ତାନ୍ୟା
ତାନ୍ୟା
ବୟସ 23 କି 25 ବର୍ଷ ହେବ, ଯେପରି ଗୋଟିଏ ଚାଉଳରେ ଗଢା ,ତାନ୍ୟା ଅନ୍ୟାନ୍ୟ ଝିଅ ମାନଙ୍କରୁ ସେ ସମ୍ପୂର୍ଣ ଅଲଗା ରୂପ ଓ ଢଙ୍ଗରେ।ତାର ପରିବାର କହିଲେ କେହି ନାହିଁ , ପରିବାର ବୋଲି ତା ସାଙ୍ଗ ନିତୁ ବୋଲି ଏକା ଅଛି। ଗୋଟିଏ ଛୋଟ ସୁନ୍ଦର କୁଟୀର ରେ ଦୁହେଁ ବାସ କରନ୍ତି। ଦୁହିଁଙ୍କର ପେଶାରେ ବେଶ୍ୟା ବୃତ୍ତି କରନ୍ତି।ସେ ବେଶ୍ୟା ବୃତ୍ତିରେ ସେମାନେ ଯାହା ଆୟ କରନ୍ତି ସେଥିରେ ଦୁହିଁଙ୍କର ଜୀବନ ଅତି ସୁଖରେ କଟୁ ଥାଏ ।ସାତ କି ଆଠ ବର୍ଷର ଏ ପେଶାରେ ସେମାନେ ଏତେ ନିଖୁଣ ଯେ ତାଙ୍କର ମାଲିକ ତାଙ୍କରି ଉପରେ ବହୁ ଗର୍ବ କରେ । ତାନ୍ୟା କୁ ଦେଖି ସେ ବେଶ୍ୟାଳୟରେ ଥିବା ଅନ୍ୟ ବେଶ୍ୟାମାନେ ତାକୁ ବେଶ୍ ଘୃଣା ଚକ୍ଷୁରେ ଦୃଷ୍ଟିପାତ କରନ୍ତି ।ତାନ୍ୟାର ରୂପବତୀ ଶରୀର ଏବଂ ତାର ଅଲୌକିକ ଚେହେରା ଯୋଗୁଁ ଅନେକାଂଶ କାମାତୁର ପୁରୁଷ ତାନ୍ୟା ତାନ୍ୟା ହେଉଥାନ୍ତି।
ପ୍ରତ୍ୟେକ ଦିନ ଭଳି ଆଜିବି ତାନ୍ୟା ବେଶ୍ୟାଳୟକୁ ଯାଇଛି ହଠାତ୍ ତାଙ୍କର ମାଲିକ ଆସି ତାନ୍ୟାକୁ କହିଲା ଯେ, ବାହାରେ ଜଣେ ଯୁବକ ଅଛି, ତାକୁ ସବୁଠୁ ଭଲ ସର୍ଭିସ୍ ଦରକାର ଆଉ ଏଇ ବେଶ୍ୟାଳୟରେ ସବୁଠୁ ଭଲ ସର୍ଭିସ୍ ତ ତୁମେ ଦିଅ। ଫୁଣି ମାଲିକ ତାନ୍ୟାକୁ କହୁଛନ୍ତି ଯେ ସେ ଯୁବକ ଜଣକ ଏଠିକାର ନୁହେଁ କିନ୍ତୁ ତାଙ୍କ ପାଖରେ ଭଲ ସମ୍ପତ୍ତି ଅଛି। ତେଣୁ କରି ତାଙ୍କୁ ଆଜି ରାତିରେ ଭଲ ସର୍ଭିସ୍ ଦବା ହେଉଛି ତୁମର କାମ। ଏତକ ଶୁଣି ତାନ୍ୟା ମାଲିକ କଥାରେ ସହମତି ଜଣାଇ ଚାଲିଗଲା ସେ ଯୁବକ ଜଣକ ପାଖକୁ।
