FEW HOURS LEFT! Exclusive FREE session on RIG VEDA for you, Register now!
FEW HOURS LEFT! Exclusive FREE session on RIG VEDA for you, Register now!

Debabrata Barik Debunu

Tragedy


2  

Debabrata Barik Debunu

Tragedy


ତୋ ଅପେକ୍ଷାରେ ମା'

ତୋ ଅପେକ୍ଷାରେ ମା'

2 mins 353 2 mins 353

ସେଦିନ ଥାଏ ଶନିବାର ସକାଳ ପ୍ରାୟ ୬ଟା ସମୟ । ମୁଁ ଶୋଇଥାଏ । ବୋଉ ମୋତେ ଉଠେଇଲା ସକାଳ ସ୍କୁଲ ଥିଲା ମୁଁ ଉଠିଲି l ସେଦିନ ଜାଣି ନଥିଲି ବୋଉର କଣ ହେଇ ଥିଲା ବୋଲି । କେଜାଣି କାହିଁକି ତା ଆଖିରୁ ଲୁହ ବାହାରି ଯାଉଥିଲା ସତେ ଯେମିତି ଆଜି ବୋଉ କିଏ କିଛି କହିଛି ବୋଧେ l ବୋଉ ବ୍ରସ ଦେଲା ଆଉ ଦାନ୍ତ ଘଷିବାକୁ କହିଲା । ହେଲେ ମୁଁ ବୁଝି ପାରୁନଥିଲି ତା ମୁଁହଟା କଣ ପାଇଁ ଶୁଖିଲା ଶୁଖିଲା ଲାଗୁଥିଲା ମୁଁ ଦାନ୍ତ ଘଷି ଫେରିଲି ଡ୍ରେସ୍ ପିନ୍ଧେଇ ଦେଲା ମୁଣ୍ଡ କୁଣ୍ଡେଇ ଦେଲା ମୁଁ ପଚାରିଲି ବୋଉ କଣ ହେଇଛି ତୋର ଆଜି ତୁ ମୁହଁ ଏତେ ଶୁଖିଲା ଦିଶୁଚି କ’ଣ ପାଇଁ ? ହେଲେ ସେ କିଛି କହୁ ନଥାଏ । ମୁଁ ଅସ୍ତବେସ୍ତ ହୋଇଗଲି ବୋଉର ଆଜି କ’ଣ ହେଇଛି ? ସେ ଏମିତି କାନ୍ଦୁଛି କ’ଣ ପାଇଁ ? ସବୁ ଦିନ ମତେ ଦୁଆର ଆଗରେ ଛାଡି ଦେଇ ଚାଲି ଆସେ ହେଲେ ସେଦିନ ସେ ସ୍କୁଲ ଯାଏ ଗଲା ମତେ ଛାଡିବା ପାଇଁ । ମୁଁ ସେମିତି ତା ମୁଁହକୁ ଚାହିଁ ଥାଏ । ଆଉ ଯେତେ ପଚାରିଲେ ସେ କିଛି କହୁ ନଥାଏ ପୁରା ନିରବ ଥିଲା ତା ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା ? ସ୍କୁଲ ପାଖା ପାଖି ହେଲା ତା କାନ୍ଦ ବନ୍ଦ ହେଉନଥାଏ ସ୍କୁଲ କିଛି ଦୂର ଥିଲା ସେ ମୋ ମୁହଁକୁ ଚାହିଁ ବହୁତ ଜୋରରେ କାନ୍ଦିଲା ମତେ ଗେଲ କରିଦେଲା ମୁଣ୍ଡକୁ ଆଉଁଷି ଆଉଁଷି କହିଲା ମୋ ଧନ ପରା ମନ ଦେଇ ପାଠ ପଢ଼ିବୁ କେବେ କାନ୍ଦିବୁନି । ଏତିକି କହି ସେ ଚାଲି ଆସିଲା ବୋଉର ସେଇ କଥା ଦୁଇଟି ହୃଦୟ ବିଦାରକ ଥିଲା ମୋତେ ଟିକେ ବି ଇଚ୍ଛା ନଥାଏ ସ୍କୁଲ ଯିବାକୁ । ଆଉ କ’ଣ କରି ଥାନ୍ତି ମାଡ ଭୟରେ ଗଲି । ପାର୍ଥନା ସରିଲା କ୍ଲାସ ଆରମ୍ଭ ହେଲା ମୋର ପଢ଼ାରେ ଜମାରୁ ମନ ନଥାଏ ବୋଉର ସେ ଛଳ ଛଳ ଆଖି ମୋ ମନରେ ନାଚି ଯାଉଥାଏ ।

