ସ୍ମୃତି
ସ୍ମୃତି
କଥାରେ ଅଛି 'ବାହାଘର ବେଳେ ବାଇଗଣ ରୁଆ 'ମୋର ଆଜି ଭୁବେଶ୍ବରରେ ରେ ସକାଳ ୮ଟା ରେ ପରୀକ୍ଷା ଥିଲା ତ ସେଇ ହିସାବରେ ମୁଁ ସକାଳୁ ବାଇକ୍ ଧରି ବାହାରି ପଡ଼ିଲି । ଯାଜପୁର ରୁ ଭୁବନେଶ୍ୱର ମାତ୍ର ଦୁଇ ଘଣ୍ଟା ବାଟ । ତଥାପି ହାତରେ ତିନି ଘଣ୍ଟା ଧରି ବାହାରି ଥିଲି । ଠିକ୍ ଯାଜପୁର ରୋଡ ରେ ଗାଡ଼ିମୋର ଅଟକି ଗଲା ,ନା ନା ଗାଡ଼ି ଖରାପ ହେଇନି ଗତ କାଲିର ନିୟୁଜ୍ ହିସାବରେ ଲଘୁଚାପ ଆକାଶକୁ ଛାଉଣୀ କରିଦେଇଥିଲା । ଆଉ ଯଉ ଝିପି ଝିପି ବର୍ଷା ସେ ବାଇକ୍ କୁ ନୁହେଁ ମୋତେ ଆଗକୁ ଯିବା ପାଇଁ ଦେଲା ନି କାରଣ ମୋ ପାଖରେ ବର୍ଷାତି ନଥିଲା । ଉଦା ସର ସର ହୋଇ ଠିଆ ହୋଇ ପଡିଲି ଗୋଟିଏ ଦୁକାନ୍ ପାଖରେ । ଏତେ ବେଳକୁ ମୋର ସେଇ ଗତକାଲିର ନିୟୂଜ୍ କଥା ମନେ ପଡ଼ିଲା । ବର୍ଷାତି ନ ଆଣିବାରୁ ନିଜକୁ ଧିକ୍ ମନେ କଲି ।କଣ କରାଯିବ ମଣିଷର ଗୋଟେ ଭଲ ଗୁଣ ସେ ଭୁଲ୍ କଲା ପରେ ବି ସେ ତାକୁ ସୁଧାରି ବା ପାଇଁ ଚେଷ୍ଟା କରେ । ମୁଁ ବି ସେଇୟା କଲି କହିଲି ଯାହା ହେଲା ହେଲା ଏମିତି ଝିପି ଝିପି ବର୍ଷାରେ ପଳାଇଯିବି ଆଗ ଆଡେ କାଳେ ବର୍ଷା ନଥିବ । ପୁଣି ଗାଡ଼ି ଷ୍ଟାର୍ଟ କଲି ଆଉ ଆଗକୁ ମାଡି ଚାଲିଲି ସତୁରୀ ଅଶି ସତୁରୀ ଆଶି ଗତିରେ ପହଞ୍ଚିଲି ପାଣିକୋଇଲି ଓଭର୍ ବ୍ରିଜ ତଳେ । ଶରୀର ଶୀତରେ କମ୍ପୁଥାଏ ଏପଟେ ପ୍ୟାଣ୍ଟ୍ ଆଉ ସାର୍ଟ ଉଦା, ସତେ ଯେମିତି ପୋଖରୀ ଭିତରୁ ଏବେ ଏବେ ବଡ଼ ମାରି ବାହାରି ପଡ଼ିଛି। ସାର୍ଟ ଟାକୁ ଖୋଲି ପ୍ରଥମେ ଚିପୁଡି ପକାଇଲି ଆଉ ଗାଡ଼ି ଉପରେ ବସି ପଡ଼ିଲି। ତଥାପି ଥଣ୍ଡାରେ ଶରୀର କମ୍ପୁ ଥାଏ, ଠିକ୍ ଏତିକି ବେଳେ ମୋର ବାମ ପକେଟରେ ହାତ ମାରିଲା ବେଳକୁ ମୋର