Lopamudra Parida

Tragedy Inspirational


4.6  

Lopamudra Parida

Tragedy Inspirational


ତା ' ସାଙ୍ଗେ ମୁହାଁ ମୁହିଁ

ତା ' ସାଙ୍ଗେ ମୁହାଁ ମୁହିଁ

4 mins 7 4 mins 7

ମୁଁ ଆଉ ମୋର ଗୋଟେ ସାଙ୍ଗ ଆମେ ବାଙ୍ଗାଲୋର ରେ ଅଲଗା ଅଲଗା କମ୍ପାନୀ ରେ ଜବ୍ କରୁଥିଲୁ, ଆଉ ରୁମ୍ ମେଟ୍ ଥିଲୁ ।କରୋନା ହେଲା ।ଘରୁ କାମ କଲୁ ।କାମ ମାନେ ଅଫିସ୍ ଠୁ ଯେ ବାସନ ମଜା ଯାଏ ସବୁ ।ଆଗରୁ ଜଣେ ଭାଇନା ଆସି ରାନ୍ଧିବା କାମଟି ତୁଲେଇଦଉଥିଲେ, ଏବେ ତ ଅନ୍ ଲାଇନ୍ ଅର୍ଡର କୁ ବି ଡର ।ଦିନକୁ ଦିନ ନ ସୁଧୁରୁଥିବା ଅବସ୍ଥା, ସଟ୍ ଡାଉନ୍,ଲକ୍ ଡାଉନ୍ ରେ ଧନ୍ଦି ।ଘରୁ ଖାଲି ଘନାଘନ ଫୋନ୍, ବୋଉ ର କାନ୍ଦ,ବାପା ବ୍ଯସ୍ତ ।ଭାଇ ବମ୍ବେ ରେ ।ଏଠା ଅପେକ୍ଷା ତାର ଆହୁରି ଟାଇଟ୍ ହାଲତ।


ଫାଇନାଲ ହେଲା, ପଡୁ ପଛେ ତିନି ଡବଲ ଭଡା ପଳେଇବା ଫ୍ଲାଇଟ୍ ରେ ।ରହିବା ପଛେ ସ୍କୁଲ ଘରେ ପନ୍ଦର ଦିନ କ୍ବାରେନ୍ଣ୍ଟାଇନ୍ ରେ ,ଫାଇନାଲି ତ ଘରେ ।ମୁଁ ଆଉ ମୋ ରୁମି ଏଠୁ ଟିକେଟ କାଟି ଉଡିଲୁ ।ଭାଇ ଆସିପାରିଲାନି ।ଯୋଉଠୁ ହେଲେ ତ ଅଫିସ୍ କାମ ଏବେ ଲ୍ଯାପଟପ ରେ ହେବ ।ନେଟ୍‌ୱାର୍କ୍‌ ପ୍ରୋବଲେମ ତ ରହିବ ହି ।ହଉ ଚାଲୁ ଦେଖିବା ।


ଏ ହେ ଛି ! କି ଅପରିଷ୍କାର,ଅପରିଛନ୍ନ ।ବାଥ୍ ରୁମ୍ ଠୁ ଖଟ ଯାଏ ।ଷ୍ଟେସନ ରେ ବସିଲା ପରି ଲାଗୁଥିଲା ।ଏଇଟା କୁଆଡେ କ୍ବାରେନ୍ଣ୍ଟାଇନ୍ ହୋମ୍ ।ଏଠି ପୁଣି ପନ୍ଦର ଦିନ, ବୋଉ ଲୋ ,ମୁଣ୍ଡ ଖରାପ ହେଇଯିବ।କୁହାବୋଲା କରି ବାପା ସାତ ଦିନ କୁ କମେଇଲେ ।କେମିତି ସରିବ ଦିନ ଗଣିବା କଥା ।

ମତେ ତ ଲାଗିଲା ଏଇଠୁ ହି ବେଶୀ ବାଣ୍ଟିହଉଛି ରୋଗ ।ଖାଏ ନ ଖାଏ ,କାଇଁ ଆସୁଥିଲି କେଜାଣି ଓଳିଏ ଏମିତି ବି ଲାଗିଲା ।


