STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

ବିଲୁଆର ଯୋଗୀ ହେବା ନୋହିଲା

ବିଲୁଆର ଯୋଗୀ ହେବା ନୋହିଲା

2 mins
338



ବାପା ବିଲୁଆର ପୁଅ ବିଲୁଆ ବାହାରିଲା ଯୋଗୀ ବେଶରେ ତ ମାଆ ବିଲୁଆ ହୁକେ ହୋ ହୁକେ ହୋ କହି କାନ୍ଦି ଉଠିଲା. ପୁଅ ବିଲୁଆ କହିଲା ମୁଁ ବୁଦ୍ଧଦେବଙ୍କ ପରି ସତ୍ୟର ଅନୁସନ୍ଧାନ କରିବାକୁ ହିମାଳୟ ଯାଉଛି ତୁ ଏଡ଼େ ପାଟି କରି କାନ୍ଦୁଛୁ କାହିଁକି? ତୋ କାନ୍ଦ ଶୁଣିଲେ ବାପା ଆସି ସବୁ ଶୁଣି ମତେ ଯିବାକୁ ବାରଣ କରିବେ ଓ କାରଣ ପଚାରିବେ ବରଂ ତୁ କହିଦେବୁ ଯେ ପୁଅକୁ ଆଉ ଏ ବଣ, ଜଙ୍ଗଲ ଭଲ ଲାଗିଲା ନାହିଁ. ସିଂହ ଓ ବାଘ ଇତ୍ୟାଦି ବଡ଼ ବଡ଼ ପଶୁଙ୍କ ପାଖେ ବାପା ବିଲୁଆଙ୍କର ଗୋଲାମଗିରି ଆଉ ମତେ ଭଲ ଲାଗୁନି. ଅନ୍ଧାର ଭିତରେ ମୁହଁ ଲୁଚେଇ ମୁଁ କାନ୍ଦେ ତୁ ବରଂ ଖୁସି ହୁଅ ଯେ ମୁଁ ବାହାଚୋରା ହୋଇ ପିଲାର ବାପା ହୋଇ ସଂସାର ତ୍ୟାଗ କରୁନି କି ସେମାନଙ୍କ ଦାଇତ୍ୱ ବୁଝିବାକୁ ତତେ କି ବାପାଙ୍କୁ ଦେଇଯାଉନି. ତା ଛଡା ବଣର ରାଜା ମୁହଁରୁ ରକ୍ଷା ପାଇବାପାଇଁ ବାପା କେତେ ଚାଲାକି ଆଉ କରିବେ ମୋ ପାଇଁ ବରଂ ଯୋଗୀ ହୋଇଗଲେ ମତେ ପଶୁ, ପକ୍ଷୀ ଓ ମଣିଷମାନେ ମଧ୍ୟ ଫଳ ମୂଳ ଦେବେ. ଆମିଷ ଖାଦ୍ୟ ଖାଇବା ପାଇଁ ବାଘ, ଭାଲୁ, ସିଂହଙ୍କର ଚାଟୁକାର ନହୋଇ ବରଂ ଯୋଗୀ ହୋଇଯିବା ଭଲ ବୋଲି ବାପାଙ୍କୁ କହିବୁ.

   ମାଆ ବିଲୁଆ ବହୁତ କାନ୍ଦିଲା ଓ ପୁଅକୁ ବୁଝେଇଲା ଯେ ଆରେ ପୁଅ ଭଗବାନ ଆମ ମୁଣ୍ଡରେ ବୁଦ୍ଧି ଦେଇଛନ୍ତି. ବୁଦ୍ଧି ବଳରେ ଜଣେ ଆସାଧ୍ୟ୍ୟ ସାଧନ କରିପାରେ. ଆମଠୁ ଶିଖି ଅନ୍ୟ ପଶୁ ପକ୍ଷୀ ମାନେ ମଧ୍ୟ ବୁଦ୍ଧି ହିଁ ଶ୍ରେଷ୍ଠ ଅସ୍ତ୍ର ବୋଲି ଜାଣିସ

