STORYMIRROR

writer boy

Romance

3  

writer boy

Romance

ମୋ ଡ୍ରଇଂ ଦିଦି:ଏକ ପ୍ରେମ କଥା

ମୋ ଡ୍ରଇଂ ଦିଦି:ଏକ ପ୍ରେମ କଥା

3 mins
190


ମୁଁ ଆମ ଘର ପାଖ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁ ଥାଏ । ମୋର ସବୁ ବିଷୟ ଭଲ ହୁଏ ହେଲେ ଚିତ୍ରାଙ୍କନ ଆଦୌ ହୁଏ ନାହିଁ । ସେମିତି ଆମ ସ୍କଲରେ ଚିତ୍ରାଙ୍କନ ଶିଖେଇବା ପାଇଁ କେହି ଦିଦି ବି ନଥାନ୍ତି । ମୁଁ ସ୍କୁଲରେ ଭଲ ପଡୁଥିବାରୁ ସବୁ ଦିଦି ଓ ସାରମାନେ ମତେ ଭଲ ପାଆନ୍ତି । ଦିନେ ଆମେ କ୍ଲାସରେ ବସି ପଢୁଥାଉ ନମିତା ଦିଦି ଆଊ ଜଣେ ମହିଳାଙ୍କ ସହ କ୍ଲାସ୍ ଭିତରକୁ ପଶିଆସିଲେ । ସେ ଆମକୁ ତାଙ୍କ ସହ (ମହିଳା) ପରିଚୟ କରାଇଦେଲେ । ତାଙ୍କର ନାମ ଗୀତାଞ୍ଜଳି ସେ ଆଜିଠୁ ଆମର ଡ୍ରଇଂ କ୍ଲାସ୍ ନେବେ । ମୁଁ ସେତେ ପର୍ଯ୍ୟନ୍ତ ଗଣିତର ଗୋଟେ problem solve କରୁଥିଲି । 

   ମୁଁ ସ୍କୁଲରେ ଅଧିକାଂଶ ସମୟ ପଛ ବେଞ୍ଚରେ ବସେ । ତା ପରେ ନମିତା ଦିଦି ଡ୍ରଇଂ ଦିଦିଙ୍କୁ କ୍ଲାସରେ ଛାଡି ଦେଇ ଅଫିସ୍ ଆଡ଼କୁ ଚାଲିଗଲେ । ତାପରେ ଦିଦି ନିଜର ପରିଚୟ ଦେଲେ ଓ ଅନ୍ୟ ଛାତ୍ରଛାତ୍ରୀଙ୍କ ପରିଚୟ ନେବାକୁ ଲାଗିଲେ । ମୁଁ ଗଣିତଟି କରି ସାରି ଆଗକୁ ଦେଖିଲି । ମୁଁ ଜାଣେନି ତାଙ୍କୁ ଦେଖି ମତେ କାହିଁକି ଏକ ଅଭୂତ ଅନୁଭୁତି ହେବାକୁ ଲାଗିଲା ପୁରା ଦେହ ଯେମିତି ସିହରେଇ ଉଠୁଥାଏ । ମତେ ଲାଗିଲା ଯେମିତି ମତେ ପ୍ରଥମ ଦେଖାରେ ପ୍ରେମ ହୋଇଗଲା,ପୁଣି ଡ୍ରଇଂ ଦିଦିଙ୍କ ସାଥିରେ । ମୁଁ ତାଙ୍କୁ ଅନେଇ ରହିଥାଏ । 

