ଜହ୍ନପରି ମନ ଯାହାର
ଜହ୍ନପରି ମନ ଯାହାର


ଗାଁରେ ଥାଆନ୍ତି ବିଭୂପଦ ବାବୁଙ୍କ ଘର. ଗାଁ ପାଖ ସ୍କୁଲରେ ରିମା ଶିକ୍ଷୟିତ୍ରୀ.ଏବର୍ଷ କୁମାର ପୂର୍ଣ୍ଣମୀ ଗୁରୁବାର ପଡୁଥିଲା ତ ଝିଅ ଶାଶୁଘରକୁ ଯିବା କଥା ନୁହେଁ କହି ଅଟକେଇ ଦିଆଗଲା ତାକୁ ତ ନବବସ୍ତ୍ର ସବୁ କିଣାକିଣି ପାଇଁ ବାହାରି ପଡ଼ିଲେ ରିମା ଓ ତାଙ୍କ ସ୍ୱାମୀ . ଝିଅ ଜୋଇଁ, ପୁଅ, ବୋହୂ ଓ ନାତି ନାତୁଣୀଙ୍କ ପାଇଁ ଡ୍ରେସ କିଣା ଭିତରେ ଆଉ ଗୋଟେ ପ୍ୟାକେଟ ରିମାଙ୍କ ହାତରେ ଦେଖି ସ୍ୱାମୀ ପଚାରୁଥିଲେ ସେଇଟା ପୁଣି କାହା ପାଇଁ ତ ରିମା କହିଲେ ସବୁଟା ଜାଣିବା କଣ ନିହାତି ଆବଶ୍ୟକ ନା କଣ? ସ୍ୱାମୀ ପିଠା ଉପକରଣ ସହିତ ଚାନ୍ଦ ଚକଟା ପ୍ରସ୍ତୁତି ପାଇଁ କିଣାକିଣି କରୁଥିଲା ବେଳେ ରିମା ହଜିଗଲେ ଭାବନାରେ. କେଵେ କିଛି ଲୁଚେଇ କରିନଥିବା ରିମା ଆଜି କହିପାରୁନଥିଲେ ମ୍ୟାକ୍ସି ଦୁଇଟା ସେ ନେଉଛନ୍ତି ତାଙ୍କ ଘର ପାଖେ ଥିବା ସେହି ବଢନ୍ତା ବା୍ୟାଣୀ ଝିଅଟା ପାଇଁ, ଯିଏ ଅନେକ ଥର ସ୍କୁଲରୁ ଫେରିଲାବେଳେ ବାଟ ଜଗି କହିଥାଏ ମତେ କୁମାର ପୂର୍ଣ୍ଣମୀ ଦିନ କାକରା କ୍ଷୀରି ଟିକେ ଦେବୁ ନା ଦିଦି ଗୁରୁମା!ମୋର ଖାଇବାକୁ ଖୁବ ଇଛା ହେଉଛି. ଉଧୁ ଲଙ୍ଗଳା ବା ଅର୍ଦ୍ଧନଗ୍ନ ଝିଅଟାକୁ ଆଖି ଟେକି ଚାହିଁ ପାରୁନଥିବା ବେଳେ ରିମା କହନ୍ତି ଏ ବର୍ଷ ନିଶ୍ଚୟ ଦେବି.