ଆଡମିଡ କାର୍ଡ ଉଦା ହୋଇ ନଷ୍ଟ ହୋଇଯାଇଥିଲା। ଏତେ ସକାଳୁ ଦୁକାନ ବଜାର ବି ବନ୍ଦ ଅଛି କଣ କରିବି ? ଏପଟେ ପାଖରେ ବର୍ଷାତି ବି ନାହିଁ ଯିବି କେମିତି? ଲଘଚାପଜନିତ ବର୍ଷା ବି ଛାଡିବାର ନା ନେଉ ନାହିଁ। ଶେଷରେ ସେଇ ବ୍ରିଜ ତଳେ ମୋର ଦୁଇ ଘଣ୍ଟା ବିତିଗଲା ଆଉ ଗୋଟାଏ ଘଣ୍ଟାରେ ତ ଭୁବନେଶ୍ୱର ପହଞ୍ଚିବା ଅସମ୍ଭବ। ମନ ମୋର ଭାଙ୍ଗିଗଲା ସେଇଠି ଭାବିଲି ଏଇ ପରୀକ୍ଷା ସିନା ଦେଇ ପାରିଲି ନାହିଁ, ଆଉଥରେ ଜଉଟା ଦେବି ସେଥିପାଇଁ ଆଉ ଭଲକି ତାୟାରି କରି ଯିବି । ମଣିଷ ଘରୁ ବାହାରିଲେ ଯେ କୌଣସି କାମ ପାଇଁ ହଉନା କାହିଁକି ଆଉ ଯଦି ସେ କାମ ନ ହେଲେ ସେ କେବେ ଜଲଦି ଘରକୁ ଫେରି ଆସେନା। ମୁଁ ଯୁବକ ମାନଙ୍କ କଥା କହୁଛି , ନା କି ବିବାହିତ ପୁରୁଷଙ୍କ କଥା । ଆପଣମାନେ ତ ଜାଣିଥିବେ ଅବିବାହିତ ଯୁବକ ବା ଯୁବତୀ ଅପେକ୍ଷା ବିବାହିତ ମହିଳା ଓ ପୁରୁଷଙ୍କୁ ଅଧିକ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥାଏ ଘରେ ।ତେଣୁ ମୁଁ ଭାବିଲି ଏଇ ବର୍ଷାରେ କଣ କରାଯାଇ ପାରିବ ଦୁଇ ତିନି ଘଣ୍ଟା। ପକେଟରୁ ମୋବାଇଲ କାଢ଼ିଲି ଆଉ ଦେଖିଲି ପାଖରେ କଉ ସିନେମା ହଲ୍ ଅଛି ଆଉ କେତେ ବେଳେ ଅଛି । ଦିନ ବାରଟା ପରେ ଯାଇକି ସୋ ଚାଲିବ ଦେଖି ମନ ଆଉ ଖରାପ ହେଲା । ଆଉ କିଛି ସମୟ ବସିବା ପରେ ଭାବିଲି ଯେ ବର୍ଷାରେ ବାଇକ୍ ରେ ବୁଲିଲେ କେମିତି ହୁଅନ୍ତା,ଏହାର ବି ମଜା ଉଠାଇବା କଥା ଭାବି । ସେଇଠୁ ଭଦ୍ରକ ଲାଇନ୍ ରେ ଲକ୍ଷ୍ୟ ବିହୀନ ଭାବରେ ରାଜ ରାସ୍ତା ରେ ଯିବି ଆଉ ଫେରି ଆସିବି ଠିକ୍ ଦିନ ବାରଟାରେ ଯେଉଁଠି ପହଞ୍ଚିବି ସେଇଠୁ ଗାଡ଼ି ବୁଲେଇ ଫେରି ଆସିବି। ସେଇଠି ଦହିବରା ଖାଇ ବାହାରି