀ ତୋତେ ରୋଷେଇ ପ୍ରଣାଳୀ ସବୁ ବତେଇଦେବ.ମନ୍ଦାକିନୀ ସବୁ ଆଇଟମ ଟେବୁଲ ଉପରେ ଥୋଇଦେଇ ସେଇଠି ଠିଆହେଇ ପଚାରିଲେ-ଏବେ ପାମ୍ପଡ଼ ଆଣିଦେଵି ? ଆପଣମାନେ ଖାଇବା ଆରମ୍ଭ କରନ୍ତୁ.ଅଭିଳାଷ ସବୁ ଆଇଟମ ଉପରେ ନଜର ପକେଇ ଅନ୍ୟ ମନସ୍କହେଇ ରହିଥିଲା. ତା'ର ମନେ ପଡ଼ିଗଲା- ଏ' ସବୁ ଆଇଟମ ଅନାମିକା ହୋଟେଲରେ ତିଆରି ହୁଏ.ସେ ତା' ସାଙ୍ଗମାନଙ୍କ ସହିତ ମିଶି କେତେଥର ସେ ହୋଟେଲରେ ଏ'ସବୁ ଜିନିଷ ଖାଇଛି.

ଖାଇବା ଭିତରେମାଉସୀ ଆହୁରି କେତେ କ'ଣ କହି ବୋହୂର ହାତ ତିଆରି ଆଇଟମର ପ୍ରଶଂସା କରି ଚାଲିଥିଲେ. ସମସ୍ତେ ଚୁପଚାପ ଖାଇସାରି ବେସିନ ପାଖକୁ ଗଲେ.ଅଭିଳାଷର ଖୋଜିଲା ଖୋଜିଲା ଆଖି ଦୁଇଟା ହଠାତ ଅଟକି ଗଲା.ସେ ଦେଖିବାକୁ ପାଇଲା- ଅନାମିକା ହୋଟେଲ ଫୁଡ଼ ପ୍ୟାକିଂ କଭର ଗୁଡ଼ାକ ଗୋଟାଏ ବଡ଼ ଜରିରେ ଘୋଡ଼ାହେଇ ରଖାଯାଇଛି.ସେ ଆଜି ଖାଦ୍ୟ ପ୍ରସ୍ତୁତର ରହସ୍ୟ ଠିକ ଭାବରେ ବୁଝିଗଲା. ମାଉସୀ ଆଉ ଭାଉଜଙ୍କୁ ଧନ୍ୟବାଦ ଜଣାଇ ସେମାନେ ଘରକୁ ଫେରିଲେ.ମାଉସୀର ଖୁସି କହିଲେ ନ ସରେ.ବାଟରେ ଶୌର୍ଯ୍ୟର ମାଆ କହିଲେ-ଆରେ, ଅରୁଣା ! ତୁ ସେ ନୂଆ ଆଇଟମ ଖାଦ୍ୟ ପ୍ରସ୍ତୁତ ପ୍ରଣାଳୀ ବିଷୟରେ ମନ୍ଦାକିନୀକୁ ତ ପଚାରିଲୁ ନାହିଁ ?ଅରୁଣା କିଛି କହିବା ପୂର୍ବରୁ ଅଭିଳାଷ କହିଲା-ମାଆ ! ସେ ସବୁ ଜିନିଷ ଅନାମିକା ହୋଟେଲରୁ କିଣାହେଇ ଆସିଥିଲା. ଆମେ କେବେ ସେ ହୋଟେଲକୁ ଯାଇ ଖାଦ୍ୟ ପ୍ରସ୍ତୁତ ପ୍ରଣାଳୀ ଶିଖି ଆସିବୁ.ମାଉସୀଙ୍କ କପଟ କଥା ମୁଁ ସବୁ ବୁଝି ପାରିଛି। 

