Sunanda Mohanty

Children Stories Thriller Others

4  

Sunanda Mohanty

Children Stories Thriller Others

ଗଣେଷ ପୂଜା

ଗଣେଷ ପୂଜା

2 mins
5



ଗାଁର ଶେଷ ମୁଣ୍ଡେ ରହୁଥିବା ଟିକି ଝିଅଟି ତା ବଡ଼ ଭଉଣୀ ସଙ୍ଗେ ପନ୍ଦାରେ ପନ୍ଦାରେ ଜରି, ପଲିଥିନି, ପ୍ଲାଷ୍ଟିକ ଡବା ବୋତଲ ଗୋଟାଉ ଗୋଟାଉ ସ୍କୁଲ ଦୁଆରେ ପହଞ୍ଚିଗଲା. ଭିତରକୁ ଚାହିଁ ପଚାରିଲା ଅପା ସେଦିନ ସିନା ସ୍ବାଧୀନତା ଦିବସ ଥିଲା ବୋଲି ପିଲାମାନେ ସ୍କୁଲକୁ ସୁନ୍ଦର ସଜେଇ ପତାକା ଉଡାଉଥିଲେ ହେଲେ ଆଜି କଣ କି? ସ୍କୁଲ ଭିତରେ କେତେ ପିଲା ନୂଆ ଜାମା ପ୍ୟାଣ୍ଟ ପିନ୍ଧି ହାତରେ ଭୋଗଡାଲା ଧରି ଯାଉଛନ୍ତି. ଆଜି ପରା ଗଣେଷ ପୂଜା. ଭାଦ୍ରବ ମାସ ଚତୁର୍ଥୀ ତିଥିରେ ଗଣେଶ ପ୍ରଭୁଙ୍କ ପୂଜା ହୁଏ. ତାଙ୍କୁ ପୂଜା କଲେ ସିଦ୍ଧି ଵିଧି ପ୍ରାପ୍ତ ହୁଏ. କୁନି ଝିଅ ମିତା ଡବଡବ ଆଖିରେ ଚାହିଁଲା ଅପାକୁ କହିଲା ତୁ ଏତେ କଥା କେମିତି ଜାଣିଲୁ ଅପା, ତୁ ତ କେଵେ ସ୍କୁଲ ଆସିନୁ. ମୁଁ ସିନା ସ୍କୁଲ ଆସିନି କିନ୍ତୁ ଆମ ଗାଁରେ ପ୍ରବଚନ ଦେଉଥିବା ସାଧୁ କଥାବାଚକଙ୍କ ଠାରୁ ଗୁରୁଜ୍ଞାନ ଶୁଣିଛି କହୁଥିଲା ଗୀତା. ମିତାର ଆଶ୍ଚର୍ଯ୍ୟ ଆଖିକୁ ଚାହିଁ ଗୀତା କହିଲା ଜାଣିଛୁ ମିତା ସେହି ସାଧୁ କହୁଥିଲେ ସେ ମଧ୍ୟ ପାଠ ପଢିନାହାଁନ୍ତି କିନ୍ତୁ ଗୀତା ଓ ବେଦ ପଢି ଶିଖି ସେ କୁଆଡେ ବିଦ୍ୱାନ ଓ ବିଜ୍ଞାନୀ ପାଲଟି ପ୍ରବଚନ ମାଧ୍ୟମରେ ଭଲ ଶିକ୍ଷା ଦେଉଛନ୍ତି ଲୋକମାନଙ୍କୁ. ଗୀତା ଓ ବେଦ ହେଲା ଗୁରୁଜ୍ଞାନ ଦେଉଥିବା ପୁସ୍ତକ. ମିତା ଆଁ କରି ଚାହିଁଥାଏ ।

  ଗୀତା ପୁଣି କହିଚାଲିଥାଏ ଯେ ସାଧୁଜୀ କହୁଥିଲେ ତାଙ୍କ ପିଲାଦିନେ ସେ ସବୁ ଥାଇ ମଧ୍ୟ କୌଣସି କାରଣ ବଶତଃ ପାଠ ପଢିବାରୁ ବଞ୍ଚିତ ହେବାରୁ ତାଙ୍କ ଜେଜେ ତାଙ୍କୁ ଗୀତା ପଢା ଶିଖାଇ ସବୁଦିନ ପଢିବାକୁ ଦେଉଥିଲେ ତ ପ୍ରଥମେ ସେ କିଛି ବୁଝି ପାରୁନଥିଲେ ତ ଜେଜେଙ୍କୁ କହିଥିଲେ କିଛି ବୁଝିପାରୁନଥିବା ଏ ବହି ସବୁକୁ ପଢି କି ଲାଭ ତ ଜେଜେ ବୁଝେଇ ଦେଇଥିଲେ ଗୋଟିଏ ପଙ୍କ ମାଟି ସରସର ପଥରକୁ ଧୋଇବାକୁ ଚେଷ୍ଟା କଲେ ତାହା ଏକଦିନେ ସଫା ହେବନାହିଁ କିନ୍ତୁ ପ୍ରତେହ ସଫା କରୁ କରୁ ଦେଖିବୁ ଦିନ ଆସିବ ପଥର ଶାଳଗ୍ରାମ ହୋଇଯାଇଥିବ. ସେହିପରି ଗୀତା ଓ ବେଦ ପଠନ କରୁ କରୁ ଛବିଳବର୍ଣ୍ଣବୋଧଠୁ ଆରମ୍ଭ କରି ମହାଭାରତ ରାମାୟଣ ପରି ବିଷୟ ବସ୍ତୁର ଗୁଢ ତତ୍ୱ ଜାଣିବା ସହ ଗୀତା ପଢି ବିଦ୍ୱାନ ଓ ବେଦ ପଢି ବୈଜ୍ଞାନିକ ହୋଇ ପାରିବୁ. ଅପା ମୁହଁକୁ ଆଁ କରି ଚାହିଁ ହାଁ କରିଦେଇଥିଲା ମିତା. ସ୍କୁଲର ଜଣେ ସାର କିନ୍ତୁ ଗୀତା ମିତାଙ୍କ ସବୁ କଥା ଶୁଣି ତାଙ୍କୁ ସ୍କୁଲରେ ପଢେଇବାର ସମସ୍ତ ବନ୍ଦୋବସ୍ତ କରିଥିଲେ. ଗୁରୁଦିବସ ଦିନ ଗୀତା ଯେଉଁ ବକୃତା କହିଥିଲା ସମସ୍ତେ ଚମତକୃତ ହୋଇଗଲେ. ସାର କହୁଥିଲେ ସିଦ୍ଧି ବୁଦ୍ଧି ଦାତା ବିଘ୍ନ ବିନାଶନ ଗଣେଷଙ୍କ ହାତ ସେ ଦୁଇ ଭଉଣୀଙ୍କ ମୁଣ୍ଡରେ ଅଛି ନିଶ୍ଚୟ ।


Rate this content
Log in