STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ମାଆ ଯାହାର ସାହା

ମାଆ ଯାହାର ସାହା

1 min
212



ବୋଉର ଫୋନ ନଆସିବା ଯାଏଁ ଆଖିକୁ ନିଦ ହୁଏନି କି ପାଟିକୁ ଭାତ ରୁଚେନି ଶରତର. ସେଦିନ ହୋଟେଲରେ ବସି ଚା ପିଉଥିଲା ବେଳେ ବୋଉର ଫୋନ ଆସିଥିଲା ଓ କଥା ଶୁଭୁନଥିବାରୁ ଫୋନଟିକୁ ହାତରେ ଧରି ଉଠିଯାଇଥିଲା ଖୋଲା ପଡିଆ ଆଡକୁ କିନ୍ତୁ ହୋଟେଲର ଗ୍ୟାସ ଟାଙ୍କି ଫାଟି ଅନେକ ଘାଏଲ ହେଲେ ତ ଅନେକ ମୃତ୍ୟୁ ବରଣ କଲେ କାରଣ ଆଉ ଦୁଇଟି ଗ୍ୟାସ ଭରା ସିଲିଣ୍ଡର ଥିଲା ସେହି ଦୋକାନ ଭିତରେ ତ ନିଆଁ ଧରି ଅବସ୍ଥା ସାଙ୍ଘାତିକ ହୋଇଯାଇଥିଲା.ସମସ୍ତେ କହୁଥିଲେ ଶରତ ତା ବୋଉ ଯୋଗୁଁ ବଞ୍ଚିଗଲା. ମରିବାଠୁ ଘାଏଲ ହେବା ଯନ୍ତ୍ରଣା ଅଧିକା ନା!

  ଶରତ ଯେବେ ବୋଉର ଘାଏଲ ହେବା ଖବର ପାଇଲା ଛୁଟି ମିଳିନଥିଲା ତାକୁ. ସାନ ଭାଇ ଭଉଣୀ ଦୁହିଁଙ୍କ ପାଇଁ କର୍ତ୍ତବ୍ୟ ରହିଛି ଆଗକୁ ଭାବି ସେ ଚାକିରୀ ମଧ୍ୟ ଛାଡିପାରିନଥିଲା କିନ୍ତୁ ସାନଭାଇ ବୋଉ

ମୁହଁରେ ନିଆଁ ଦେବା ଘଟଣା ସେ ଭୁଲି ପାରିନଥିଲା.ମନ ଓ ହୃଦୟ ଜଖମ ହୋଇ ଘାଏଲ ହୋଇଯାଇଥିଲା କିନ୍ତୁ ବୋଉ ଆଶୀର୍ବାଦରୁ ତାର ପ୍ରମୋଶନ ହୋଇଗଲା.

  ଅଫିସର ମୁଖ୍ୟ ଆସନରେ ବସି ମୁଖ୍ୟ ଅଫିସର ହେଲା ପରେ ସେ ରୁକ୍ଷ ହୋଇଗଲା କାରଣ ସେ କାହାରି ଛୁଟି ମଞ୍ଜୁର କରୁନଥିଲା. ସେ ଦିନ ପ୍ରକାଶ ଯେବେ ତା ମାଆ ମୁର୍ମୁଷୁ ଅବସ୍ଥାରେ କହି ଛୁଟି ମାଗୁଥିଲା ତ ଶରତ ଖାଲି ଛୁଟି ମଞ୍ଜୁରୀ କରିନଥିଲା ନିଜ ଗାଡିରେ ପ୍ରକାଶକୁ ନେଇ ଡାକ୍ତରଖାନାରେ ହାଜର ହୋଇଥିଲା ଓ ପ୍ରକାଶ ମାଆଙ୍କର ସମସ୍ତ ଖର୍ଚ୍ଚ କମ୍ପାନୀ ବହନ କରିବା ବ୍ୟବସ୍ଥା କରିଦେଇଥିଲା.ଏଣିକି ସମସ୍ତେ ଛୁଟି ପାଇବାକୁ ମାଆ ଦେହ ଖରାପ କହିବାକୁ କୁଣ୍ଠା ପ୍ରକାଶ କରୁଥିଲେ କାରଣ ନିଜେ ଶରତ ସାର ଶରଣାର୍ଥୀଙ୍କ ମାଆଙ୍କୁ ହସ୍ପିଟାଲ ନେଇ ତା ପରେ ଅନ୍ୟ କଥା ବୁଝୁଥିଲେ ।



Rate this content
Log in

Similar oriya story from Action