ଏମିତି ଥରେ ଦୁଇଥର ଝିଅଟା ପାଇଁ ଖାଦ୍ୟ ପଠାଇ ଲୋକହସା ହୋଇଛନ୍ତି ରିମା. କେଵେ ଖାଦ୍ୟ ନେଇ ଯାଇଥିବା ଲୋକଟାକୁ ଗାଳି କରି ଘଉଡ଼େଇ ଦିଏ ତ କେଵେ ଘର ଦୁଆର ମେଲା କରି ଅନ୍ୟ ଆଡେ ଚାଲିଯାଇଥାଏ. ବପା ମାଆ ଛେଉଣ୍ଡ ବା୍ୟାଣୀ ଝିଅଟାର ଭାଇ ଭାଉଜ ମଧ୍ୟ ଛାଡି ଦୂରସ୍ଥାନକୁ ଚାଲି ଯାଇଛନ୍ତି ତ କୁମାର ପୂର୍ଣ୍ଣମୀ ଦିନ ସଅଳ ଉଠି ଚଉରା ପୂଜା ସାରି ପିଠା ଛାଣି କ୍ଷୀରି ଭୋଗ ଦେଇ ସାରିବା ପରେ ରିମା ଆଣିଥିବା ମ୍ୟାକ୍ସି ଦୁଇଟି ସହ ପିଠା ଓ କ୍ଷୀରି ନେଇ ଚାଲିଲେ ବା୍ୟାଣୀ ଘରକୁ. ମନେ ମନେ ଭାବିଥିଲେ ସନ୍ଧ୍ୟାରେ ଚାନ୍ଦ ଚକଟା ଖାଇବାକୁ ନୂଆ ଡ୍ରେସ ପିନ୍ଧି ଆସିବାକୁ କହିଦେଇ ଆସିବେ.ତେଣିକି ବା୍ୟାଣୀର ମନ. ଠିକ ଏତିକି ବେଳେ ଦୁଇ ଚାରିଟା ପୋଲିସ ଗାଡି ତାଙ୍କୁ ଅତିକ୍ରମ କରି ସାଇରନ ମାରି ମାରି ଆଗେଇ ଗଲା ତ ଛାତିରେ ଛନକା ପଶିଲା ରିମାଙ୍କର.କଣ କୋଉଠି କିଛି ଅଘଟଣ ହେଲା କି? କୋଉ ଅଘଟଣ ବା ଦୁର୍ଘଟଣା କେତେବେଳେ ଯେ କାହା ଗୋଡ଼ ଟାଣି ନଧରିବ କିଏ କହିବ ଭାବୁ ଭାବୁ ଦୂରରୁ ମିନୁ ବା୍ୟାଣୀ ଦୁଆରେ ପୋଲିସ ଗାଡି ରହିବା ଦେଖି ଆଶଙ୍କା ଜାତ ହେଲା ରିମାଙ୍କର. ମନେ ପଡିଲା ସତ କଥା ସ୍ୱାମୀ କହୁଥିଲେ ବାୟାଣୀ ଝିଅ କଣ ତୁମଠୁ ଡ୍ରେସ ଗ୍ରହଣ କରିବ ନା ତାକୁ ପିନ୍ଧିବ. ତେବେ ମିନୁ ସହ କୋଉ ଦୁର୍ଘଟଣା ଘଟିଗଲାକି ଭାବି ମାଆ ଗଜାଲଷ୍ମୀଙ୍କୁ ମୁଣ୍ଡିଆ ମାରି ଆଗେଇ ଗଲେ ରିମା. ସେତେବେଳକୁ ମିନୁ ବା୍ୟାଣୀର ନିସ୍ତେଜ ଦେହଟା ଟେକା ହୋଇ ଗାଡିରେ ଲଦା ହୋଇସାରିଥିଲା. ଶେଷକୁ ଦୁଷ୍କର୍ମର ଶୀକାର ହେଲା ଭାବି ଥମ କରି ଠିଆ ହୋଇପଡ଼ିଲା ବେଳକୁ ଜଣା ପଡିଲା କୂଅ ଭିତରେ ଖସି ପଡି ମିନୁ ବା୍ୟାଣୀର ଜୀଵନ ଚାଲିଗଲା ଆଜି ଭଳି କୁମାର ପୂର୍ଣ୍ଣମୀ ଦିନଟାରେ . ସେଦିନ ଜହ୍ନ ଆସିଥିଲା. ଘରେ ସମସ୍ତେ ତାଙ୍କୁ ଅପେକ୍ଷା କରିଥିଲେ ହେଲେ ରିମାଙ୍କର ଚାନ୍ଦ ଚକଟିବାରେ ଆଗ୍ରହ ନଥିଲା.ଦୂରରୁ ଶୁଭୁଥିବା କୁମାର ପୂର୍ଣ୍ଣମୀ ଜହ୍ନ ଗୋ ଫୁଲ ବଉଳ ବେଣୀ ଗୀତଟି ତାଙ୍କୁ ମିନୁ କଣ୍ଠରେ ମତେ କାକେରା କ୍ଷୀରି କୁମାର ପୂର୍ଣ୍ଣମୀକୁ ଦେବୁନା ଦିଦି ବୋଲି ମନେ ପଡୁଥିଲା ଯାହା.