ମାଆ ଲଷ୍ମୀଗୋ ତୁମ୍ଭ ଯଶ ରହୁ ,,,,,,,,,,,,,,,,,,,,,,,
ମାଆ ଲଷ୍ମୀଗୋ ତୁମ୍ଭ ଯଶ ରହୁ ,,,,,,,,,,,,,,,,,,,,,,,


ଗାଁରେ ଦୀନବନ୍ଧୁବାବୁଙ୍କ ଘରେ କାମ କରେ ରମା.ମାଆକୁ ଭିଡିଧରି ଆଖି ତରାଟି ଚାହେଁ ଛୋଟ ଝିଅ ମିନୁ. ମାଆ ରମା କାମ କରିବାକୁ ଆସେ ବାବୁଘରକୁ ତ ସାଙ୍ଗରେ ଦୁଇ ବର୍ଷର ଝିଅଟାକୁ ନେଇଆସେ କାରଣ ସ୍ୱାମୀ ଅଜଣା ରୋଗରେ ଚାଲିଗଲା ପରେ ଘରେ ଆଉ କିଏ ଅଛି ଯେ ଝିଅକୁ ସମ୍ଭାଳି ରଖିବ!ମିନୁ ସିନା ବାବୁଘରକୁ ଆସେ କିନ୍ତୁ ତାର ଆଖିଥାଏ ବାବୁଘରେ ତାଠୁ ଅଳ୍ପ ବଡ଼ ବୟସର ପୁଅ ଝିଅ ପାଠ ପଢ଼ୁଥିବା ବହିସବୁ ଉପରେ. ଅକ୍ଷର ତ ଅକ୍ଷର ପୁଣି ଇଂରାଜି ଅକ୍ଷର ଶିଖି ଜାଣିନଥିଲେ ମଧ୍ୟ ସେଓ, ବଲ, ବିଲେଇ, କୁକୁର ଇତ୍ୟାଦିଙ୍କର ସୁନ୍ଦର ସୁନ୍ଦର ଫୋଟୋ ସବୁ ଦେଖିବା ଆଗ୍ରହ ନେଇ ସେ ବସିଥିବା ଜାଗାରୁ ଉଠିଯାଇ ଦେଖେ ସେସବୁ ତ ଅଳ୍ପ ବଡ଼ ବୟସର ପୁଅ ଝିଅ ମାନେ ଆଖିର ଇଶାରାରେ ତରାଟି ଚାହାଁନ୍ତି ଏମିତି ଯେମିତି ମିନୁ ଡରିଯାଏ ଆଉ ମଧ୍ୟ ଘୁଞ୍ଚିଯାଏ ମାଆ ପାଖକୁ ଆଉ ମାଆକୁ ଜାବୁଡି ଧରି ଚାହେଁ ସେମାନଙ୍କୁ ଆଖି ଫାଡି ଫାଡି ତ ଡରିଯାଏ ମାଆ ରମା.
କେତେ କଷ୍ଟରେ ବାବୁଘରେ କାମ ଖଣ୍ଡେ ପାଇଛି ବୋଲି ରମା ଚଳିଯାଉଛି ଝିଅକୁ ଧରି. ମାର୍ଗଶୀର ମାସର ପ୍ରତ୍ୟେକ ଗୁରୁବାର ମଧ୍ୟ ଶ୍ରଦ୍ଧାରେ ମାଆ ଲଷ୍ମୀଙ୍କୁ ପୂଜା କରିଛି ଶକ୍ତି ଅନୁଯାୟୀ ଆବଶ୍ୟକୀୟ ଦ୍ରବ୍ୟ ଯାହା ଯେମିତି ଯୋଗାଡ଼ କରି. ସେଥିରେ ଝିଅର ନାକ, ଆଖି ଯଥା ସମ୍ଭବ ପରିଷ୍କାର କରି ଓ ସଫା ସାର୍ଟ ପ୍ୟାଣ୍ଟ ପିନ୍ଧେଇ ସାଙ୍ଗରେ ଆଣୁଛି କାରଣ ସେ ଜାଣେ ସ୍ୱଚ୍ଛତା ଓ ସୁଚି ଦେଖିଲେ ହିଁ ଲଷ୍ମୀମାଆଙ୍କ କରୁଣାରୁ କାମ ମିଳିବ, ପେଟ ପୁରିବ ନଚେତ ପାଟି ପୁରିଲେ ମଧ୍ୟ ପେଟ ପୁରିବ ନାହିଁ. ଜଗନ୍ନାଥ ପରି ସାଆନ୍ତ ପୁଣି ବଡଭାଇ ବଳଭଦ୍ରଙ୍କ ପରି ଦୁଇଠାକୁର ଯେତେବେଳେ ବାରବରଷ କାଳ ଭିଖ ମାଗିଲେ ସେ ବା କୋଉ ଛାର!