କୁଞ୍ଚୁ କୁଞ୍ଚିଆ ବାଳ, ଗୋରାତକ ତକ ଚମ, ଚେହେରାରେ କୌଣସି ବନ୍ଧନ ରୁ ମୁକ୍ତ ହେବା ର ଖୁସି, ହାତରେ ଗୋଟିଏ ପାଇପ ହୁକ୍କା ଓ କିଛି ମଦିରା , ତା ପାଖକୁ ତାର ବନ୍ଧୁ ବସିଛି।ଯୁବକ କୁ ଦେଖି ତାନ୍ୟା ଅନୁମାନ କଳା ଯେ ଏ ଯୁବକର ବୟସ କେତେ ହେଇଥିବ ସେ ଯାହା ହେଲେବି ଯୁବକ ଟି ତାନ୍ୟା ଠାରୁ ଛୋଟ ଲାଗୁଥିଲା। ଯୁବକ କୂଳରେ ଯାଇ ବସି ପଡିଲା ତାନ୍ୟା, ଯୁବକ ତାନ୍ୟାକୁ ଦେଖି ସେ ହତଚକିତ ହୋଇଗଲା ଏବଂ ତାନ୍ୟାକୁ ତାର ନାଁ ପଚାରିଲା ଯୁବକ ଜଣକ ମଧ୍ୟ ତାର ନାମ ଟିକୁ ଜଣାଇଲେ ଶ୍ୟାମ ବୋଲି ପରିଚୟ ଦେଲା। ଏଥର ଯୁବକ ଜଣକ ବାର୍ତ୍ତାଳାପ କରିବାକୁ ଆରମ୍ଭ କଲେ ଓ ତ।ନ୍ୟାକୁ କହିଲେ ତେବେ ତୁମେ ହେଉଛ ଏଠାକାର ସର୍ବୋତ୍ତମ ସର୍ଭିସ୍ ଦେଲାବାଲା । ତାନ୍ୟା ଏ କଥା ଶୁଣି କହୁଛି ଶ୍ୟାମ ବାବୁ ଏକଥା ମୁଁ ଜାଣେନା କିନ୍ତୁ ମୋର ସଖିଗଣ ମୋର ମାଲିକ ଏବଂ ମୋର ଗ୍ରାହକ ମାନେ କହନ୍ତି।ମୁଁ ନିଜକୁ ଏତେ ଭାଗ୍ୟଶାଳୀ କେବେ ଭାବିନି।
ସୋଫା ଟି କୁ ଛାଡ଼ି ଦୁହେଁ କୋଲ୍ଡ ରୁମ୍ ଆଡ଼କୁ ମୁହାଁଇ ଲେ ।ସେଦିନ ରାତିସାରା ଶ୍ୟାମ ବାବୁ ତାନ୍ୟାସହ ରାତି ବିତେଇବା ପରେ ଶ୍ୟାମ ତାନ୍ୟା କୁ ବେଶ୍ୟାଳୟ ବାହାରେ ମଧ୍ୟ ସେ ସର୍ଭିସ୍ ଦେଇପାରିବ କି ବୋଲି ତାକୁ ପଚାରିଲା । ତାନ୍ୟା ମଧ୍ୟ ଶ୍ୟାମ ବାବୁଙ୍କ କଥାରେ ସହମତି ଦେଲା ।ସେ ବେଶ୍ୟାଳୟରେ ସେ ରାତି ଥିଲା ଦୁହିଁଙ୍କର ଶେଷ ରାତ୍ରି।
ତା ପର ଦିନ ସନ୍ଧ୍ୟା ସମୟରେ ତାନ୍ୟା ଶ୍ୟାମ ବାବୁ କହିଥିବା ଠିକଣାରେ ଉଚିତ୍ ସମୟରେ ପହଞ୍ଚିଛି। ଆଖି ଆଗରେ ଥିବା କୋଠାଟିକୁ ଦେଖି ତାନ୍ୟାର ଆଖି ଲାଖି ରହିଗଲା । କି ସୁନ୍ଦର କୋଠା ସତେ ଯେମିତି କୋଠା ନିର୍ମାଣ କରିବାକୁ ସ୍ଵଂୟ ବିଶ୍ଵକର୍ମା ଆବିର୍ଭୁତ ହୋଇଥିଲେ । ତାନ୍ୟାର ମନରେ ବାହାରୁ କୋଠରୀକୁ ଦେଖିବା ପରେ ଭାବିଲା ଭିତରେ ଆହୁରି କଣ ହୋଇଥିବ। ଏତେ ଧନ ସମ୍ପତ୍ତି ର ମାଲିକ ଭାବି ତାନ୍ୟା ମନେ ମନେ ଆନନ୍ଦିତ ହେଉଥାଏ। ଭିତରକୁ ପ୍ରବେଶ କରିବା ଠିକ୍ ପୂର୍ବରୁ ଜଗୁଆଳୀ ତାନ୍ୟାକୁ ରୋକିଲା, ତାନ୍ୟା ଶ୍ୟାମ ବାବୁ ଙ୍କ ନାଁ କହିବାରୁ ତାଙ୍କୁ ପ୍ରବେଶାଧିକାର ଦିଆଗଲା।
ପ୍ରାସାଦ ଭିତରକୁ ପ୍ରବେଶ କରିବା ମାତ୍ରେ ତାନ୍ୟା ନିଜକୁ ହଜାଇ ଦେଲା ସତେ ଯେମିତି ସେ ଏକ ରାଜା ମହାରାଜାଙ୍କ ଗୃହକୁ ପ୍ରବେଶ କଲା। ଗୃହ ଭିତରର ବିଭିନ୍ନ ପ୍ରକାରର କାରିଗରକୁ ଟିକି ଟିକି ନିରୀକ୍ଷଣ କରୁଥାଏ। ହଠାତ୍ ପଛ ଆଡୁ ଶ୍ୟାମ ବାବୁ ଆସି ପହଂଚି ଗଲେ । ଶ୍ୟାମ ତାନ୍ୟାକୁ ଦେଖି ଆନନ୍ଦିତ ହେଲା । ସେ ତାନ୍ୟା କୁ ନେଇ ନିଜର ଗୃହ ପରିସର ବୁଲାଇଲେ।ସେ ଦିନ ରାତ୍ରରେ ତାନ୍ୟା ସେଠାରେ ହିଁ ରାତ୍ରିଯାପନ କଲା ଓ ପ୍ରାତଃ କୁ ନିଜର ପାଉଣା ନେଇ ଚାଲିଗଲା।
ଶ୍ୟାମ ବାବୁ ନିଦରୁ ଉଠି ଦେଖିଲେ ଯେ ସେ ଏକୁଟିଆ ଶୋଇଛନ୍ତି ତାଙ୍କର ବିଶାଳକାୟ ଶଯ୍ୟାରେ ।ସେ ତାନ୍ୟାକୁ ଖୋଜିଲେ ହେଲେ ଏତେ ବଡ କୋଠରୀରେ ତାକୁ କଉଠି ପାଇଲେ ନାହିଁ। ମନରେ ଗୋଟିଏ ଅବଶୋଷ ନେଇ ଫେର ବିଛଣା ରେ ଲୋଟି ପଡ଼ିଲେ। ତା ପର ଦିନ କୁ ଆଉ ସେ ରହିପାରିଲେନି ବାଧ୍ୟ ହୋଇ ସେ ନିଜ ଘରେ ଗୋଟିଏ ଛୋଟ ପାର୍ଟି ଟେ ଆୟୋଜନ କରି ତାନ୍ୟା କୁ ନିମନ୍ତ୍ରଣ ପତ୍ର ପଠେଇଲା । ତାନ୍ୟା ମଧ୍ୟ ଗୋଟିଏ ମାଗଣା ପାର୍ଟି କେମିତି ମନା କରନ୍ତେ ସେ ତାର ସମସ୍ତ ସାଙ୍ଗ ମାନକୁ ନେଇ ଶ୍ୟାମ ବାବୁଙ୍କ ଘରେ ସେ ଉପସ୍ଥିତ ହେଲେ।
