writer boy

Romance Classics Others

4.1  

writer boy

Romance Classics Others

ତା ସହ ପ୍ରଥମ ଟ୍ରେନ ଯାତ୍ରା

ତା ସହ ପ୍ରଥମ ଟ୍ରେନ ଯାତ୍ରା

4 mins
283



          ଏମିତି ନୁହେଁ କି ମୁଁ ଶ୍ରୀ ମନ୍ଦିର ଯାଇନି କିନ୍ତୁ, ତାଙ୍କ ସହ ଆଜି ପ୍ରଥମ କରି ଯାଉଥାଏ। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ସରି ଆଜି ଛୁଟି ପଡ଼ିଗଲା ଏତେ ବଡ଼ ଛୁଟି ରେ ବସି ବସି କଣ କରିବି ଭାବୁ ଭାବୁ ମନ କୁ ଆସିଲା ପୁରୀ ଯାଇ ଜଗନ୍ନାଥ ଦର୍ଶନ କରି ଆସିବା। ମୋର ପୁରୀ ଯିବା କଥା ସେ କେମିତି ଜାଣିଲା କେଜାଣି? ମୋ ସହ ଯିବା କୁ ଜିଦ୍ କରି ବସିଲା। ଯେତେ ବୁଝାଇଲେ ବି ମାନିବାକୁ ନାରାଜ ଶେଷରେ ମୁଁ ରାଜି ହେଇଗଲି କିନ୍ତୁ ଗୋଟେ ସର୍ତ୍ତରେ କି ସେ ତା ଘର ଲୋକ ଙ୍କୁ ମନେଇବ। ଆଉ କଣ ବି କରିଥାନ୍ତି? ତାକୁ ଏବେ ନ ନେଇକି ଗଲେ ଆସିଲା ପରେ ମୋର ଶନିଦଶା। ତା ପରେ ବାଧ୍ୟ ହେଇ ଆଉ ଗୋଟେ ରିଜର୍ଭେସନ ଟିକେଟ ଟେ କରିଲି।

           ଜାଣିଛନ୍ତି ଝିଅ ମାନଙ୍କୁ କେବେ କମ୍ ଭାବିବେନି ତାଙ୍କ ମସ୍ତିଷ୍କରେ କେତେବେଳେ କଉ ଖୁରଫାତୀ ଆଇଡ଼ିଆ ବାହାରିବ ତାହା ଭଗବାନ ଙ୍କୁ ବି ଜଣା ନାହିଁ। ଯାହା ହଉ ସେ ଶେଷରେ ତାଙ୍କ ପରିବାର କୁ କେମିତି ହଉ ମନେଇନେଲା। ତା ପରଦିନ ମୁଁ ଘରେ ଜଗା( ମୋ ଛୋଟ ବେଳର ସାଙ୍ଗ) ସହ ପୁରୀ ଯାଉଛି କହି ମୁଁ ଘରୁ ଷ୍ଟେସନ କୁ ବାହାରିଲି। ମୁଁ ତାକୁ ଷ୍ଟେସନରେ ଦେଖା କରିବାକୁ କହିଥିଲି ସେଠୁ ଆମେ ସାଥୀ ହେଇ ପୁରୀ ପାଇଁ ଯାଇଥାନ୍ତୁୂ। କିନ୍ତୁ, ଏ ଯାଏଁ ଟ୍ରେନ ଟାଇମ୍ ହେଲାଣି ତାର ଦେଖା ନାହିଁ ମୁଁ ପ୍ଲାଟଫର୍ମ ର ଏପଟ ରୁ ସେପଟ ଯାଏଁ ଆଖି ବୁଲାଉ ଥାଏ ସେ ଆସିଲା କି? କିନ୍ତୁ ତାର ନା ଗନ୍ଧ ହିଁ ନଥାଏ। ତା ପରେ ଏନାଉନ୍ସ ହେଲା ଟ୍ରେନ ଆଉ କିଛି ସମୟ ମଧ୍ୟରେ ଦୁଇ ନୋଂ ପ୍ଲାଟଫର୍ମ ରେ ଆସିବ। ମୁଁ ଆଉ ଟିକେ ବ୍ୟସ୍ତ ହେଇଗଲି ଇଏ ଆଜି ନିଜେ ତ ଟ୍ରେନ ମିସ୍ କରିବ ମତେ ବି ମିସ୍ କରେଇବ।