         କିଛି ସମୟ ପରେ ମୋର ପରିଚୟ ଦେବାର ପାଳି ପଡ଼ିଲା । ସେ ପୁରା ମୋ ପାଖକୁ ଆସି ମୋ ନାମ ପଚାରିଲେ । ସତ କହୁଚି ମତେ ଲାଗିଲା ମୋ ପାଟି ଖନୀ ମାରି ଯାଉଚି । ମୋ ପାଟିରୁ ଗୋଟେ ହେଲେ ବି ଶବ୍ଦ ବାହାରୁ ନଥାଏ । ତଥାପି ମୁଁ ବହୁ ଚେଷ୍ଟା କରି ମୋ ପରିଚୟ ଦେଲି । ମୋ କଥା ଶୁଣି କ୍ଲାସ୍ ସାରା ପିଲା ହସିବାକୁ ଲାଗିଲେ । ଏମିତିରେ ଶେଷ କ୍ଲାସ୍ ବି ସରିଗଲା । ସ୍କୁଲ୍ ଛୁଟି ହେଇଗଲା । 

  ତା ପରେ ମୁଁ ଯାଇ ଷ୍ଟାଣ୍ଡରୁ ମୋ ସ୍କୁଟି ବାହାର କରୁଥାଏ । ଜଣେ ପିଲା ଆସି ମତେ କହିଲା ମତେ ହେଡ ଦିଦି ଖୋଜୁଛନ୍ତି । ମୁଁ ଗାଡ଼ିକୁ ସେଇଠି ଷ୍ଟାଣ୍ଡ ମାରି ଅଫିସ୍କୁ ଗଲି । ସବୁ ଦିଦି ମାନେ ଅଫିସରେ ବସିଥାନ୍ତି । ମତେ ଦେଖି ଦିଦି ଭିତରକୁ ଆସିବାକୁ କହିଲେ । ମୁଁ ଭିତରକୁ ଗଲି । ସେଠି ଡ୍ରଇଂ ଦିଦି ବି ବସିଥାନ୍ତି । ମୁଁ ଆମ ହେଡ ଦିଦିଙ୍କ ପାଖକୁ ଗଲି । 

  ମୁଁ- ଦିଦି ଖୋଜୁଥିଲେ କି?

 ଦିଦି- ଆରେ ହଁ, ଜ୍ଞାନ ତୁମର ଉପର ଘର ଫାଙ୍କା ଅଛି ନା ଭଡ଼ା ଦେଇ ଦେଇଚ । 

  ମୁଁ- ନାଇଁ ଫାଙ୍କା ଅଛି । 

 ଦିଦି- (ଡ୍ରଇଂ ଦିଦିଙ୍କ ଆଡ଼କୁ ଇଶରା କରି) ଇଏ ତୁମର ନୂଆ ଡ୍ରଇଂ ଦିଦି ଶାଲିନୀ ମେମ୍ ଇଏ ଆମ ସହରକୁ ନୂଆ କରି ଆସିଛନ୍ତି । ସେ ଏଠାକାର ଜାଗା ବିଷୟରେ କିଛି ଜାଣି ନାହାନ୍ତି । ସେଥିପାଇଁ ତୁମ ଘରେ କିଛି ଦିନ ରହିବେ ନୂଆ ଭଡ଼ାଘର ମିଳିଲେ ସେ ସେଠିକି ଶିଫ୍ଟ ହେଇଯିବେ । 

କୁହନ୍ତିନି “ମନ ଖୋଜୁଥାଏ ଯାହା ପ୍ରାପତ ହୋଇଲା ସେହା” ମୁଁ ଭିତରୁ ଖୁସିରେ ଝୁମି ଉଠୁଥାଏ । ମୋ ପାଦ ଆଉ ତଳେ ଲାଗୁ ନଥାଏ । ଯେମିତି ମୋ ମନ ଆକାଶରେ ବିନା ବର୍ଷାରେ ଇନ୍ଦ୍ରଧନୁ ଟାଣି ହୋଇଯାଇଥାଏ । ମୋ ଭାବନାରେ ପୂର୍ଣ୍ଣଚ୍ଛେଦ ପକେଇ ଦିଦି କହିଲେ ମୁଁ ତୋ ବାପାଙ୍କ ସହ କଥା ହେଇ ଯାଇଚି । ତୁ ଶାଲିନୀ ଦିଦିଙ୍କୁ ନେଇ ଘରକୁ ଯା । 

