ଭାଗ୍ୟଫଳ
ଭାଗ୍ୟଫଳ


ପିଲାଦିନେ ବଡ଼ପୁଅକୁ ବାଇକରେ ବସେଇ ନେଲାବେଳେ ଏଡ଼େ ଶୀତରେ ଫୁଙ୍ଗୁଳା ଓ ଲଙ୍ଗଳା ଦେହରେ ଓ ଖୁବ ନିର୍ଦୋନ୍ଦରେ ବାଲି ମାଟି ଓ ଧୂଳିରେ ଖେଳୁଥିବା ପିଲାମାଙ୍କୁ ଦେଖି ପୁଅ ପଚାରେ ଏମାନଙ୍କ ଘର କୋଉଠି ବାପା? ସେଇ ଜରି ପଲିଥିନ ଘେରା ବସ୍ତିରେ ଥିବା ଘରଗୁଡିକ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରି ହରିବନ୍ଧୁ କହନ୍ତି ହେଇ ସେଇଠି ତ ବଡ଼ ପୁଅ ନିତିନ କହେ ଆମେ ବି ଏମିତି ଘରେ ରହିଲେ ଭଲ ହୁଅନ୍ତା ନା ବାପା! ଆମକୁ ପ୍ରତିମାସରେ ଘରଭଡା କେହି ମାଗିବାକୁ ଆସନ୍ତେ ନାହିଁ. ହରିବନ୍ଧୁବାବୁ ହସିଦିଅନ୍ତି
ମଝିଆଁ ପୁଅ ଲିପୁନ ଯେବେ ସେମିତି ଏକା ପ୍ରଶ୍ନ ପଚାରେ ତ ସେଇ ଚାଳ ଘର ଗୁଡିକୁ ଦେଖେଇ ହରିବନ୍ଧୁ କହନ୍ତି ତାରି ଭିତରେ ସେମାନଙ୍କ ଘର. ଖୁସିରେ ଲିପୁନ କହେ କେତେ ବଢିଆ.ତାଙ୍କ ଚାଳ ଉପରେ ଲାଉ, ଚଲଣା, ପାଣିକଖାରୁ, କଖାରୁ ଫଳି କେଡେ ସୁନ୍ଦର ଦିଶୁଛି ପୁଣି ଖରା ବର୍ଷା ଶୀତରେ ତାଙ୍କ ମାଆ ମାନେ ସେହିସବୁ ଫଳ ତୋଳି କିଏ ପାଣି କଖାରୁ ବଡି କରୁଛି ତ କିଏ ଚଲଣା ଓ ଲାଉରେ ପ୍ରସ୍ତୁତ କରୁଛି ଦିଲ୍ଲୀର ମିଠା ଭଳି ମିଠା. ତାଙ୍କ ବାପାମାନେ ହାଟକୁ ନେଇ ଯିବେ ମିଠା, ବଡି, ଆଚାର, ପାମ୍ପଡ଼, ଖଟା ଇତ୍ୟାଦି. ସେମାନେ ଗଲା ପରେ ମୋ ଭଳି ପିଲାମାନେ ଆରାମରେ ଖେଳୁଛନ୍ତି. କେହି ଆକଟ କରୁନାହାଁନ୍ତି କି କରିବାକୁ ଘରେ କେହି ବି ନାହାଁନ୍ତି. କି ମଜ୍ଜା ସେମାନଙ୍କର! ହସୁଥାନ୍ତି ପୂର୍ବ ଭଳି ହରିବନ୍ଧୁବାବୁ.
ଆଉ ସାନପୁଅ ପାପୁନ ଯେବେ ବାଇ
କରେ ବସି ସ୍କୁଲ ଟ୍ୟୁସନ ଗଲାବେଳେ ସେଇ ଏକା ପ୍ରଶ୍ନ ପଚାରି ହରିବନ୍ଧୁଙ୍କଠାରୁ ସେଇ ଏକା ଉତ୍ତର ପାଏ ତ ବଦଳୁଥିବା ଯୁଗ ଅନୁଯାଇ ପରିପକ୍ଵତା ଆସିଥିବା ସାନପୁଅ କହେ ସେମାନେ ରିଫ୍ୟୁଜି ହୋଇଥିବେ ନିଶ୍ଚୟ କି ଅସନା ସେ ଘର!ନାଳ ନାର୍ଦ୍ଦମା ଗନ୍ଧ ସାଙ୍ଗକୁ ତେଲଗୁଣି, ମଶା ମାଛି, ମୂଷାଙ୍କ ପାଦୁର୍ଭାବ ବହୁତ ସେ ଘରେ. ପୁଣି ସେମାନଙ୍କର ଖାତା, ବହି, ପେନସିଲ ନଥିବାରୁ କି ଡ୍ରେସ ଜୋତା, ମୋଜା, ସ୍କୁଲବକ୍ସ, ଟିଫିନ, ପାଣି ବୋତଲ, ଛତା କି ରେନକୋର୍ଟ ତଥା ସୁଇଟର କି ମଫଲର ନଥିବାରୁ ସେମାନେ ପାଠ ପଢ଼ାରୁ ବଞ୍ଚିତ. ଆମେ ଆମ ଗାଁରେ ଥିବା ଚାଳ ଘର ବିକି ସହରରେ କୋଠା ଘର କରିପାରିବା ନା ବାପା!
ସତକୁ ସତ ପାପୁନ କଥା ସତ ହୋଇଗଲା. ହରିବନ୍ଧୁବାବୁଙ୍କ ସରକାରୀ ଚାକିରୀ ଥିଲା ବୋଲି ସହରରେ ଜାଗା କିଣି ତିନିତାଲା ଘରଟିଏ ହୋଇଗଲା ସହରରେ. ବଡପୁଅ ରହୁଥିଲା ସବା ଉପର ମହାଲାରେ, ତା ତଳ ପୁଅ ମଝି ମହଲାରେ ଓ ସବା ସାନପୁଅ ରହୁଥିଲା ସବା ତଳ ଘରେ. ଯାହା ବ୍ୟବସାୟ ବାଣିଜ୍ୟ ନେଇ ଯିଏ ଯାହାର ସୁଖରେ ଥିଲା ବେଳେ ହରିବନ୍ଧୁବାବୁ ଗାଁରେ ଚାଳ ସଜାଡି ଲାଉ, କଖାରୁ, ପାଣି କଖାରୁ ଗଛ ସହ ଗାଈ ଗୋରୁ ସେବା କରି ଗାଁରେ ରହୁଥିଲା ବେଳେ ହରିବନ୍ଧୁବାବୁଙ୍କ ସ୍ତ୍ରୀ ମିନତି ଯୋଗୀ ଠାରୁ କେନ୍ଦେରା ଗୀତ ଶୁଣି ହାତ ଦେଖାଉଥିଲେ ଓ ପଚାରୁଥିଲେ ଆଗକୁ ଭାଗ୍ୟରେ କଣ ଅଛି କହିଲେ ଯୋଗୀବର!ହରିବନ୍ଧୁବାବୁ କହୁଥିଲେ ମୁଁ ପରା ବଡ଼ ଯୋଗୀ ମତେ ପଚାରୁନ ତୁମ ଭବିଷ୍ୟତ ଠିକ ଠିକ କହିଦେଇପାରିବି.