   ଅଭିଳାଷ ସହିତ ଅରୁଣା ବାଙ୍ଗାଲୋର ଯିବାର ପନ୍ଦର ଦିନ ପରେ ଦିନେ ମାଉସୀ ଫୋନ କଲେ.ସେ ଅଭିଳାଷକୁ ଆଗ ତା'ର ଖାଇବା ପିଇବା କଥା ଏବଂ ଅରୁଣାର ରୋଷେଇ କଥା ପଚାରି ବୁଝିଥିଲେ.ଅଭିଳାଷ କହିଥିଲା-ହଁ ମାଉସୀ ! ଅରୁଣା ସବୁ ଠିକଠାକ ରୋଷେଇ କରୁଛି.ଆଜି ସେ ରୋହିମାଛ କାଲିଆ ତିଆରି କରିଥିଲା, ଖୁବ ଭଲ ହେଇଥିଲା.ମାଆ ତାଙ୍କୁ ଆହୁରି କେତେ ପ୍ରକାର ତରକାରୀ ତିଆରି କରିବା ଶିଖେଇ ଦେଇଥିଲେ, ତାକୁ ସବୁ ଗୋଟିଏ ଗୋଟିଏ ପରୀକ୍ଷା କରି ଦେଖୁଛି.ଏବେ ମୋର ଖାଇବା- ପିଇବାରେ କିଛି ଅସୁବିଧା ନାହିଁ.ମାଉସୀ କି ଛାଡ଼ିବା ଲୋକ ସେ କହିଲେ-ତୁ ମିଛ କହୁଛୁ, ଅରୁଣା କ'ଣ ଜାଣେ କ'ଣ ନଜାଣେ, ସେ କଥା ମୋତେ ବେଶ ଜଣା.ମୋ ବୋହୂ ତ ଏତେ ପ୍ରକାର ରୋଷେଇ କରି ସେଦିନ ତାକୁ ଦେଖେଇ ଦେଇଥିଲା.ସେଦିନ ମୁଁ ଅରୁଣାକୁ କହିଥିଲି- ଏ' ସବୁ ଆଇଟମ କେମିତି ତିଆରି ହେଇଛି, ତାକୁ ମୋ ବୋହୂ ପାଖରେ ବସି ବୁଝିନେବୁ.ସେ ତ ପଚାରିଲା ନାହିଁ, ମୋ ବୋହୁ କ'ଣ ଉପରେ ପଡ଼ି କହିଥା'ନ୍ତା ? ଛାଡ଼ ସେକଥା, ତୁ ବି ସେଦିନ ତରବତର ହେଇ ତାକୁ ନେଇ ଘରକୁ ଚାଲିଗଲୁ, ନହେଲେ ମୁଁ ତାକୁ ବସେଇ ବିଭିନ୍ନ ରୋଷେଇ ପ୍ରଣାଳୀ ଶିଖେଇ ଦେଇ ଥାଆନ୍ତି.ସେ ଯାହାହେଉ, ସେଦିନ ଖାଇବା ଆଉ ଆଇଟମ କ'ଣ କେମିତି ହେଇଥିଲା, ସେକଥା ତ କହିଲୁ ନାହିଁ ? ମୁଁ ଭାବିଥିଲି,ଅରୁଣା ଫୋନକରି ତାକୁ ଟିକେ ପ୍ରଶଂସା କରିବ. ମୋ ବୋହୂଟା ଏତେ କଷ୍ଟକରି କେଡ଼େ ଯତ୍ନରେ ଏତେ ଆଇଟମ ତିଆରି କରିଥିଲା, ସେଇଥିପାଇଁ ତା' ମନ ଟିକେ ଉଣା ହେଇଗଲା.ହଉ ଏବେ କହ, ସେଦିନ ସବୁ ଆଇଟମ ଭଲ ହେଇଥିଲା ନା' ନାହିଁ ?