ଏବର୍ଷ କୁମାର ପୂର୍ଣ୍ଣମୀ କଥା ଥିଲା ଏକଦମ ଭିର୍ନ୍ନ.ଏବେ ଏବେ ପଡୋଶୀ ମିଶ୍ରବାବୁଙ୍କ ସ୍ତ୍ରୀ ଅନୁ ଯେବେ ସଜଗୋଲାପ ଦିଟା ଦେଇଯାଆନ୍ତି ମହାନ୍ତିବାବୁଙ୍କ ସ୍ତ୍ରୀ ରିମାଙ୍କୁ. ରିମା ଯେତିକି ଆଶ୍ଚର୍ଯ୍ୟ ହୁଅନ୍ତି
ତା ଠାରୁ ଅଧିକା ଆଶ୍ଚର୍ଯ୍ୟ ହୁଅନ୍ତି ମିଶ୍ରବାବୁ. ଘରଣୀଙ୍କ ପଡୋଶୀ ପ୍ରେମ ଦେଖି ଭାବନ୍ତି ଅନୁ ବୋଧେ ଏବେ ସମାଜସେବୀ ହିସାବରେ ନିଜର ଗୋଟେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହୁଁଛନ୍ତି. ନିଜ ହାତରେ ଅତି ଯତ୍ନରେ କରିଥିବା ଗୋଲାପ ବଗିଚାରୁ ସଜ ଗୋଲାପ ଦିଟା ଠାକୁରଙ୍କୁ ପିନ୍ଧେଇବା, ମନ୍ଦିରରେ ରାଧାମାଧବଙ୍କୁ ଚଢ଼ାଇବା କଥା ତ ଠିକ ଅଛି କିନ୍ତୁ ମହାନ୍ତିବାବୁଙ୍କ ସ୍ତ୍ରୀଙ୍କ ପ୍ରତି ଏତେ ଶ୍ରଦ୍ଧା ଦେଖି ବିସ୍ମିତ ହୁଅନ୍ତି ମିଶ୍ରବାବୁ. ଏମିତିରେ ସବୁବେଳେ ମହାନ୍ତିବାବୁଙ୍କ ସ୍ତ୍ରୀ ସହିତ ଗୋଟେ ଦୌଡ଼ ଭିତରେ ଥିବା ଅନୁ ଆଜିକାଲି ବଦଳି ଗଲେଣି ଭାବି ମିଶ୍ରବାବୁ ଖୁସି ହୁଅନ୍ତି. ନହେଲେ ପ୍ରତିଟି କଥାରେ ରିମାଙ୍କୁ ନିଚା ଦେଖାଇବାକୁ କୁଣ୍ଠାବୋଧ ପ୍ରକାଶ କରୁନଥିବା ଅନୁଙ୍କର ଏ ପରିବର୍ତ୍ତନରେ ବେଳେ ବେଳେ ଆଶଙ୍କା ମଧ୍ୟ ଉତ୍ପନ୍ନ ହୁଏ ମିଶ୍ର ବାବୁଙ୍କର. ରିମାଙ୍କୁ ଟକ୍କର ଦେଉଥିବା ଅନୁ ଏ ବର୍ଷ ଦୁର୍ଗାପୂଜାରେ ମହାନ୍ତି ବାବୁଙ୍କ ଘରକୁ କଣ ଆସିଛି ମହାନ୍ତି ବାବୁଙ୍କ ସ୍ତ୍ରୀ ରିମା କୋଉ ଡିଜାଇନ ଗହଣା କିଣିଛନ୍ତି ସେସବୁ ନଦେଖି କଣ ରାଜନୀତି ଆଡକୁ ଢଳିଛନ୍ତି ନା କଣ ଭାବି ମିଶ୍ର ବାବୁ ଭୟଭୀତ ହୁଅନ୍ତି.
ସେଦିନ ନଜାଣିଲା ପରି ମିଶ୍ରବାବୁ ପଚାରି ଦେଇଥିଲେ ସ୍ତ୍ରୀ ଅନୁଙ୍କୁ କଣ ପୂଜା ପାଇଁ ଶାଢ଼ୀ ଗହଣା କିଣା ଯିବନି କି ଏଥର?କିଣା ଯିବନି କେମିତି ଯେ!ଏଡ଼େବଡ଼ ପୂଜାରେ ନୂଆ ନୂଆ ଭେରାଇଟର ଶାଢ଼ୀ ଓ ନୂଆ ନୂଆ ଡିଜାଇନର ଗହଣା ମାର୍କେଟକୁ ଆସିଥିବ ତ କିଣିବିନି କେମିତି କହିଲ?