ଘରେ ପହଞ୍ଚିଛି ଦିନକ ପରେ କାଶ, ଛିଙ୍କ ଆରମ୍ଭ ।କୋକୁଆ ଭୟ ।ପୁଣି ମେଡିକାଲ ଦଉଡ ।ସମସ୍ତଙ୍କ ଜୀବନ କଥା ନା।


ସମସ୍ତେ ଗୋଟିଏ ଭାଡିରେ ପାରା ଯେମିତି, କିଛି ଆଉ ବୁଝା,ପଚରାଉଚୁରା ନାହିଁ ,ସିଧା ଆଇ: ସି: ୟୁ ।ଆଟେଣ୍ଟାନ୍ଡ କେହି ରହିବେନି କି ରହିବାକୁ ଚାହିଁ ବେନି ।

ମେଡିକାଲ ଆସି ଦେଖିଲି ହାଇ ପ୍ରାଓରିଟି ରେ ଆଉ କିଛି ରୋଗ ନାହିଁ ଯେମିତି , କରୋନା କୁ ଛାଡି ।


ବ୍ରଏଲର କୁକୁଡା ଭାଡି ଭାଡି ଆସିବା ପରି ଥାକ ଥାକ ଲୋକ ଆସୁଥାନ୍ତି ।ଭୟ ପୁରା ମତେ ମାଡିବସିଥାଏ।ଏକେ ତ ଏକୁଟିଆ ପୁଣି ଇଏ ସବୁ ।।ଲୁହ ଆଉ କୋଉ ବୋଲ ମାନୁଥାଏ କି ।


ଯେନତେନ ପ୍ରକାରେଣ ଦିନ ଟି ଗଲା ।ରାତି ଟା ଗୋଟେ ହାଁ କରି ବସିଥିବା ମେଲା ପାଟି ପରି ।ଦାନ୍ତ ସବୁ ଟିକ୍ ଟିକ୍ କରି ଖାଇ ଚୋବେଇଯିବ ।ଯେତେବେଳେ ଦେଖିବ ସେ ଚେପ୍ଟା କାନ୍ଥ ଘଣ୍ଟା ରେ ବାର ନହେଲେ ଦୁଇ, ଆଉ ଯେମିତି ଗଣିଆସେନି ।


ଖୁଁ ଖୁଁ, କୁନ୍ଥା, ଆଃ, ଉଃ, ଶକ୍ ଶକ୍ ସବୁ ଶବ୍ଦ ଜଣ ଜଣ କି ମତେ ଡରେଇସାରିଶଲଣି ।ବୋ....ଉ .....ଆପେ ଏ ଶକ୍ତି ଦାୟିନୀ ଶବ୍ଦ ଟି ବୋହିଗଲା ତଣ୍ଟି, ନାକ,ଆଖି ଦେଇ ... ।ଜୋର୍ କୋହ ଉଠିଲା ।ସ୍ତବ୍ଧ ହେଇଗଲା କଳା ଚାଦର ଘୋଡା ଏ ରାତି ।ହଲ୍ ଚଲ୍ ନାହିଁ ।ଏ ଦାଣ୍ଡ କୁକୁର ମାନେ କାଳେ ଅଶରିରୀ ଦେଖିବାର ସାମର୍ଥ୍ୟ ରଖନ୍ତି ।କଣ ଦେଖୁଛନ୍ତି କେଜାଣି?? କାନ୍ଦି ଚାଲିଛନ୍ତି ଆଉ ମତେ ବେଶୀ ବେଶୀ ଡରଉଛନ୍ତି ।


ପାଖ ବେଡ୍ ର ଲୋକ ଟା କଡ ଲେଉଟିଲା ।ମା ଲୋ ।ଡରିଗଲି ଆଉ ସିକୁଡି ବି । ମୁଁ ତା ତରଟା ଆଖି ଦେଖି ଚମକିଲି ଏକ ରକମ ।ସେ କୁନ୍ଥେଇଲା ଆଉ କହିଲା, ଏ ଏ ଝିଅ କାଲି ମୋ ପୁଅ ମତେ ଖୋଜିଆକୁ ଆଇଲେ ......(କାଶିଲା) .....ତାକୁ କଇବୁ (ପୁଣି କାଶ)......ମୁଁ, ମୁଁ,ମୁଁ ......( କାଶ ବଢିଲା) .....