ଅଭିଳାଷ ବଡ଼ ଅଡୁଆରେ ପଡ଼ିଗଲା. ମାଉସୀଙ୍କ କଥା ସେ ଭଲକରି ଜାଣେ. ପଦେ କଥାରୁ ସେ କେତେ ଖିଅ ବାହାର କରି କେତେ କ'ଣ କହି ଚାଲିବେ ତେଣୁ ସେ କଥାଟାକୁ ଚଳେଇ ନେବାପରି କହିଲା-ହଁ ମାଉସୀ ! ସବୁ ଆଇଟମ ଭଲ ହେଇଥିଲା.ଆଗରୁ ମୁଁ ଏମିତି ଆଇଟମ ଅନାମିକା ହୋଟେଲରୁ ଖାଇଥିଲି. ଠିକ ସେଇ ହୋଟେଲ ଜିନିଷ ଭଳି ମୋତେ ଲାଗିଲା.ଅଭିଳାଷ କଥା ନ ସରୁଣୁ ମାଉସୀ କହିଲେ- ତା' ମାନେ ତୁ କହୁଛୁ ଯେ, ମୁଁ ସେଇ ଅନାମିକା ହୋଟେଲରୁ ସେ ସବୁ ଆଇଟମ ମଗେଇ ଆଣି ତୋତେ ଖାଇବାକୁ ଦେଇଥିଲି ? ବୁଝିଲୁ, ମୁଁ ଜାଣି ପାରୁଛି-ତୁ ବାହା ହେଇଗଲା ପରେ ଏ' ସବୁ ଖରାପ ବୁଦ୍ଧି ତୋତେ ସେ ଅରୁଣା ହିଁ ଶିଖେଇ ଦେଇଛି. ଛୋଟଘର ଝିଅ ତ, ତା'ର ମନ ଛୋଟ ହେଇଥିବ.ତୋତେ ସିନା କନିଆଁ ମିଳୁ ନ ଥିଲା ବୋଲି ତୋ ମାଆ ତରବର ହେଇ ସେଇ ଗରିବ ଘରେ ବନ୍ଧୁ ବାନ୍ଧିଲା.ମୋତେ କହିଥିଲେ-ମୁଁ ମାଜିଷ୍ଟ୍ରେଟ, କଲେକ୍ଟର, ନହେଲେ ଡାକ୍ତର କି ଇଂଜିନିୟର ଘରୁ ଭଲ ଝିଅଟି ଯୋଗାଡ଼ କରି ଦେଇଥା'ନ୍ତି.ସୁନା, ରୁପା, ଗାଡ଼ି-ଘୋଡ଼ାରେ ତମ ଘର ପୂରି ଉଠି ଥାଆନ୍ତା.ଛାଡ଼, ତୋ ଭାଗ୍ୟ ତ ଖରାପ, ମୁଁ ଆଉ କ'ଣ କରିପାରିବି ? ଯାହା ତ ହେବାର ହେଇ ସାରିଲାଣି.ତୁ ଅରୁଣାକୁ ସେ ଫୋନଟା ଦେଲୁ,ଅତି କମରେ ମୁଁ ତାକୁ ଶାଗଭଜା, ଡାଲମା, ବାଇଗଣ- କଦଳୀ ଭଜା, ମସଲା ଦିଆ ଗୋଟା ଭେଣ୍ଡି ଭଜା ଆଉ ଜହ୍ନି ରାଇତା ତିଆରି କେମିତି ହୁଏ, ସେତିକି ତାକୁ ଶିଖେଇ ଦେବି. କିଛି ନ ହେଲେ ସେ ସେତିକି ତିଆରି କରି ପାରିଲେ, ତୁ ମୁଠାଏ ଭଲରେ ତ ଖାଇ ପାରିବୁ ମାଉସୀଙ୍କ କହିବା ଢଙ୍ଗ ଅଭିଳାଷକୁ ମୋଟେ ଭଲ ଲାଗୁ ନ ଥିଲା. ଏଣେ ସେ ଫୋନରେ ଅରୁଣାକୁ କ'ଣ ବୋଲି କ'ଣ କହି ପକାଇବେ, ଠିକ ଠିକଣା ନାହିଁ.ସେହି ଭୟରେ ସେ ମିଛର ଆଶ୍ରୟ ନେଇ କହିଲା- ମାଉସୀ ! ଛନ୍ଦା ଏବେ ପଡ଼ିଶା ଘରକୁ ଯାଇଛି. ଆସିବା ଟିକେ ଡେରିହେବ.ତାପରେ ମାଆ ତ ସେ ସବୁ ଦେଶୀ ଆଇଟମ ତିଆରି ପ୍ରଣାଳୀ ତାକୁ ଶିଖେଇ ଦେଇ ସାରିଛି. କେବେ ଆମେ ଓଡ଼ିଶା ଯାଇଥିବା ସମୟରେ ତମେ ତାକୁ ଆଉ କିଛି ଭଲ ଆଇଟମ ଶିଖେଇ ଦେବ.ରାଗ ତମତମ ହେଇ ମାଉସୀ କହିଲେ- ହଇରେ ! ବାହା ହେବାର ମାସେ ପୂରିଛି କି ନାହିଁ, ତୁ ତାକୁ ପଡ଼ିଶା ଘରକୁ କେମିତି ଛାଡ଼ିଦେଲୁ ? ବୁଝିଲୁ, ମୁଁ ଜାଣେ-ବୁଢ଼ା ବୟସରେ ବାହାହେଲେ, ଏମିତି ସ୍ତ୍ରୀ ବୋଲକରା ହେବାକୁ ପଡ଼େ. ଏବେଠାରୁ ତାକୁ ସାବାଡ଼ କରି ରଖ. ନହେଲେ ସେ ତୋ ଧନ ଖାଇ ଶେଷରେ ତୋ’ ମୁଣ୍ଡ ଉପରେ ଚଢ଼ି ବସିବ.ପାଠ ପଢ଼ିଲେ କ'ଣ ହେବ, ଗରିବ ଘର ଝିଅ ତ ବାପଘରକୁ ସବୁ ଠେଲିଦେବ, ହୁସିଆର ହେଇ ରହୁଥିବୁ.ତୋ ମାଆ, ମୋ ଭଉଣୀ ହେଲେ କ'ଣ ହେବ, ସେ ଗୋଟାଏ ହୁଣ୍ଡୀ. ତା' ମୁଣ୍ଡରେ ଟିକିଏ ବି ବୁଦ୍ଧି-ଶୁଦ୍ଧି ନାହିଁ.

