ତୁଳସୀ ଚୋର
ତୁଳସୀ ଚୋର


ସକାଳୁ ସକାଳୁ ଉଠି ଚୌରା ମୂଳେ ବୃନ୍ଦବତୀ ମାଆଙ୍କୁ ହାତ ଯୋଡି ମୁଣ୍ଡିଆଟିଏ ମାରିବା ବେଳକୁ ସେବତି ଆଇ ଦେଖନ୍ତି ଖାଲି ଚଉରଟା ଅଛି ବୃନ୍ଦାବତୀ ମା ଉଭାନ।ଏଏଁ ସନ୍ଧ୍ୟାରେ ସନ୍ଧ୍ୟାବତୀ ଦେଇ ଧୂପଦୀପ ଜାଳି ପୂଜା କରିଥିଲି।
ସକାଳୁ ସକାଳୁ ଖାଲି ଚଉରା।ତୁଳସି ଗଛ କୁଆଡେ ଗଲା! ମୂଳରୁ ଉପାଡି କିଏ ନେଇଛି ବୋଧେ। ହଁ ସେହି କରୋନା ଭାଇରସ ପାଇଁ କିଏ ସକାଳୁ ସକାଳୁ ଉପାଡି ନେଇଯାଇଛି।
ବଡପଣ୍ଡାକୁ କି ସ୍ବପ୍ନାଦେଶ ହେଲା ତୁଳସୀ ପତ୍ର ସାତଟି ଖାଇଲେ କରୋନା ଭାଇରସ ଭଲ ହୋଇଯିବ ସେଥିପାଇଁ ଏ ଚୋରୀ !
ଶୁଣିଥିଲି ଆଜି ଆ ବାଡିରୁ ତୁଳସୀ ଚୋରି କାଲି ତା ବାଡିରୁ ଚୋରି, ଆଜି ପୁଣି ମୋ ବାଡିରୁ ! ହଁ ତୁଳସୀ ଖାଇବାଟା କିଛି ଖରାପ କଥା ନୁହଁ ବହୁତ ଭଲ।
ପ୍ରତ୍ୟକ ଦିନ ସବୁଲୋକ ନିହାତି ଏ ପତ୍ରକୁ ଖାଈବା ଦରକାର ।ତୁଳସୀ ସହ ମହୁ ମିଶାଇ ଖାଇଲେ ଥଣ୍ଡା,କାସ ଇତ୍ୟାଦି ଭଲ ହୋଇ ଯାଏ।ତୁଳସୀ ପତ୍ର କଫପିତ୍ତ ନାଶକ।ନିଜ ନିଜ ଘରେ ତୁଳସୀ ଗଛଟି ଲଗାଇବା ନିହାତି ଦରକାର। ତାମାନେ ନୁହଁ ଅନ୍ୟ କାହାର ଘରେ ପସି ଲୁଚିଛପି ଆସି ବାରିପଟୁ ମୂଳସହ ଗଛ ଉପାଡି ନେଇଯିବ।
ଧରମ ସହିବ ନାହିଁ ଏମାନଙ୍କୁ।କେଡେ ସୁନ୍ଦର ଛନଛନ ହୋଇ ଗଛଟା ବଢିଥିଲା।ବୁଢା ଆଣି ଲଗାଇ ଥିଲା ତା ନିଜ ହାତରେ ।ବୁଢାକୁ ତ ପୂଜାପାଠ କରିବାକୁ ସମୟ ନାହିଁ ଖାଲି ବଇଦ ପାଠ ! କି ଚେରମୂଳ ଔଷଧରେ ଦିନରାତି ବ୍ୟସ୍ତ।ଏ ବୁଢି ଏକା ପୂଜା କରିବ ନିତି ଚଉରା ମୂଳେ ପାଣି ଦେବ।କୃଷ୍ଣ ଏବଂ ସାଳଗ୍ରାମ ପୂଜା ଆଜି କେମିତି ହେବ?
