Dr Jharana Satapathy

Comedy

4.5  

Dr Jharana Satapathy

Comedy

ଠାକୁର ପୂଜା

ଠାକୁର ପୂଜା

2 mins
323



ଠାକୁର ପୂଜାକୁ ନେଇ ଶ୍ୟାମାମଣି, ଏବଂ ତାଙ୍କ ସ୍ବାମୀ ଦଣ୍ଡପାଣି ଭିତରେ ଭାରି କଳହ । ସବୁବେଳେ ତୁ ତୁ ଆଉ ମୁଁ ମୁଁ । ଇଶ୍ବର ବିଶ୍ବାସକୁ ନେଇ ଦୁଇଜଣଙ୍କ ଭିତରେ ଯୁକ୍ତି ତର୍କ ! ପୂର୍ବ ପୁରୁଷ ଅମଳରୁ ରହିଆସିଛି ଫୋଟ ହିଁ ପୂଜାହେବ ମାର୍ଵଲ କିମ୍ବା ଗ୍ରାନାଇଟର କୌଣସି ମୂର୍ତ୍ତୀ ରହିବ ନାହିଁ । ଏମିତିକି କାନ୍ଥରେ କୌଣସି ଟାଇଲ ବି ଛପାଯିବ ନାହିଁ । ଖାଲି ଲୁହା କଣ୍ଟା ସାହାର୍ଯ୍ୟରେ କାନ୍ଥକୁ କଣାକରି ଫୋଟ ଗୁଡାକୁ ଟଙ୍ଗାଯିଵ ନଚେତ୍ ଆଲମିରାରେ ଫେଟଗୁଡାକ ରଖି ପୂଜା କଲେ ଚଳିବ । ଠାକୁର ଘରେ ଲାଗିଥାଏ ବହୁତ ଫୋଟ । ସବୁ ଫୋଟକୁ ପ୍ରତିଦିନ ପୋଛା ଏବଂ ଚନ୍ଦନ ସିନ୍ଦୁର ଦେବାକୁ ପଡିଥାଏ । ସବୁ ଫୋଟରୁ ଡବଲ ଡବଲ ଏମିତି ମିଶାଇଲେ ତିରିଶି ଚାଳିଶି ହେବ । ଘରେ କେଉଁ ଯୁଗରୁ ରହିଆସିଛି ସେ ଫଟୋଗୁଡିକ ।


ଦିନେ ଶ୍ୟାମାମଣିକୁ ପ୍ରବଳ ଭୋକ ଲାଗୁଥାଏ । ଠାକୁର ପୂଜାରେ ବସିଥାନ୍ତି । ମନରେ ଚିଡଚିଡା ବି ଆସିଗଲାଣି । ଆଉ ଭୋକ ସମ୍ଭାଳି ପାରିଲେ ନାହିଁ ଠାକୁର ପୂଜାରେ ବଢା ହୋଇଥିବା କଦଳୀ ଦୁଇଟିକୁ ପାଟିରେ ପକାଇ ପାକୁଳି ଖାଇସାରିଲା ପରେ ଆଉ ଦୁଇଟି କଦଳୀ ଆଣି ଠାକୁରଙ୍କ ନିକଟରେ ଭୋଗ ଲଗାଇଥିଲେ । ଏହା ଦେଖି ଦଣ୍ଡପାଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କ ସ୍ତ୍ରୀକୁ ପଚାରିଲେ ଏକି ତୋର ଇଶ୍ବର ଭକତି! ତୁ ତୋର ପେଟ ପୂଜା ଆଗେ କରୁଛୁ ତା ପରେ ଠାକୁରଙ୍କୁ ପୂଜା । ଶ୍ୟାମାମଣି ଠାକୁର ପୂଜା କରି ତାଳି ମାରି ଉଠି କହି ଚାଲିଲେ ତୁମେ କାହାକୁ କହୁଚ? ଠାକୁର କଣ ଚାହାନ୍ତି ଆମେ ଖାଲି ପେଟରେ ରହି ପୂଜା କରିବା । ପ୍ରଥମେ ଆମେ ନିଜ ଆତ୍ମାକୁ ସନ୍ତୋଷ କଲେ ପ୍ରକୃତ ଇଶ୍ବର ସନ୍ତୋଷ ହୁଅନ୍ତି ।  


ଖାଲି ଏହା ମନର ଭାବନା ଆମର ପୂର୍ବପିଢି ଏପରି ପୂଜା କରୁଥିଲେ ଆମେମାନେ ମଧ୍ୟ ଏଭଳି ପୂଜା କରିବା । ଯୁଗ ବଦଳିଲାଣି । ସମୟର ଅଭାବ । ଯେତିକି ଶକ୍ତି ସେତିକି ଭକ୍ତି କରିବା ଦରକାର ।


ଏପଟେ ନିଜର ଭୋକହୋଇ ହଂସାଉଡିଯାଉଥିବ ଠାକୁର ପୂଜାଟି ନିହାତି ହେବ, ଖୁସି ମନରେ ହେଉ କିମ୍ବା ବିରକ୍ତରେ । ସବୁବେଳେ ଠିକ୍ ରୂପରେ ନିତିକାନ୍ତି ହେବ ବୋଲି ମାନେ ନଥାଏ । ଚିଡଚିଡା ବି ଆପେ ଆପେ ଆସି ଯାଏ । ଆଉ ପର୍ବପର୍ବାଣୀ ପଡିଲେ ସରିଲା କଥା । କିଏ କଣ ଖୁସି ମନରେ ଠାକୁର ପୂଜା କରନ୍ତି । କାଁ ଭାଁ କେହି କେହି  । ଠାକୁର ପୂଜିବା ପାଇଁ କୌଣସି ନିଦ୍ଧିଷ୍ଟ ବୟସ ନଥାଏ । ମନରେ ଖାଲି ଦରକାର ଭକ୍ତି ସହ ପ୍ରେମ ।



Rate this content
Log in

Similar oriya story from Comedy