ଏତେ ବାଜେ ଅଦରକାରୀ କଥା ଶୁଣିବାକୁ ଅଭିଳାଷର ଆଉ ଧୈର୍ଯ୍ୟ ନଥିଲା, ସେ ପୁଣି ଥରେ ମିଛର ଆଶ୍ରୟ ନେଇ କହିଲା-ମାଉସୀ ! ଅଫିସରୁ ଗୋଟାଏ ଅର୍ଜେଣ୍ଟ ଫୋନ ଆସିଛି, ଏବେ ତମ ଫୋନ କାଟି ଦେଉଛି.ସମୟ ସୁବିଧା ଦେଖି ମୁଁ ତମକୁ ଫୋନ କରିବି.ତମର ଫୋନ କରିବା ଦରକାର ନାହିଁ.ଫୋନ କଟିଗଲା.

     ପାଖରେ ଠିଆହେଇ ସବୁକଥା ଶୁଣୁଥିବା ଅରୁଣାର ମୁହଁକୁ ଚାହିଁ ମୁରୁକି ହସିଦେଇ ଅଭିଳାଷ କହିଲା-ମୋର ଏଇ ବଡ଼ ମାଉସୀ ଭାରି ଜଟିଳ ମଣିଷ. ତାଙ୍କ ସହ ତମେ କଦାପି କଥାହେବନି.ଯେତେବେଳେ ସେ ଫୋନ କରିବେ ଧରିବ ନାହିଁ, ମୁଁ ସେ ସବୁ ସମ୍ଭାଳିବି.ସେଦିନ ଶୌର୍ଯ୍ୟ ତା' ମାଆଙ୍କୁ ଫୋନକରି ସେଦିନର ସବୁ ସତକଥା ଜଣେଇ ଦେଇଥିଲା.ମାଆ ସବୁକଥା ଶୁଣି ବହୁତ ମନଦୁଃଖ କଲେ ସିନା କିଛି କହି ପାଇଲେ ନାହିଁ,ବରଂ ଆଉ ତାଙ୍କ ଫୋନ ନ ଉଠେଇବା ପାଇଁ ଏବଂ ତାଙ୍କୁ କେବେ ଫୋନ ନ କରିବା ପାଇଁ ପରାମର୍ଶ ଦେଲେ. ଅରୁଣା ସବୁ କାମ ପାରିବ, ତାକୁ ସହଯୋଗ କରିବାକୁ ଅଭିଳାଷକୁ କହିଥିଲେ.ଅରୁଣା ବଡ଼ ଆଗ୍ରହରେ ମାଆଙ୍କୁ ଆଉ କିଛି ଗୋଟେ ନୂଆ ରୋଷେଇ ଶିଖାଇ ଦେବାକୁ ଅନୁରୋଧ କରିଥିଲା କେବଳ ।


Rate this content
Log in

Similar oriya story from Drama