ତେଣୁ ରମା ମଧ୍ୟ ଝିଅର ହାତ,ମୁହଁ, ପାଟି, ନାକ ଅସନା କଲାକି ବୋଲି ତଦାରଖ କରେ ଆଖିତରାଟି. ବାବୁଘର ପିଲାଙ୍କ ଖାଇବା ବେଳେ ଯଥା ସମ୍ଭବ ଝିଅ ମିନୁକୁ ଦୂରେଇ ରଖେ. ପେଟେ ଛତୁଆ ପାଣି ପିଆଇଦେଇଥାଏ ସେଇଥିପାଇଁ. ପୁଣି ଭାବେ ଛୋଟ ତେଲି ଜାତିର ମାଆ ଝିଅ ଦୁହେଁ ବ୍ରାହ୍ମଣ ଘରେ ଚଳୁଛନ୍ତି. ସେଇ ବଳାରାମ ଦାସଙ୍କ ଲଷ୍ମୀ ପୁରାଣରୁ ଜାଣିଛି ରମା ମାଆ ଲଷ୍ମୀ ନିଜେ କହିଛନ୍ତି ମନ୍ଦିରରେ ଜାତି ଅଜାତି ଭେଦଭାବ ନରଖି ଯଦି ସମସ୍ତେ ସମସ୍ତଙ୍କ ହାତରୁ ଅବଢା ଅନ୍ନ ଛଡେଇ ଖାଇବେ ତେବେ ସେ ମନ୍ଦିରକୁ ଫେରିବେ.ତେବେ ସୁଦ୍ଧା ସେ ଝିଅକୁ ଆକଟ କରେ କିନ୍ତୁ ମିନୁ ଡବ ଡବ କରି ଚାହିଁଥାଏ ବହିକୁ. ବାବୁଘର ମାଆ ସେଓ କି ଅଙ୍ଗୁର ଦେଲେ ନିଏନାହିଁ ମିନୁ ତେବେ ତାଙ୍କ ପୁଅ ଝିଅ କଣ ପାଇଁ ଆଖି ତରାଟି ମିନୁକୁ ଚାହାଁନ୍ତି ବୁଝିପାରେନି ରମା.
ସେଦିନ ବାବୁଘର ମାଆ ଯେତେ ଭଲ ଭଲ ଖାଇବା ଜିନିଷ ଦେଲେ ବି ମିନୁ ଆଡ଼ ଆଖିରେ ଚାହୁଁନଥିଲା ସେସବୁକୁ ବରଂ ରାହା ଧରି କାନ୍ଦୁଥିଲା ଖୁବ ତ ରମା ବ୍ୟସ୍ତ ବିଚଳିତ ହୋଇ ପୁରୁଣା ସମାଜ ଖଣ୍ଡେ ଭିଡି ଆଣି ତା ଭିତର ପୃଷ୍ଠାରେ ଥିବା ଚିତ୍ର ଦେଖାଇଲା ତ କାନ୍ଦୁରା ପିଲା ମିନୁ ବୁଝିଗଲା. ଆଖି ତରାଟି ତରାଟି ଚିତ୍ର ସବୁକୁ ଦେଖିଲା. ଦରମା ପାଇବା ପରେ ରମା ଝିଅ ପାଇଁ ଆଗେ ଛବିଳ ବର୍ଣ୍ଣବୋଧ ବହି ଖଣ୍ଡେ କିଣି ଦେଇଥିଲା. ମଲାଟରେ ବିଲେଇ ଫୋଟୋ ଦେଖି ବିଲି କହୁ କହୁ କଥା କହିବା ଆରମ୍ଭ କରିଥିଲା ମିନୁ. ତାର ଗୁଳୁଗୁଲିଆ କଥା ଶୁଣି ବାବୁଘରେ ମାଆ, ବାବୁ ଓ ପିଲା ଦୁହେଁ ଖୁବ ଖୁସି. ଏବେ ସେମାନେ ପାଖରେ ମିନୁକୁ ବସେଇ ଦେଖାଉଥିଲେ ତାଙ୍କ ବହି ସବୁରେ ଥିବା ଚିତ୍ର. ମିନୁ ଖୁବ ଖୁସି. ଏଣିକି ଆଉ ରମା ହଇରାଣ ହୁଏନି ମିନୁ ପାଇଁ ବରଂ ମିନୁ ଆଖିତରାଟି ଚିହ୍ନୁଥାଏ ବାଘ, ଭାଲୁ, ଛେଳି, ଗାଈ ଓ କୁକୁର ଇତ
୍ୟାଦି ପଶୁଙ୍କ ସହିତ ଫଳ ଫୁଲ ଓ ପ୍ରକୃତିରେ ଭରା ଭରା ରଙ୍ଗ ବେରଙ୍ଗର ପ୍ରଜାପତିମାନଙ୍କୁ.