ଆଉ ତୁମ ପଡୋଶୀନି କଣ କିଣାକିଣି କଲେଣି? ତୁମେ ଏସବୁ କାହିଁ ପଚାରୁଛ କଣ ମହାନ୍ତିବାବୁ ତୁମକୁ କିଛି କହୁଥିଲେ କି? ହଁ କହୁଥିଲେ ଆପଣଙ୍କ ସ୍ତ୍ରୀ ଅନୁଭାଉଜ ସଜ ଗୋଲାପ ଦେଇ ମୋ ସ୍ତ୍ରୀ ରିମାଙ୍କ ମନରେ ଗୋଲାପ ଗଛ ଲଗାଇବା, ଗଛର ଯତ୍ନ ନେବା, ଅନାବଶ୍ୟକ ଡ଼ାଳ କାଟିବା ଇତ୍ୟାଡଦିରେ ଏମିତି ବ୍ୟସ୍ତ ରହୁଛନ୍ତି ଯେ ପୂଜା ବଜାରରେ କଣ ସବୁ ନୂଆ ଜିନିଷ ପଡିଛି ଚାଲ କିଣିବାକୁ କହିବା ଭୁଲି ଯାଇଛନ୍ତି. ଅନୁ ଏଥର ଖୁବ ଖୁସିରେ ତାଳି ମାରି କହିଲେ ଯାହା ହେଉ ଏତେଦିନକେ ମୋ ଆଶା ପୂରଣ ହୋଇଛି. ରିମାଙ୍କ ସମୟ ଚୋରି କରିବାକୁ ମୁଁ ଯେଉଁ ନାଟକ କରିଛି ସେଥିରେ ସଫଳ ହୋଇଛି. ଏଥର ମୁଁ ପ୍ରଥମେ କିଣିବି ଶାଢ଼ୀ, ଚୁଡ଼ି, ଓ ନୂଆ ଗହଣା. ରିମାଙ୍କୁ ହରାଇବା ପାଇଁ ସଜ ଗୋଲାପ ମତେ କେତେ ସାହାଯ୍ୟ କରିଛି ଦେଖିଲ. ଏତିକି କହିଛନ୍ତି କି ନାହିଁ ମହାନ୍ତି ବାବୁ ଓ ତାଙ୍କ ସ୍ତ୍ରୀ ପହଁଚିଲେ. ରିମା ପିନ୍ଧିଥିଲେ ନୂଆ ଶାଢ଼ୀ ଚୁଡ଼ି ଓ ଗହଣା. ମହାନ୍ତିବାବୁ କହୁଥିଲେ ବୁଝିଲେ ଭାଉଜ ଆପଣଙ୍କ ଯୋଗୁଁ ରିମା ଗଛ ଲଗାଇବା, ଫୁଲକୁ ଆଦର କରିବା ଶିଖି ଯାଇଛନ୍ତି ତେଣୁ ତାଙ୍କ ପାଇଁ ସବୁଠୁ ଲାଟେଷ୍ଟ ଶାଢ଼ୀ, ଚୁଡ଼ି ଗହଣା ଆଣିଛି ଏଥର ମୁଁ ନିଜେ. ଆଉ ଆପଣଙ୍କ ପାଇଁ ମଧ୍ୟ ନେଇଆସିଛି. ପିନ୍ଧିକି ବାହାରନ୍ତୁ କାଳୀପୂଜା ମଣ୍ଡପକୁ ଯିବା. ରିମା ତାଙ୍କ ନିଜ ହାତରେ ଲଗାଇଥିବା ଗୋଲାପ ଗଛରୁ ସଜ ଗୋଲାପ ସବୁ ଆଣିଛନ୍ତି ପରା. ଅନୁ କୁଣ୍ଠିତ ହୋଇ ଉପହାର ଗ୍ରହଣ କରୁନଥିବା ଦେଖି ମିଶ୍ରବାବୁ କହୁଥିଲେ ଆରେ ଆମେ ଦୁହେଁ ସାଙ୍ଗ ହୋଇ ନିଜ ନିଜ ପତ୍ନୀଙ୍କ ପାଇଁ ଯାହା ସବୁ କିଣିଆଣିଛୁ ତାହା ସାଦରେ ଗ୍ରହଣ କରି ଆମକୁ ଧନ୍ୟ କର. ଅନୁ ଚାହୁଁଥିଲେ ସ୍ୱାମୀଙ୍କୁ ବଡ଼ ବଡ଼ ଆଖି ମେଲି ତ ରିମା କହୁଥିଲେ ପିନ୍ଧନ୍ତୁ ନା. ଏବର୍ଷ ଆମ ଦୁହିଁଙ୍କ ପୂଜା ଯେମିତି ଜମିଗଲା କାଳୀପୂଜା ମଧ୍ୟ ସେମିତି ଜମିଯିବ କହୁଥିଲା ବେଳେ ରିମାଙ୍କର ଆରବର୍ଷ ଘଟଣା ମନେପଡୁଥିଲା ତ ସେ ସଜ ଗୋଲାପ ସବୁକୁ ନେଇ ବା୍ୟାଣୀ ମିନୁ ସମାଧି ପୀଠ ଆଡ଼େ ଯିବା ଦେଖି ଅନୁଙ୍କ ଆଖିରେ ମଧ୍ୟ ଲୁହ ଆସିଯାଇଥିଲା.