ମୁଁ ଆହୁରି ଡରିଲି, ଆରେ କେହି କଣ ନର୍ସ, ଡକ୍ଟର କେହି କାଇଁ ଆସୁନାହାନ୍ତି ଯେ ,ମୋର ବି ହାତ ସାଲାଇନ୍ ପାଇପ୍ ରେ ଲାଗିଛି ।କଣ କରିବି,.......ସେମିତି ରେ ମତେ ଇନ୍ଜେକ୍ସନ୍ ଡର ,ସେଥିରେ ପୁଣି ହାତ ଫୁଟା, ମୋର ପ୍ରାଣ ଅଧା ।ସାଲାଇନ୍ ବୋତଲ ରେ ଡ୍ରପ୍ ସବୁ ପୁରା କଞୁସ୍ ପରି ପଡୁଥାଏ ।ଚଞ୍ଚଳ ସରିଗଲେ ଯେମିତି ଜୋରିମାନା ଦବାକୁ ହବ ।


ଆରେ ସିଏ କଣ ଆଉ କାଶୁ ନାହାନ୍ତି, କଣ କହୁଥିଲେ କମ୍ପ୍ଲିଟ କଲେନି ତ,ତାଙ୍କ ପୁଅ କିଏ ,ମୁଁ କେମିତି ଚିହ୍ନିବି, କଣ କହିବି, କିଛି ବି ......।ହେ ,ମୁଁ ବା ନିଜେ ଜାଣିନି ମୋର କାଲି କଣ ହବ ! 


ମୃତ୍ୟୁ ଦ୍ବାର ରେ ଠିଆ ଶିଥିଳ ଶରୀର ବି ନିଜକୁ ଭଲପାଏ ,କି ଅଦ୍ଭୁତ ବନ୍ଧନ ।ହର୍ଷ, ଦୁଃଖ, ଲାଭ,ହାନୀ, ମାନ,ଅପମାନ, ତୋର, ମୋର ଆଦି ର ଅନୁଭବ ହିଁ ବନ୍ଧନ ।


ଦିନେ ସବୁ ଆମକୁ ଛାଡିଯାଏ ବା ଆମେ ସେଇ ସବୁ କୁ ଛାଡି ଯାଉ,ଯିବାକୁ ବାଧ୍ୟ ।ଇଛା, ଅନିଛ୍ଛା ସତ୍ବେ ।


କଣ ହେଲା, ସେ କାଇଁ ଆଉ ହଲ୍ ଚଲ୍ ବି ହଉନାହାନ୍ତି ।ଡର ମୋର କମଳ ହେଇଗଲା ।କୁଚିକାଚି ହେଇ ବସି ରହିଲି, ହାତ ଟି ବାହାରକୁ ଝୁଲେଇ ।କିଛି ହନୁମାନ, ଦୁର୍ଗା କୋଉ ସ୍ତୁତି ଯେତେ ବୋଉ ଡର ଛଡେଇବାକୁ ଶିଖେଇଥିଲା ଦରକାର ବେଳେ ଗୋଟେ କାଇଁ ଭଲା ମନେ ପଡନ୍ତା ।


ଯେନତେନ ଫରଚା ଦିଶିଲା ।ମୁଁ ଭାବିଲି ଯିଏ ଆଗେ ଆସିବ ତାକୁ ଆଗେ ସେ ମଉସା ଙ୍କ କଥା କହିବି ।ମୋର ତ ଯାହା ହବାର ଥିବ ହବ ।କେହି ଦେଖା ନାହିଁ ।ୟା ଭିତରେ ବନ୍ଦ ଆମେ ସବୁ ଯେମିତି ପେସେଣ୍ଟ ନୁହେଁ କାନ୍ଥ ଆଲମାରୀ ।