ପାର୍ଟି ପରଦିନ ଶ୍ୟାମ ବାବୁ ତାନ୍ୟାକୁ ଗୋଟିଏ ସପ୍ତାହ ପାଇଁ ନିଜର ସହଚରୀ ହେବା କୁ ଅନୁରୋଧ କରିଛି ଆଉ ଏଥିପାଇଁ ତାନ୍ୟା ର ମନ ମୁତାବିକ ସେ ପାଉଣା ଦେବାକୁ ରାଜି ଅଛି ବୋଲି ତାକୁ କହିଲା। ପାଉଣା କଥା ଶୁଣି ତାନ୍ୟା ମଧ୍ୟ ଖୁସି ଖୁସି ରାଜି ହୋଇଗଲା ।
ତାନ୍ୟା ଶ୍ୟାମ ବାବୁଙ୍କ ର ସହଚରୀ ହେବା ଦିନ ଠାରୁ ସେ ଶ୍ୟାମ ବାବୁଙ୍କ ବିଷୟରେ ତନାଘନା କରୁଥାନ୍ତି। ସେ ସିଧା ସଳଖ ଭାବରେ ଶ୍ୟାମ ବାବୁଙ୍କୁ ପଚାରୁଛନ୍ତି ଯେ , ଏତେ ଧନ ସମ୍ପତ୍ତି ର ମାଲିକ ହେବା ପାଇଁ କଣ କାମ କରିବାକୁ ପଡ଼ିବ? ଶ୍ୟାମ ବାବୁ କହିଲେ , ମୁଁ ଜଣେ ସୁଖ୍ୟାତ ବ୍ୟବସାୟୀ ର ପୁଅ ମୋର କଲେଜ ଛୁଟି ଥିବାରୁ ମୁଁ ଏଠାକୁ ଆସିଛି। ଶ୍ୟାମ ବାବୁ କହୁଛନ୍ତି ଯେ ସେ ଯଦି ବିଶ୍ୱାସ କରୁନାହାନ୍ତି ତେବେ ଗୁଗୁଲ୍ କରିବାକୁ ପରାମର୍ଶ ଦେଲେ। ଆଉ ତାନ୍ୟା ମଧ୍ୟ ଗୁଗୁଲ କରି ଦେଖିଲା ସବୁ ସତ୍ୟ ଥିଲା।
ଦୁହେଁ ଏଇ କେଇ ଦିନରେ କେତେ ଜାଗା ବୁଲିଲେ କେତେ ଧନ ଉଡାଇଲେ ତାର ହିସାବ ମାତ୍ର ନାହିଁ । ସପ୍ତାହର ଶେଷ ରାତ୍ରି ଦୁହେଁ ଏକତ୍ର ଶୋଇ ଥାନ୍ତି। ହଠାତ୍ ଶ୍ୟାମ ବାବୁ ତାନ୍ୟାକୁ ବାହା ହେବା ପାଇଁ ପ୍ରସ୍ତାବ ଦେଲେ।ତାନ୍ୟା ଶ୍ୟାମ ବାବୁଙ୍କ ଠାରୁ ଏଭଳି ପ୍ରସ୍ତାବ ସେ କେବେ ଆଶା କରିନଥିଲେ, ଏବେ ପର୍ଯ୍ୟନ୍ତ ତାଙ୍କୁ ବିଶ୍ୱାସ ହେଉନଥାଏ। ଶ୍ୟାମ ବାବୁ ତିନି ତିନି ଥର ପଚାରିଲେ ସେ ତାଙ୍କୁ ବାହା ହେବା କୁ ଚାହୁଁଛନ୍ତି ବୋଲି । ଶ୍ୟାମ ଏଥର ଚତୁର୍ଥ ଥର ପାଇଁ ତାନ୍ୟାକୁ ପଚାରିଲେ ଏଇଟା ହେଉଛି ମୋର ଶେଷ ପ୍ରସ୍ତାବ ତୁମେ ମୋତେ ବାହା ହବ କି? ତାନ୍ୟା ଆଉ ନିଜକୁ ରୋକି ପାରିଲା ନାହିଁ, ଆଉ ଶ୍ୟାମ ବାବୁଙ୍କ କଥା ରେ ହଁ ଭରିଦେଲା।