ତାପରେ ମୁଁ ଯିବା ପାଇଁ ହେଡ୍ ଦିଦିଙ୍କ ପାଖରୁ ଅନୁମତି ମାଗିଲି । ସେ ଷ୍ଟାଫ ରୁମରୁ ତାଙ୍କର ଭାରି ଭରକମ୍ ସୁଟକେଶ ଧରି ମୋ ପଛେ ପଛେ ଆସିଲେ । ମୁଁ ଟିକେ ତାଙ୍କର ସହାନୁଭୂତି ପାଇବା ପାଇଁ ତାଙ୍କ ସୁଟକେଶକୁ ତାଙ୍କ ପାଖରୁ ମାଗିନେଲି, ସତ କହୁଚି ସୁଟକେଶ ବହୁତ ଭାରୀ ଥିଲା ଘରେ ମାଆ ଗୋଟେ ଜିନିଷ ଉଠେଇ ଆଣିବା ପାଇଁ କହିଲେ ବି ଯାଏ ନାହିଁ ଆଉ ଆଜି.. । ହଉ ଛାଡ଼ ‘ପ୍ୟାର ମେଁ ସବ୍ କୁଛ ଚଲତା ହେ । ’ଏମିତି ଭାବୁ ଭାବୁ ଆମେ ସ୍କୁଟି ପାଖରେ ପହଞ୍ଚି ଗଲୁ । ମୁଁ ବେଗକୁ ସ୍କୁଟି ଆଗରେ ରଖି ସ୍କୁଟି ର୍ଷ୍ଟାଟ କଲି ସେ ଧୀରେ କରି ମୋ କାନ୍ଧରେ ତାଙ୍କର ପଦ୍ମ ପରି କୋମଳ ହାତକୁ ରଖି ମୋ ପଛ ସିଟରେ ବସିଲେ । ତାଙ୍କ ହାତ ସ୍ପର୍ଶରେ ମୋ ଦେହରେ ଏକ ଅଜବ ଶିହରଣ ଖେଳିଗଲା ଯେମିତିକି ମତେ କିଏ 500 ଭୋଲଟର ଝଟକାଟେ ଦେଇ ଦେଲା । ମୁଁ ସେଇଠି ମୂର୍ତ୍ତି ପରି ଠିଆ ହୋଇ ଥାଏ । ସେ ପଛରୁ କୋଇଲି ପରି ମଧୁର ସ୍ଵରରେ କହିଲେ,” କଣ ହେଲା? ତାଙ୍କର ସ୍ୱର ଶୁଣି ମୁଁ ପ୍ରକୃତିସ୍ଥ ହେଲି । 

   ତାପରେ ମୁଁ ସ୍କୁଟିକୁ ଘର ଆଡ଼କୁ ଛୁଟେଇଲି କିନ୍ତୁ କାହିଁକି କେଜାଣି ସେଦିନ ଘରକୁ ଯିବାକୁ ଇଚ୍ଛା ନଥିଲା । ମୁଁ ଭାବୁଥିଲି ଏ ସମୟଟା ଏଇଠି ଥମି ଯାଆନ୍ତା ନି । ନହେଲେ ତାଙ୍କୁ ମୋ ସ୍କୁଟି ପଛରେ ବସେଇ ବାହାରି ଯାଆନ୍ତି ଏକ ଅସରନ୍ତି ଯାତ୍ରାରେ ଯାହା କେବେ ବି ଶେଷ ହେଇନଥାନ୍ତା । କିନ୍ତୁ କୁହନ୍ତିନି କଳ୍ପନା କେବେ ବି ସତ ହୁଏନା । ସେଥିପାଇଁ ମୋ କଳ୍ପନାର ଚିତ୍ର ଆଙ୍କି ହେବା ପୂର୍ବରୁ ଆମ ଘର ଆସିଗଲା । ସେ ମୋ ପଛରୁ ଆସ୍ତେ କରି ଓହ୍ଲାଇ ଗଲେ । ଆଉ ତାପରେ...........

          

          



Rate this content
Log in

Similar oriya story from Romance