ବିଲୁପ୍ତ ଘରଚଟିଆର କିଚିରି ମିଚିରି
ବିଲୁପ୍ତ ଘରଚଟିଆର କିଚିରି ମିଚିରି
ଦିନ ଥିଲା ଘରଚଟିଆର କିଚିରି ମିଚିରି ଶବ୍ଦରେ ଘର ଅଗଣା ଭରି ଉଠୁଥିଲା। ଆଉ ଆଜିର ଗାଡ଼ି ମଟରର କର୍କଶ ସ୍ଵର ଭିତରେ ସତେ ହଜିଯାଇଛି ଘରଚଟିଆ ଆଉ ତାର କିଚିରି ମିଚିରି ସ୍ଵର। ମଣିଷ ଯେ ଅଦ୍ଭୁତ ଚିଜ ପାଇବା ଆଶାରେ କେତେ ଅମୂଲ୍ୟ ଜିନିଷ ହଜେଇ ଦେଉଚି ତାର ଉଦାହରଣ ଡାଇନୋସର ଠାରୁ ଆରମ୍ଭ କରି ବିଲୁପ୍ତର ଶିଖରରେ ଠିଆ ହେଇଥିବା ଜୀବ ଜନ୍ତୁଙ୍କୁ ନେଇପାର। ସେ ଦିନ ବି ଦୂର ନୁହେଁ ଯେଉଁ ଦିନ ଘରଚଟିଆ ଖାଲି ବହିର ଏକ ବିଷୟ ହେଇ ରହିଯିବ।
ଆମକୁ ଏ ହକ୍ କିଏ ଦେଲା ଯେ ଆମେ ଆମ ଆଗାମୀ ପୀଢି ଠାରୁ ସେ ସବୁ ଛଡାଇ ନବୁ ଯାହାକୁ ଆମ ପୂର୍ବ ପୀଢ଼ି ଆମକୁ ସମ୍ପି ଯାଇଥିଲେ।ଆଜିର ସମୟରେ ଶିଶୁ ମାନଙ୍କୁ ପ୍ରକୃତି ସହ ପରିଚୟ କରାଇବା ବଦଳରେ ତାଙ୍କ ହାତରେ ଧରାଇ ଦେଉଚୁ ଫାଳିଆ ମୋବାଇଲ ଫୋନ।
ଏଇ କିଛି ଦିନ ତଳର କଥା ବହୁତ ଦିନ ପରେ ମୁଁ ଫେସବୁକ୍ ଖୋଲି ଦେଖୁଥାଏ। ମୋ ପାଖାକୁ ଶ୍ୱେତାଲିନ୍ କର୍ ନାମରେ ଜଣକର ଫ୍ରେଣ୍ଡ୍ ରିକୁଏଷ୍ଟ୍ ଆସିଲା । ମୁଁ କିଏ ବୋଲି ଭାବି ଆସେପ୍ଟ୍ କରିଦେଲି। କିଛି ସମୟ ପରେ ସେପଟୁ ‘ହାଇ’ ମ୍ୟାସେଜଟେ ଆସିଲା। ମୁଁ ତାର ରିପ୍ଲାଏ ମଧ୍ୟ କଲି । ଏମିତି ଆମେ କିଛି ସମୟ କଥା ହେଲୁ । ଆଉ କଥାରୁ ମୁଁ ଯାହା ଜାଣିବାକୁ ପାଇଲି ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ନ ହେଇ ରହିପାରିବେ ନାହିଁ। ମୁଁ ତାକୁ ତାର ବୟସ ପଚାରିଲି । ତାର ଉତ୍ତର ମତେ ଚମକେଇ ଦେଲା। ସେ ତାର ବୟସ ପାଞ୍ଚ ବର୍ଷ ବୋଲି କହିଲା ମତେ ପ୍ରଥମେ ବିଶ୍ୱାସ ହେଲାନି କିନ୍ତୁ ତା ଫେସବୁକ୍ ପ୍ରୋଫାଇଲରେ ଫୋଟ ଦେଖିବା ପରେ ମତେ ବିଶ୍ୱାସ ହେଲା।
ମାତ୍ର ପାଞ୍ଚ ବର୍ଷର ଛୁଆ! ଯିଏ ନିଜେ ବାଥରୁମ ଯିବାକୁ ଅସମର୍ଥ କିନ୍ତୁ ତା ହାତରେ ବାପା ମା ଫୋନଟେ ଦେଇ ନିଶ୍ଚିନ୍ତ ହେଇ ଯାଉଛନ୍ତି।ଆଜିର ସମାଜ ବୃକ୍ଷ ରୋପଣ ସ୍ଥାନରେ ନୂଆ ଟେକ୍ନୋଲୋଜିର ବିକାଶ କରିବାରେ ଲାଗି ପଡ଼ିଛି। ଆଉ ଆଜିର ଯୁବ ପୀଢି ହୁଏତ ବିନା ଖାଦ୍ୟରେ ଦିନଟିଏ ରହିଯିବେ। କିନ୍ତୁ ମୋବାଇଲ ବିନା ଘଣ୍ଟା ଟିଏ ରହିବା ଅସମ୍ଭବ।
ଏ ସମାଜକୁ ବେଳ ଥାଉ ଥାଉ ଏହା ବୁଝିଯିବ ଉଚିତ୍ ଯେ ଟେକ୍ନୋଲୋଜିର ଉପଯୋଗ ପ୍ରକୃତିର ଭଲ ପାଇଁ ହେବା ଉଚିତ୍ ତାର ବିନାଶ ପାଇଁ ନୁହେଁ। ତୁମେ ଯେତେ ବି ଟେକ୍ନୋଲୋଜିର ଉନ୍ନତି କରି ନିଆନା କାହିଁକି ପ୍ରକୃତିର ଜୀବନ ବାୟୁ, ଖାଦ୍ୟ, ଜଳ ବିନା ଦିନଟିଏ ବଞ୍ଚିବା ଅସମ୍ଭବ।
ଯେଉଁ ସୂର୍ଯ୍ୟ କିରଣ ପ୍ରକୃତି ପାଇଁ ଜୀବନର ବରଦାନ ଦେଇଥାଏ ତାକୁ ଆଜି ମଣିଷ ‘ଗ୍ଲୋବାଲ ୱାର୍ମିଂ’ ବନେଇ ପ୍ରକୃତି ପାଇଁ ଅଭିଶାପଟେ କରିଦେଇଛି। ଯେତେ ବେଳେ ବି ମଣିଷ ପ୍ରକୃତି ସହ ଛେଡଖାନି କରିଛି ପ୍ରକୃତି ତାର ବିକଟାଳ ରୂପରେ ମଣିଷକୁ ଚେତେଇ ଦେଇଛି ଯେ ପ୍ରକୃତି ସହ ଛେଡଖାନିର ପରିଣାମ କେତେ ଭୟଙ୍କର ।
ଶେଷରେ ଏତିକି କହିବି,“ଆଜିର କୋରୋନା କୌଣସି ରୋଗ ନୁହେଁ ଇଏ ପ୍ରକୃତିର କୋପର ପରିଣାମ ଆଉ ମଣିଷ ସମାଜ ପାଇଁ ଶେଷ ସତର୍କ ଘଣ୍ଟି।”