ତାର ପରଦିନ ସେମାନେ ଆଉ ଏକ ଜାଗାରେ ଯାଇ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହେଲେ । ସେମାନେ ତାଙ୍କର ବିବାହ ବନ୍ଧନର ପ୍ରମାଣ ପତ୍ର ମଧ୍ୟ ତିଆରି କରାଇଲେ । ସେ ଜାଗାରୁ କିଛିଦିନ ପରେ ଫେରିବା ପରେ ତାଙ୍କର ବିବାହର କଥା ଚାରିଆଡ଼େ ପ୍ରଘଟ ହେଲା । ଶ୍ୟାମ ବାବୁଙ୍କ ବାପା ମାଁ ଏ କଥା ଶୁଣି ତୁରନ୍ତ ଏମାନଙ୍କର ବିବାହ କଥା କୁ ଲୁଚାଇବା ପାଇଁ ସମସ୍ତ ଚାକର ବାକର ମାନଙ୍କୁ ପ୍ରବର୍ତ୍ତାଇଲେ।ଆଉ ସେ ଦୁହିଁଙ୍କୁ ଘର ଭିତରେ ହିଁ ରଖିବାକୁ ନିର୍ଦ୍ଦେଶ ଦେଲେ।
ଶ୍ୟାମ ବାବୁ ନିଜ ମା ବାପାଙ୍କୁ ଅଧିକ ଡରନ୍ତି ।ଏଭଳି ଘରୁ ନ ବାହାରିବା କଥା ଶୁଣି ତାଙ୍କୁ ଅଧିକ ଡର ଲାଗିଲା। କାଳେ ତାଙ୍କ ମା ବାପା ବାହାଘର କଥା ଜାଣି ଏଠାକୁ ତ ଆସୁ ନାହାନ୍ତି । ଏଠାକୁ ଆସୁଛନ୍ତି ବୋଲି ଜାଣି ଶ୍ୟାମ ବାବୁ ନିଜକୁ ଆଉ ସମ୍ଭାଳି ପାରିଲେ ନି। ସେ ଚାକର ମାନଙ୍କୁ ଧକ୍କାଦେଇ ଘରୁ ଏକୁଟିଆ ପଳାୟନ କଲେ। ତାନ୍ୟା ବିଚରା ସେ ଚାକର ବାକର ମାନଙ୍କ ପାଖରେ ଫସି ରହିଗଲା। ଏପଟେ ଶ୍ୟାମ ବାବୁ ଙ୍କ ବାପା ମା ଆସୁଛନ୍ତି । ଏପଟେ ଶ୍ୟାମ ବାବୁ ଘର ଛାଡ଼ି ପଳାଇଛନ୍ତି।
ବିଚରା ତାନ୍ୟା ଚାକର ମାନଙ୍କ ପାଖରେ ଫସି ନିଜକୁ ଧିକ୍କାର କରୁଥାଏ। କାନ୍ଦିବା ଛଡା ତାର ଅନ୍ୟ ଉପାୟ ନାହିଁ। ଶ୍ୟାମ ବାବୁଙ୍କୁ ଭଲ ପାଇ ଜୀବନରେ କେଡେ ଭୁଲ କରିଛନ୍ତି ଏବେ ସେ ଅନୁଭବ କରୁଛନ୍ତି । ରାତ୍ର ହୋଇଗଲାଣି ତଥାପି ଶ୍ୟାମ ବାବୁ ଦେଖା ନାହାନ୍ତି । ଚାକର ଆଉ ତାନ୍ୟା ଙ୍କୁ ଶ୍ୟାମ ବାବୁଙ୍କ ଅନୁପସ୍ଥିତି