ପ୍ରଜାପତିଙ୍କ ରଙ୍ଗ ଦେଖୁ ଦେଖୁ ମିନୁ ଦେହରେ ରଙ୍ଗ ଲାଗିଲାବେଳକୁ ସେ ପଢୁଥିଲା ଖୁବ ଭଲ. ବାବୁ ଘର ପୁଅ ଏବେ ଡାକ୍ତର ଝିଅ ଓକିଲ ହୋଇ ବାହା ଚୋରା କିନ୍ତୁ ବାବୁ ରମାର ଏକମାତ୍ର ଝିଅର ସମସ୍ତ ଖର୍ଚ୍ଚ ବହନ କରି ପାଠ ପଢ଼ାଉଥିଲେ. ରମା ମଧ୍ୟ ପାରାଲିସସଗ୍ରସ୍ତ ମାଆଙ୍କର ସବୁ କରୁଥିଲା ବିନା ପାରିଶ୍ରମିକରେ ମଣିଷପଣିଆ ଖାତିରରେ. ମିନୁ ପାଠ ପଢିବା ସହିତ ଖୁବ ଭଲ ନାଚୁଥିଲା, ଗାଉଥିଲା, ଖେଳୁଥିଲା ତ ଖୁବ ଶୀଘ୍ର ସରକାରୀ ଚାକିରୀଟିଏ ପାଇଗଲା. ସେ ସବୁବେଳେ ତା ମାଆ କଥା ହିଁ ଭାବୁଥିଲା. ତା ପାଇଁ ମାଆ କେତେ କଷ୍ଟ ସହିଛି ସେ ହୃଦୟଙ୍ଗମ କରିଥିଲା. ଏ ବୟସରେ ମଧ୍ୟ ବାବୁଘର ମାଆଙ୍କର ସେବା ଶୁଶ୍ରୁସାରେ କେବଳ ମିନୁର ହିତ ପାଇଁ ପଡିରହିଥିଲା. ମାଆକୁ ଟିକେ ସୁଖ ଦେବ ଭାବି କଲେଜ ପାଖରେ ଘରଭଡା ନେଇ ମାଆ ସହିତ ରହିବାକୁ ମାଆ ନିଜେ ହିଁ ମନା କରିଦେଇଥିଲା କହିକି ଯେ ଯିଏ ବିପଦ ବେଳେ ଆମର ସାହାୟତା କରିଛନ୍ତି ଆଜି ଆମ ସମ୍ପଦ ବେଳେ ତାଙ୍କୁ ଏମିତି ଅବସ୍ଥାରେ ଛାଡି ତୋ ସହ ସୁଖ କରିବାକୁ ମୁଁ ଯାଇପାରିବିନି.
ଆଗତ୍ୟା ମିନୁ ଗାଁରେ ହିଁ ରହି ଗାଁ ଘର ମରାମତି କରି ଗାଁରୁ କଲେଜ ଯିବା ଆସିବା କରୁଥିଲା. ତାର ମଧ୍ୟ ବାବୁଘର ମାଆ ପ୍ରତି କିଛି କର୍ତ୍ତବ୍ୟ ରହିଛି ଭାବି ମାଆ ରମାକୁ ସେ ଆଉ ମାଆଙ୍କ କାମ କରିବାକୁ ମନା କରିପାରୁନଥିଲା ସତ ହେଲେ ବାବୁ କଥା ଦେଇଥିଲେ ବୋହୁ ଆଣିଲେ ରମା ଫେରିଯାଇ ତା ଝିଅ ମିନୁର ବାହାଘର କରିବ. କିନ୍ତୁ ବାବୁଙ୍କ ପୁଅ ଡାକ୍ତର ରମେଶ କୋଉଠି ଝିଅ ଦେଖି ପସନ୍ଦ କରିବାକୁ ଯିବା ଦୂରେ ଥାଉ ଆଜିକାର କୌଣସି ଝିଅ ବୋହୁ ହୋଇ ଆସିବା ପରେ ମାଆଙ୍କ ସେବା କରିବ ବୋଲି ମୋର ଆଶା ଓ ବିଶ୍ୱାସ ନାହିଁ ବୋଲି ପ୍ରଥମେ ପ୍ରଥମେ କହୁଥିବା ଡାକ୍ତର ପୁଅକୁ ବାଧ୍ୟ କରିବାରୁ ଶେଷକୁ ସେ ଜଣେଇ ଦେଇଥିଲେ ସେ ଯଦି ବିବାହ କରିବେ କେବଳ ମିନୁଙ୍କୁ. ଏକଥା ଶୁଣିବା ପରେ ରମାକୁ ସମସ୍ତେ ଦୋଷୀ ଓ ଦସ୍ୟୁ ପରି ବିଚାରୁଥିଲେ ତ ରମା ଫେରିଆସିଥିଲା ଘରକୁ ଆଉ ଖୋଜୁଥିଲା ଝିଅ ପାଇଁ ପାତ୍ରଟିଏ.