          ସେ ଆଜି ଖାଲି ଆସୁ ମୋ ରାଗ ଦେଖିବ ଏମିତି ଭାବୁ ସେ ସେପଟୁ ଆସିଲା ମୋର ପସନ୍ଦ ର ପିଙ୍କ ଡ୍ରେସ୍ ପିନ୍ଧି ସତରେ ବହୁତ ସୁନ୍ଦର ଦିଶୁଥିଲା। ମୋ ପାଖକୁ ଆସି ଦି କାନ ଧରି କହିଲା,“ସୋରି ଲେଟ୍ ହେଇଗଲା, ଏ ଅଂଶୁ ଡାକି ଡାକି ଏବେ ଉଠିଲା.. ମୁଁ ତାକୁ ସେମିତି ଅନେଇଥାଏ। ମୋ ଅନେଇବା ଦେଖି କଣ ଏମିତି ଅନଉଚ ମ.. ମତେ ଆଗରୁ ଦେଖିନ ଯେମିତି।ମୁଁ କହିଲି ,“ନା ଦେଖିନି ତୁମେ ନା ଆଜି ବହୁତ ସୁନ୍ଦର ଦିଶୁଚ” ମୋ କଥା ଶୁଣି ସେ ଟିକେ ଲାଜେଇ ଯାଇ କହିଲା,“ହଉ ଥାଉ ସେତିକି ମଖନ ଲଗାଉ ମୁଁ ତୁମକୁ ଠିକ୍ ସେ ଜାଣିଚି।”ଆଉ ତା ପରେ ଆମ ଟ୍ରେନ ଆସିଗଲା ଆମର ରିଜର୍ଭେସନ ଥିଲା ତ ସିଟ୍ ପାଇଁ ଚିନ୍ତା ନଥିଲା। ତା ପରେ ଆମେ ଆମ ରିଜର୍ଭେସନ ସିଟ୍ ରେ ଯାଇ ବସିଗଲୁ କିଛି ସମୟ ପରେ ଟ୍ରେନ ବାଲେଶ୍ଵର ଷ୍ଟେସନ ଛାଡ଼ିଲା।