ତାଙ୍କୁ ଖାଇଗଲାଣି। ଉପାୟ କଣ ଶ୍ୟାମ ବାବୁଙ୍କ ବାପା ମା ଯଦି ସକାଳେ ଶ୍ୟାମ ବାବୁଙ୍କୁ ନ ପାଆନ୍ତି ତେବେ ସମସ୍ତ ଚାକରଙ୍କ ଚାକିରି ଯିବ। ଶେଷରେ ଚାକର ମାନେ ତାନ୍ୟା କୁ ଅନୁରୋଧ କରି ଶ୍ୟାମ ବାବୁଙ୍କୁ ଖୋଜିବା ପାଇଁ ବାହାରି ପଡ଼ିଲେ।
ରାତି ସାରା ଖୋଜିବା ପରେ ଶେଷରେ ସହର ଠାରୁ ଅନତି ଦୂରରେ ଥିବା ଗୋଟାଏ ପୁରୁଣା କ୍ଳବ୍ ରେ ତାର ଉପସ୍ଥିତିର ଖବର ମିଳିଛି। ସେଠାରେ ତାନ୍ୟା ପ୍ରଥମ କରି କିଛି ଦିନ କାମ ଆରମ୍ଭ କରିଥିଲା। ତାର ସହଚରୀ ମାନଙ୍କ ଠାରୁ ଖବର ପାଇ ସେଠାରେ ପହଞ୍ଚିଥିଲେ । ଶ୍ୟାମ ବାବୁଙ୍କ ଘୋର ନିଶା ପାନ କରି ହୋସ ନ ଥାଏ । ସେଇ ଅବସ୍ଥାରେ ଚାକର ମାନେ ଶ୍ୟାମ ବାବୁଙ୍କୁ ଧରି ନିଜର ରହଣି ସ୍ଥାନ କୁ ଫେରି ଯାଇଛନ୍ତି। ବାଟ ସାରା ତାନ୍ୟା ଶ୍ୟାମ ବାବୁଙ୍କୁ ହୋସ ରେ ଆଣି ବାକୁ ଚେଷ୍ଟା କରିଥିଲା ହେଲେ ସେ ପାରିଲାନି। ଏପଟେ ରାତିସାରା କାନ୍ଦି କାନ୍ଦି ତାନ୍ୟାର ଅବସ୍ଥା ଖରାପ ହେଲାଣି।
ଶ୍ୟାମ ବାବୁଙ୍କ ନିଶା ଛାଡ଼ି ନ ଥାଏ ,ଏପଟେ ସକାଳ ପାହିଲାଣି। ତାଙ୍କ ବାପା ମା ଆସି ପହଞ୍ଚିଲେଣି ବିମାନ ବନ୍ଦରରେ।ତେଣୁ କରି ଏମାନଙ୍କୁ ମଧ୍ୟ ସେଠାରେ କୁ ଯିବାର ଥିଲା। ଶ୍ୟାମ ବାବୁଙ୍କୁ ସେମିତି ଅବସ୍ଥାରେ ହିଁ ତାଙ୍କୁ ଧରି ପହଞ୍ଚିଲେ। ତାନ୍ୟା ଯେତେ ମନା କରୁଥିଲେ ବି ତା କଥା କୁ କେହି ଶୁଣିବା କୁ ରାଜି ନାଇ। ସମସ୍ତେ ବିମାନ ବନ୍ଦରରୁ ସିଧା କୋର୍ଟ କୁ ବାହାରିଲେ ଯେଉଁଠି ସେମାନେ ବିବାହ କରିଥିଲେ , ଦୁହିଁଙ୍କ ଛାଡ ପତ୍ର ପାଇଁ। ଛାଡ଼ ପତ୍ର କଥା ଶୁଣି ତାନ୍ୟା ଶରୀର ସାରା ରକ୍ତ ଖେଳିଗଲା। କେତେ କାକୁତି