ଏ ସମୟରେ ରେବତି ଆସି ଯୋରସେ ପାଟିଛାଡି ମରିଗଲି ମରିଗଲି କହି ସେବତୀ ଆଇ ଘରେ ପହଞ୍ଚିଲା ।ଏ ମାଉସି ମୋ ହାତଟାକୁ ଆଜି ଡିମ୍ବିରି କାମୁଡି ଦେଇଛି।
ଭୀଷଣ ବଥା ହେଉଛି।ହାତ ଫୁଲି ଏତେବଡ ହୋଇ ଗଲାଣି ସମ୍ଭାଳି ହେଉନି ମଉସା କୁଆଡେ ଗଲେ କି?
କିଛି ଜଡିବୁଟି ଲଗାଇଦେଇଥିଲେ ଏ ପ୍ରବଳ ବିନ୍ଧାଛିଟିକାରୁ ରକ୍ଷା ପାଇ ପାରନ୍ତି ! କି ପ୍ରବଳ ପିନ୍ଧା! ଶୁଙ୍କ ପସି ଭାରି ଦରଦ ହେଉଛି।ଏ ମାଉସୀ କିଛି କର।
ତା ପାଟି ଶୁଣି ତତ୍କ୍ଷଣ ଘର ଭିତରୁ ବାହାରି ଆସି କୃଷ୍ଣ ଅଜା କହିଲେ ଆଲୋ ରାବି ତୋ ହାତ କଣା ହେଲାକି ?
ନାଇମ ମଉସା ଡିମ୍ବିରି କାମୁଡି ଦେଇଛି।ପ୍ରବଳ ଜଳାପାଡା ବିନ୍ଧାଛିଟା ହେଉଛି ଏହାର କିଛି ପ୍ରତିକାର ମଉସା।ତତେ ଡିମ୍ବିରି କେଉଁଠି କାମୁଡିଲା ?
ଏ ଗୋଟେ ଗଛ ପାଖରେ ଡିମିରି ଘର ଥିଲା ମୁଁ ଫୁଲ ତୋଳୁ ତୋଳୁ କାମୁଡିଦେଲା।ଏ ମଉସା କିଛି କର। କୃଷ୍ଣ ଅଜା କିଛି ପିଆଜ ଛେଚି ତାର ଦୋର ଆଣିଲଗାଇ ବଟା ହଳଦୀ ମେଞ୍ଚାଏ ଡିମ୍ବିରି କାମୁଡା ସ୍ଥାନରେ ଥୋଇଦେଲେ ।ଏଥର କେମିତି ଲାଗୁଛି ପଚାରିଲେ ରେବତୀକୁ !
ଅଜା ରାବିକୁ ପାଖକୁ ଡାକି କହିଲେ ରାବି ତୁ ଏମିତି ହଳଦିର ବଟା ମେଞ୍ଚାଏ ଆଣି ଲଗାତାର ଭାବେ ଦୁଇଚାରିଦିନ ଧରି ପ୍ରଲେପ ଦେବୁ। ଦେଖିବୁ ତାହାର ବିଷର ପାଓ୍ବାର କମିଯିବ। ଏହା ଶୁଣି ସେବତୀ ଆଇ ରେବତୀ କୁ କହିଲା ଆଉ ଗୋଟେ କଥା କହୁଛି ଶୁଣୁ ମଉସାକୁ ଜଣାନାହିଁ ,ମୋର ତୁଳସୀ ଗଛ ତୁ ଚୋରାଇ ନେଇଛୁ ମୂଳ ସହ ଉପାଡି ,ସେ ଗଛର କିଛି ପତ୍ରର ଦୋର କାଡି ପିଇବୁ ତା ମୂଳକୁ ଘୋରି ହାତରେ ଲଗାଇଵୁ ଦେଖିବୁ ତୋର କରୋଣା ଭାଇରସ ସହ ଡିମ୍ବିରି ଭାଇରସ ମଧ୍ୟ ଦୂରେଇ ଚାଲିଯିବ ଆଉ କେବେ ପାଖ ମାଡିବନି।