       ଆମର ଦିଟା ସିଟ୍ ରୁ ଗୋଟେ ଉଇଣ୍ଡୋ ପାଖ ସିଟ୍ ଥିଲା। ଆମ ସିଟ୍ ଟା ତିନି ଜଣିଆ ସିଟ୍ ଥିଲା ଗୋଟେ ପୁଅ ଟେ ଆମ ପାଖ ସିଟ୍ ରେ ବସିଥାଏ ସେଥି ପାଇଁ ମୁଁ ତାକୁ ଝରକା ପାଖ ସିଟ୍ ରେ ବସିବାକୁ କହି ତା ପାଖରେ ବସି ପଡିଲି। ସେ ଝରକା ବାହାର ସବୁ ଦୃଶ୍ୟ ଦେଖି ବହୁତ ଖୁସି ହଉଥାଏ ଆଉ ମୁଁ ତାକୁ ଦେଖି। ଏମିତି କଥାବାର୍ତ୍ତା ହେଉ ହେଉ କେତେବେଳେ ଘଣ୍ଟେ ବିତିଗଲା ଜଣା ପଡିଲାନି। ଟ୍ରେନ ପହଞ୍ଚିଲା କଟକ ଷ୍ଟେସନ ରେ ସେତେବେଳକୁ ମୋ ପେଟ ଭୋକ ରେ କଁ କଁ କଲାଣି ମମି ସକାଳୁ ଟିଫିନ୍ କରିଦେଇ ଯିବା ପାଇଁ କହିଥିଲେ ଆଉ ମୁଁ ବ୍ୟସ୍ତ ରେ ନଖାଇ ପଳେଇ ଆସିଲି।ମୁଁ ଟିକେ ବାହାରକୁ ଖାଇବା ଆଣିବା ପାଇଁ ଯିବା ବେଳ କୁ ସେ ମୋ ହାତ ଧରି ନେଇ ପଚାରିଲା,“କୁଆଡେ ଯାଉଚ? ଟ୍ରେନ ଆଉ ଟିକେ ପରେ ଛାଡି ଦବ।” ଆରେ ମତେ ଭୋକ କଲାଣି ତମେ ବସିଥାଉ ମୁଁ ସାଙ୍ଗେ ସାଙ୍ଗେ ଯାଇକି ବିସ୍କୁଟ ପ୍ୟାକେଟ ଟେ ନେଇ ଆସୁଛି। ସେ ମୋତେ ଚାହିଁ କହିଲା,“ତୁମେ ଆଜି ସକାଳୁ ବ୍ରେକ ଫାଷ୍ଟ କରିନ ନା,ଆଉ ମତେ କହିବି ପାରୁନ ତୁମକୁ ଭୋକ କଲାଣି ବୋଲି.. ହଉ ମୋ ବେଗ୍ ଟା ଉପରୁ କାଢିଦିଅ।”ମୁଁ ତା ବେଗ କାଢ଼ିଦେଲି ସେ ତା ଭିତରୁ ଗୋଟେ ପିଙ୍କ ଟିଫିନ୍ ଟେ କାଢି ମୋ ହାତ କୁ ବଢେଇ ଦେଲା। ମତେ ଏତେ ଭୋକ କରିଥିଲା ଯେ ମୁଁ ଟିଫିନ୍ କାଢି ଖାଇବାକୁ ଲାଗିଗଲି ତାକୁ ଖାଇବା ପାଇଁ ପଚାରିବାକୁ ଭୁଲି ଯାଇଥିଲି। ସତ କଥା ଟା ହଉଚି ତା ହାତ ପରଟା ମୋର ବହୁତ ପ୍ରିୟ ମୁଁ ସେଥି ପାଇଁ ଡେଲି ସ୍କୁଲ୍ କୁ ବ୍ରେକ ଫାଷ୍ଟ ନ କରିକି ଯାଏ ଖାଲି ତା ହାତ ରନ୍ଧା ପରଟା ଖାଇବା ପାଇଁ। ତା ପରେ ମୁଁ ଦୁଇଟା ପରଟା ଖାଇ ଆଉ ଦିଟା ପରଟା ତା ପାଇଁ ରଖି ଦେଇ ତାକୁ ଟିଫିନ୍ ବଢେଇ ଦେଲି। ଆଉ ଦିଟା ପରଟା ଟିଫିନ୍ ରେ ଦେଖି କଣ ହେଲା ଦିଟା ଛାଡ଼ି ଦେଲ ଯେ ପରଟା ଭଲ ଲାଗିଲାନି କି? ଆଜି ଟିକେ ଜଲ୍ଦୀ ରେ କରି ଆଣିଚି। ତା ବ୍ୟସ୍ତ ହବା ଦେଖି ମୁଁ କହିଲି,“ଆରେ ସେମିତି କିଛି ନୁହେଁ ପରଟା ଭଲ ହେଇଚି, ସେ ଦିଟା ପରଟା ମୁଁ ତୁମ ପାଇଁ ଛାଡିଚି।” ତା ପରେ ସେ ଖାଇଛି କହି ଟିଫିନ୍ ଟାକୁ ବେଗ ରେ ରଖିଦେଇ ବେଗ ଟା ମୋ ହାତ କୁ ବଢେଇ ଦେଲା ମୁଁ ବେଗ ତାକୁ ଉପରେ ରଖି ଦେଇ ତା ପାଖରେ ବସିଗଲି। ସେ ମୋ କାନ୍ଧ ରେ ମଥା ରଖି ଶୋଇଗଲା।ଆଉ ତା ଚୁଟି ପବନ ରେ ଉଡି ଆସି ମୋ ମୁହଁ ରେ ବାଜୁ ଥାଏ। ତା ଚୁଟି ର ସୁଗନ୍ଧ ମତେ ମତୁଆଲା କରିଦଉ ଥାଏ। ଏମିତି ରେ କେତେବେଳେ ଆଖି ଲାଗି ଯାଇଛି ଜଣାନାହିଁ। 