ମିନତି କଲା ଯେ ଉଭୟ ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି ଆଉ ସେମାନେ ତାଙ୍କରି ଇଚ୍ଛାରେ ବିବାହ କରିଛନ୍ତି। ନା ତାଙ୍କ ବାପା ଶୁଣିଲେ ନା ତାଙ୍କ ମା କିଛି ଶୁଣିଲେ, ନା କିଛି ଜାଣି ପାରୁଛନ୍ତି ଶ୍ୟାମ ବାବୁ।
କେମିତି ଆଉ ଗ୍ରହଣ କରିଥାଆନ୍ତେ ତାଙ୍କ ମାଆ ବାପା ଗୋଟିଏ ଦେହଜୀବୀ ସହ ଉଚ୍ଚ ସମ୍ଭ୍ରାନ୍ତ ଘରର ପୁଅ ସହ ବିବାହାକୁ ଲୋକେ କଣ କହିବେ, ଏ ସମାଜ ରେ ତାଙ୍କ ସ୍ଥାନ କେଉଁଠି ରହିଯିବ। କୋର୍ଟ ରେ ପହଞ୍ଚି ଦୁହିଁଙ୍କୁ ଜଜଙ୍କ ସାମନାରେ ଉପସ୍ଥିତ କରାଇଲେ। ତାନ୍ୟା ଜଜ୍ ଙ୍କୁ ସମସ୍ତ ବିବୃତି ଜଣାଇଲା । ଶ୍ୟାମ ବାବୁଙ୍କ ତ ନିଶା ହିଁ ଛାଡ଼ି ନଥାଏ, ଏପଟେ ବାପା ଙ୍କ ଭୟରେ ସେ ଜଜ ଙ୍କୁ କିଛି କହି ପାରିଲେ ନି। ଜଜ୍ ମଧ୍ୟ ତାଙ୍କରି ବାପାଙ୍କର କଥାରେ ଦୁହିଁଙ୍କ ଛାଡ଼ ପତ୍ର ପାଇଁ ସ୍ବୀକାର କଲେ ଆଉ ତାନ୍ୟାର କ୍ଷତି ପୂରଣ ପାଇଁ ତାକୁ ତାର ଉଚିତ୍ ପାଉଣା ଦେବା ପାଇଁ ଆଦେଶ ଦେଲେ।
ଶ୍ୟାମ ବାବୁ ଏବଂ ତାଙ୍କ ମାଆ ବାପା ବାହୁଡ଼ି ଗଲେ ନିଜ ସ୍ଥାନ କୁ।ତାନ୍ୟାକୁ ତାର ମର ଶରୀରକୁ ନେଇ ଛାଡ଼ି ଆସିଲେ ଚାକର ମାନେ । ତାନ୍ୟା ମରିନି ମରିଛି ଖାଲି ତାର ଆତ୍ମା, ବିଶ୍ୱାସ , ପ୍ରେମ, ଯାହାକୁ ଛାଡ଼ି ଜୀବନର କଳ୍ପନା କରି ପାରୁନି । ଯେଉଁ କାର୍ଯ୍ୟ ସେ କରୁଥିଲା ସେ ଜାଗାରେ ତାକୁ ପୁଣି ଫେରି ଆସିବାକୁ ପଡିଲା। ହେଲେ ସେ ଏଥର ସେ କାର୍ଯ୍ୟ କରିବାକୁ ଆଉ ମନ କଲା ନି। ଉପାୟ ବିହୀନ ହୋଇ ସେ ତା ସାଙ୍ଗ କୁ ଚିର ବିଦାୟ ଦେଇ ସେ ଅନ୍ୟ ଏକ ନୂତନ ଜାଗାକୁ, ନୂତନ ଜୀବନ ଆଶାରେ ଯିବା ପାଇଁ ବାହାରିପଡିଲା।