ାରିଲେଣି. ଦେଖୁନୁ ସେଦିନ ରାତିରେ ଛାର ଛେଳିଟି ମଧ୍ୟ ନିଜକୁ ମେଁ ମେଁକା ମୁଁ ମାଣିକରାଜା... ସିଂଘ ଦୁଇଟି ମୋ ଗୋଜା ଗୋଜା... ଏକ ସିଂଘରେ ମଣିଷ ମାରେ... ଦୁଇ ସିଂଘରେ ଖାଏ ମୁଁ ବାଘ ଦିଟା ବୋଲି ବୁଦ୍ଧି ଖଟେଇ ଏମିତି କହିଲା ଯେ ବାଘ ସିଂହ ସଙ୍ଗେ ତୋ ବାପା ବିଲୁଆର ଲାଞ୍ଜ ମଧ୍ୟ ଛିଣ୍ଡିଗଲା. ପୁଅ ବିଲୁଆ ହସିଲା ଓ କହିଲା ସେଦିନ ଅନ୍ଧାର ଥିଲା ବୋଲି ଛେଳି ତା ବୁଦ୍ଧି ଦେଖାଇଲା ସତ ହେଲେ ବୁଦ୍ଧି ଖଟେଇ କେତେ ଦିନ ଏ ମାଂସାସୀ ଜନ୍ତୁମାନଙ୍କ ଭୋକରେ ବଳି ପଡିବା ପୂର୍ବରୁ ରକ୍ଷା ପାଇବା କହିଲୁ ବୋଉ!ବରଂ ଯେତେ ଦୂରେ ଥିଲେ ମଧ୍ୟ ପୁଅ ତ ତୋର ନା.

  ମାଆ ଓ ପୁଅ ବିଲୁଆଙ୍କ ସବୁ କଥା ଶୁଣୁଥିଲା କେତେବେଳୁ ଆସି ବାପା ବିଲୁଆ ତ କହିଲା ତୋର ଆଉ ଯୋଗୀ ହେବା ଦରକାର ନାହିଁ ପୁଅ. ଏବେ ମୁଁ ବଣର ରାଜା. ପୁଅ କହିଲା କାହିଁ ସେ ବାଘ, ସିଂହ, ଭାଲୁ, ହାତୀ କୁଆଡେ ଗଲେ କି? ନା ତୁମେ ଜେଜେ ବିଲୁଆ ପରି ନୀଳରଙ୍ଗ ହୋଇ ସେମାନଙ୍କୁ ଡରେଇଦେଇଛ!ନା ରେ ପୁଅ ବରଂ ସହରରୁ ଗୋଟେ ଦର୍ପଣ ଆଣି ସେମାନଙ୍କୁ ଦେଖାଇବା ପରେ ସେମାନେ ଭୟରେ ଅନ୍ୟ ଜଙ୍ଗଲକୁ ପଳାଇଲେ ତ ଏଣିକି ମୁଁ ରାଜା. ଆଉ ରାଜାର ପୁଅ ହୋଇ ତୁ ଯୋଗୀ ହୋଇ ଯିବୁ. ମୋ ଛାତି ଫାଟିଯିବ ପୁଅ ତୁ ରହିଯା. ବାପା ମାଆଙ୍କ ଆଖିର ଲୁହ ଦେଖି ପୁଅ ବିଲୁଆ ତା ଯୋଗୀ ବେଶ ପୋଷାକ ସହ ତୁମ୍ବା ଓ ଲାଉଥାଳ ସହ କେନ୍ଦେରାସବୁକୁ ଏବେ ପାଇଁ ରଖିଦେଇଥିଲା. ମାଆ ବିଲୁଆ ଖୁସିରେ କାକେରା ପିଠା କରିବାକୁ ଚାଲିଗଲା ।


Rate this content
Log in