       ବାଦାମ ବାଲା ର ଡାକ ରେ ମୋ ନିଦ ଭାଙ୍ଗିଗଲା। ସେ ସେମିତି ମୋ କାନ୍ଧ ରେ ମୁଣ୍ଡ ଦେଇ ଶୋଇଥାଏ। ସତରେ ସେ ଶୋଇଲା ବେଳେ ବି ବହୁତ ସୁନ୍ଦର ଦିଶୁଥାଏ। ତାର ସୁନେଲି ଚୁଟି ଗୁଡାକ ପବନ ରେ ଉଡି ତାକୁ ଉଠେଇବା ର ପ୍ରୟାସ କରୁଥାନ୍ତି। ଡାହାଣ ହାତରେ ସେମାନଙ୍କୁ ଟିକେ ସଜାଡି ଦେଲି। ମୋ ପ୍ରିୟା କୁ ଆଉ ଟିକେ ସେମିତି ଦେଖିବା ପାଇଁ ଚାହୁଁଥିଲି ତାର ସେ ନିରୀହ ମୁହଁ, ଗୋଲାପ କଢ଼ି ପରି ଓଠ, ତା ନାକ ଆଗରେ ରାଗ..

        କିଛି ସମୟ ପରେ ଲୋକ ଙ୍କ କୋଳହୋଳ ରେ ତା ନିଦ ଭାଙ୍ଗି ଗଲା। ସେ ହାଇ ମାରୁ କହିଲା ଟ୍ରେନ କୋଉଠି ପହଞ୍ଚିଲା। ମୁଁ କହିଲି ପୁରୀ ପହଞ୍ଚିଲାଣି ଜଗନ୍ନାଥ ଆପଣଙ୍କ ଦର୍ଶନ କରିବାକୁ ଅପେକ୍ଷା କରୁଛନ୍ତି। ସେ ମୋ କଥା ଶୁଣି ତା କହୁଣି ରେ ମତେ ଠେଲି ଦେଇ ଅଭିମାନ କଲା ପରି  କହିଲା.“ ତମେ ମତେ କାହିଁକି ଉଠେଇଲନି?ମୁଁ ଟିକେ ରୋମାଣ୍ଟିକ ହେଇ କହିଲି,“ ତୁମେ ନା ଶୋଇଲା ବେଳେ ବହୁତ ସୁନ୍ଦର ଲାଗୁଥିଲ ଉଠେଇ ବାକୁ ଇଚ୍ଛା ହଉ ନଥିଲା।

             ସେ ମୋ କଥା ଶୁଣି ଲାଜେଇ ଯାଇ କହିଲା,  “ ହଉ ଚାଲ ନ ହେଲେ ଜଗାର ଦର୍ଶନ ମିଳିବନି ଆସିବା ବେକାର ହେଇ ଯିବ। ଆଉ ତା ପରେ ସେଦିନ ଆମେ ଭଲ ରେ ଜଗନ୍ନାଥ ଦର୍ଶନ କରି ବେଳାଭୂମି ରେ କିଛି ସମୟ ବିତାୟି ରାତି ଗାଡ଼ି ରେ ଫେରି ଆସିଲୁ। ମୁଁ ଜଗାକୁ ଖାଲି କହିଥିଲି ଆମେ ଆଉ ତିରିଶ ବର୍ଷ ପରେ ଯେମିତି ସାଥୀରେ ତତେ ଦର୍ଶନ କରିବା କୁ ଆସିବୁ।

        ଆଉ ଜଗା ବୋଧେ ସେଦିନ ମୋ ପ୍ରାଥନା ଶୁଣି ଦେଲା ନା କଣ ? ସେଥି ପାଇଁ ଆଜି ତିରିଶ ବର୍ଷ ପରେ ମୁଁ ଆଉ ସେ ଆମ ପୁଅ ରିକି ଆମେ ସମସ୍ତେ ମିଶି ପୁଣି ଥରେ ଜଗା ଦର୍ଶନ କରିବାକୁ ଯାଉଚୁ...।


Rate this content
Log in

Similar oriya story from Romance