ପଡିଲି, ପ୍ରଥମେ ବର୍ଷାତି କିଣି ପକାଇଲି । ସେତେବଳକୁ ଠିକ୍ ନଅଟା ବାଜି ଥାଏ,ବର୍ଷାତି ପିନ୍ଧି ପକାଇଲି ଏବଂ ଏଇରଫୋନ୍ କାନରେ ପୁରାଇ ବାହାରି ପଡିଲି। ଗାଡ଼ି ମୋର ୫୦/୬୦ ରେ ଗଢିଥାଏ ଏପଟେ ଝିପଝିପି ବର୍ଷା ସହିତ ଚାରିଆଡ କଳା ମେଘ ଆକାଶରେ ଆବରଣ ହୋଇଥାଏ। ରାସ୍ତାର ଦୁଇପଟ ଧାନ କ୍ଷେତରେ ଭରପୂର ଆଉ ସେଇ ଧାନ କ୍ଷେତ ମାନଙ୍କରେ ବର୍ଷାପାଣି ଭରି ରହିଛି। ଦେହ ଶୀତରେ ଥରୁ ଥାଏ ତଥାପି ମୁଁ ଆଗକୁ ମାଡି ଚାଲିଲି ପାଖାପାଖି ଗୋଟେ ଘଣ୍ଟା ଗାଡ଼ି ଚଲେଇ ବା ପରେ ମୋତେ ଆଉ ଆଗଭଳି ଶୀତ ଏତେ ଲାଗିଲାନି। ସେଇ ବେଗରେ ହିଁ ମୁଁ ଯାଉଥାଏ ହଠାତ୍ ରାସ୍ତା ମଝିରେ ଥିବା ବାରିକଡ ଉପରେ ନଜର ପଳେଇଲା । ଠିକ୍ ବାରିକଡ୍ ପାର କରିଛି ଦୁଇ ସେକେଣ୍ଡ ପାଇଁ ମୋର ନଜର ସେଇ ଶବ ଉପରେ ପଡ଼ିଲା। ବରଷା ପାଣିରେ ଧୋଇ ହୋଇ ଥିବା ସେ ଛିନ୍ନ ଭିନ୍ନ ମାଂସ , ବିଛୁରିତ ହୋଇ ପଡ଼ିଛି ସେ ଅନ୍ତବୁଜୁଳା, ଗୋଡ଼ ଦିଇଟା ନଉଟି ପଡ଼ିଛି, ସେଇ ଗୋଡ଼ ଦିଟା କୁ ଦେଖି ଜାଣିପାରିଲି ଯେ ସେଟା ଗୋଟିଏ ମଣିଷ ଥିଲା , ସେଠାରେ ରକ୍ତର ଚିହ୍ନ ବର୍ଣ୍ଣ ନାହିଁ ସେ ସବୁ ବରଷା ପାଣି ଧୋଇ ଦେଇଛି।ସତେ ଯେମିତି ଗୋଟେ କୁକୁରକୁ ଯେମିତି ଭାବରେ ଚପେଇ ଯାଇଥାନ୍ତି ସେଇଭଳି ଏହି ଲୋକକୁ କିଏ ଚକା ତଳେ ଚାପି ଦେଇ ପଳେଇ ଯାଇଛି। ବଡ ବିଚିତ୍ର ଲାଗିଲା ଯେତେବେଳେ ସେଇ ଶବ କୁ ଛାଡ଼ି କିଛି ଦୂରରେ ଥିବା ଦୁଇଟି ଭ୍ୟାନ କୁ ଦେଖି । ସେଥିରୁ ଗୋଟିଏ ଥିଲା ଆମ୍ବୁଲାନ୍ସ ଆଉ ଅନ୍ୟଟି ଥିଲା ପୋଲିସ ଭ୍ୟାନ।