ଉପରଵାଲା ଜନମ ସହିତ କରମ ଓ ଓସ୍ତ ପତ୍ରକୁ ବରପତ୍ରରେ ଯୋଡି ଉପରୁ ନିର୍ଦ୍ଧାରଣ କରିଥାନ୍ତି କିଏ କାହା ହାଣ୍ଡିରେ ଚାଉଳ ପକେଇଛି. ସେଦିନ ସ୍କୁଟି ଧରି ଫେରୁଥାଏ ମିନୁ. କଲେଜ ଫକ୍ସନ ଯୋଗୁଁ ଡେରି ହୋଇଯାଇଥାଏ. ନିଛାଟିଆ ରାସ୍ତାରେ ଚାଲୁ ଚାଲୁ ଦୁଇଜଣ ଗୁଣ୍ଡା ଶ୍ରେଣୀୟ ଯୁବକ ଛୁରୀ ଓ ଭୁଜାଲି ଦେଖାଇ ଘେରିଗଲେ ମିନୁକୁ. ମିନୁ ଭୟଭୀତ ହୋଇ ମତେ ଛାଡିଦିଅ କହିବା ପୂର୍ବରୁ ବାବୁ ସେଠି ହଠାତ ପହଞ୍ଚିଯାଇ କହିଥିଲେ ମୋ ଝିଅ ଦେହରେ ହାତ ଲଗାଇବା ଆଗରୁ ସତର୍କ କରିଦେଉଛି. ସେ ମୋ ଝିଅ. ସେ ଯୁବକମାନଙ୍କ ଭିତରୁ ଜଣେ ଝିଅ ନା ବୋହୁ ବେ କହି ମୁହଁ ଖରାପ କରିବା ସହ ବାବୁ ଦୀନବନ୍ଧୁବାବୁଙ୍କୁ ଛୁରିକାଘାତ କରି ସେଠାରୁ ଚାଲିଯିବା ବେଳେ ଡାକ୍ତର ରମେଶ କାର ନେଇ ଫେରୁଥିଲେ ସେଇ ରାସ୍ତାରେ ତ ଅବିଳମ୍ବେ ହସ୍ପିଟାଲ ନେଇଗଲେ ବାପାଙ୍କୁ କିନ୍ତୁ ବାପା ସବୁଦିନପାଇଁ ଆଖିମୁଜିବା ପୂର୍ବରୁ ମିନୁର ହାତକୁ ରମେଶର ହାତରେ ଦେଇ କହିଥିଲେ ସୁଖୀ ରୁହ.. ଏବେ ମାର୍ଗଶୀର ମାସରେ କଲେଜ ଯିବା ପୂର୍ବରୁ ଲଷ୍ମୀପୂଜା କଲାପରେ ଶାଶୁ ଓ ମାଆ ରମାଙ୍କ ପାଦ ତଳେ ମୁଣ୍ଡ ଲଗାଇ ଯାଉ ଯାଉ ପୁଷରେ ତା କୋଳକୁ ସନ୍ତାନ ଆସିବାର ସୂଚନା ପାଇ ଆଖିରିରୁ ବାବୁଙ୍କ ପାଇଁ ଲୁହ ଦିଧାର ବହିଯିବା ବେଳେ ଶାଶୁ କହୁଥିଲେ ତୋର ପୁଅ ହୋଇ ତୋ ଶଶୁର ଆସିବେ. ରମା କହୁଥାନ୍ତି ତୁମ ତୁଣ୍ଡ ସୁତୁଣ୍ଡ ହେଉ.