କ୍ଲାସ ସରିଲା ଘଣ୍ଟି ବାଜିଲା ମାତ୍ରକେ ବ୍ୟାଗ୍ ଧରି ଦୌଡ଼ିଲି ସିଧା ଘରକୁ । ଘରେ ଆସି ପହଁଚିଲି ଘରେ ବୋଉ ନଥିଲା । ବାଡ଼ି ଆଡ଼େ ଗଲି ଡାକିଲି ହେଲେ ବୋଉନାହିଁ । ଜୋରରେ ଡାକିଲି କେହି କିଛି କହୁ ନଥିଲେ ପଡିଶା ଘରକୁ ଗଲି ସେଠାରେ ମଧ୍ୟ ବୋଉ ନଥିଲା ନିରାସ ହୋଇ ଘରକୁ ଫେରିଲି ଦେଖିଲି ବୋଉ ଫେନରେ ଓହଳିଛି ତା ବେକରେ ଗୋଟେ ଦଉଡି ଲାଗିଛି ତାକୁ ଡାକିଲି ସେ ଶୁଣୁନଥାଏ । ପଡିଶା ଘରକୁ ଗଲି ପଡିଶା ଘର ବଡ଼ବୋଉ, ଭାଉଜ ଏବଂ ଜେଜେମା ଦୌଡ଼ି ଆସିଲେ ବୋଉକୁ ଓହ୍ଲେଇଲେ ତା’ ବେକରେ ଥିବା ଦୌଡ଼ି ଖୋଲିଲେ ସମସ୍ତେ କାନ୍ଦୁଥାନ୍ତି । ମୁଁ ଛୋଟ ପିଲା କିଛି ଜାଣି ନଥାଏ ସମସ୍ତେ କହୁଥାନ୍ତି କାଲି ରାତିରେ କୁଆଡେ ବୋଉ ବାପାଙ୍କର ବହୁତ ଝଗଡା ହେଇଥିଲା ଆଜି ସକାଳ ଠାରୁ ବାପା ମଧ୍ୟ ଘରେ ନାହାନ୍ତି ବୋଉ କୁଆଡେ ଦଉଡି ଦେଇ ମରି ଯାଇଛି। ମୋ ଆଖିରେ କାନ୍ଦିବାକୁ ନା ଲୁହ ଥାଏ ନା ମତେ ବୁଝେଇବାକୁ କେହି ଥାନ୍ତି ?

ଆଜି ବି ତୋ ଅପେକ୍ଷାରେ ମା’ ଖୋଜି ବୁଲୁଛି ତୋ ପଣତ କାନିକୁ ! ତୁ ତୋ ହାତରେ ମତେ ଖୁଆଇ ଦେଉ.. ମତେ କିଏ ଗେଲ କରିବ, କିଏ ଖୁଆଇ ଦେବ, କିଏ ଗପ କହି ଶୁଣାଇବ । ତୁ ମତେ ତୋ ପାଖକୁ ନେଇଯା’.. ନ ହେଲେ ମୋ ପାଖକୁ ପଳେଇ ଆସେ ।


Rate this content
Log in

More oriya story from Debabrata Barik Debunu

Similar oriya story from Tragedy