ସେମାନେ ସମସ୍ତେ ଗାଡ଼ି ଭିତରେ ବସି ସେଇ ଶବ କୁ ଜଗିଛନ୍ତି । ସେଇ ଶବକୁ କପଡ଼ାରେ ନ ଘୋଡାଇ ସେମିତି ଖୋଲା ଛାଡିଛନ୍ତି। ଏମିତି ଖୋଲାରେ ଛିନ୍ନ ବିଛିନ୍ନ ହୋଇପଡ଼ିଥିବା ଶବ କୁ ଦେଖି ମୋତେ କିଛି ସମୟ ପାଇଁ ନିଜକୁ ବି ବହୁତ ଖରାପ ଲାଗିଲା । ଇଛା ହଉଥିଲା କିଛି କପଡ଼ା ରେ ଘୋଡାଇ ଦେବାପାଇଁ ହେଲେ କଣ କଣ କରିପାରିଥାନ୍ତି କିଛି ପାଖରେ ନାହିଁ। ଗାଡ଼ିକୁ ନ ଅଟକାଇ ସିଧା ଆଗକୁ ମାଡି ଚାଲିଲି , ତଥାପି ସେଇ ଚିତ୍ର ଆଖିରୁ ଅପସରି ଯାଉ ନ ଥାଏ , ବାରମ୍ବାର ସେଇ ଚିତ୍ର ଆଖି ସାମନାକୁ ପଳେଇ ଆସି ଥାଏ। ରାଜରାସ୍ତାରେ ଏ ସବୁ ନିୟମିତ ଘଟଣା ବୋଧେ, ସେଇ ବେଗରେ ଠିକ୍ ବାଲେଶ୍ୱର ପାଖାପାଖି ହେବା ପରେଦେଖିଲି ଯେ ରାସ୍ତା କଡ଼ରେ ଗୋଟିଏ ବାଛୁରୀ ଟା ପଡ଼ିଛି ଦୁଇ ତିନିଟା କୁକୁର ତାର ମାଂସ ଖାଇବାରେ ଲାଗି ପଡିଛନ୍ତି।ଆଉ ଏଇ ବରଷା ରେ ତିନ୍ତି ତିନ୍ତି କିଏ ଏଗୁଡ଼ିକ ସଫା କରିବ। ଠିକ୍ ସୋର ପହଞ୍ଚି କିଛି ଖାଇବାକୁ ମନ ହଉଥିଲା କିନ୍ତୁ ସେଇ ଚିତ୍ର ମନରେ ତାଜା ଥିବାରୁ ଆଉ ଖାଇ ହେଲାନି ସେମିତି ଆଗକୁ ମାଡି ଚାଲିଲି। ଠିକ୍ ୧୨ଟା ବେଳକୁ ପହଞ୍ଚିଲି ଜଳେଶ୍ଵର ଛକରେ। ସେଇଠୁ ଗାଡ଼ି ବୁଲାଇ ପାଣିକୋଇଲି ଅଭିମୁଖେ ଯାତ୍ରା ଆରମ୍ଭ କଲି । ଆଉ ଠିକ୍ ଚାରିଟା ବେଳକୁ ଘରେ ଆସି ପହଞ୍ଚିଲି। ପହଞ୍ଚିବା ପରେ ପ୍ରଥମେ ଗାଧୋଇ ପଡିଲି ତାପରେ ଭାତ ଦିଟା ଜବରଦସ୍ତ ଖାଇ ଦେଲି। ମାଆ ମୋର କୁଆଡେ ବାହାରକୁ ଯାଇ ଥିଲେ ମୋତେ ଯେମିତି ଦେଖିଦେଲେ ଖାଲି ଗାଳି କଲେ ଯେ ଅଧ ଘଣ୍ଟା ପାଠ ପଢେଇଲେ, ଏଇ ଯେମିତି କି "ମୁଁ ତୋତେ ଗତ କାଲି ରୁ ଯିବା ପାଇଁ କହୁଥିଲି '' ଆଉ ତୁ..... ବ୍ଲା...... ବ୍ଳା..... ବ୍ଲା.... ।ଶେଷରେ ଗୋଟେ ନିଷ୍ପତ୍ତି ନେଲେ ଯେ ଏଥର 'ନଈ ନ ଦେଖଣୁ ଲଙ୍ଗଳା ହେବାକୁ ପଡିବ' ।ଓଃ ସେ ଚିତ୍ର ଏବେବି.......!