ଭୋକ ,ଶୋଷ,ସବୁ କଲାଣି ।ସେ ମଉସା, ଆଉ ତା ପାଖ ପାଖ ଚାରିଟା ବେଡ୍ ରେ ସବୁ ନିଶ୍ଚଳ ।


କିଏ ଗୋଟେ ଆସିଲା, ହାତ ମାରି ନିଜେ ନିଜକୁ କହିଲା, ଏ ହେ ଇଏ ବି ଗଲା ।ଲାବାରିସ୍ ହେଇ ପୁଣି ଗୋଟେ ପଡିବ ।ଆଉ ଜାଗା କାଇଁ ଯେ ।ପଳେଇଲା ।ମୋ ମୁଣ୍ଡ ଝାଇଁ ଝାଇଁ କୁ ବୁଝିପାରିଲିନି କିଏ ଥିଲା ।ଗଲା ମାନେ ।ପୁଣି ଥରିଲି ଡରରେ ।


ଦଶଟା ଖଣ୍ଡେ ତ ହବଣି ।ନର୍ସ ଆସିଲା ଆଉ ମତେ କହିଲା ଚାଲ।ଭିଡି ଭାଡି ସାଲାଇନ୍ ପାଇପ୍ ସବୁ କାଢିପକେଇଲା ଯେମିତି କାଗଜ ଅଠାରେ କୋଉ ନିର୍ଜୀଵ ଦେହରେ ଖଞ୍ଜା ହେଇଥିଲା ।ଏମାନେ ଏଇ ପରିବେଶ ରେ କାମ କରି କରି ବୋଧେ କାଠ ।କୁଆଡେ ପୁଣି ? ପଚାରିଲାରୁ ଉତ୍ତର ଫେରିଲାନି ।


ରିସେପ୍ସନ ପାଖରେ ବାପା ଙ୍କୁ ଦେଖି ଜୀବନ ପଶିଲା ।ଭେଁ କିନା କାନ୍ଦିଲି ।ସେ ନର୍ସ କଣ ଖଣ୍ଡେ କାଗଜ ବାପା ଙ୍କୁ ବଢେଇ ଦେଇ ଅଦୃଶ୍ୟ ହେଇଗଲା ।ଚିଡି ଗଲେଣି ଏମାନେ ଦେଖି ଦେଖି କା ।


ବାପା ମତେ ସେଠା ବେଞ୍ଚ ରେ ବସେଇ କଣ ଔଷଧ ପାଇଁ ଗଲେ ବୋଧେ ।ମୋ ମୁଣ୍ଡ ଭାରି ଭାରି ।


ଘରେ ପହଞ୍ଚି ସିଧା ବାଥରୁମ୍ ରେ ବୋଉ ନେଇ ଭଲସେ ଗରମ ପାଣି ହଳଦୀ, ନିମ୍ବ ପତ୍ର, ଡେଟଲ୍ ଯାହା ଯାହା ଜୀବାଣୁ ମାରେ ବୋଲି ଜାଣିଥିଲା ସବୁ ପକେଇ ପୋଛି ଦେଲା ।ଆରାମ ଲାଗିଲା ।ବଞ୍ଚି ଗଲି ।

କିନ୍ତୁ ଗୋଡ ହାତ ଗଣ୍ଠି ବିନ୍ଧା ରେ ଫାଟୁଥିଲା ।


ମୋ ରିପୋର୍ଟ ରେ ଚିକନ୍ ଗୁନିଆଁ ଜର ବାହାରିଲା ।


ଇଏ ପୁଣି ।ବୋଉ ର ବ୍ଯସ୍ତତା ର ପୁନଃ ଆରମ୍ଭ ।


ମୁଁ କିନ୍ତୁ ଭାବୁଥିଲି ସେଇ ରାତି କଥା ।


Rate this content
Log in

More oriya story from Lopamudra Parida

Similar oriya story from Tragedy