STORYMIRROR

Sunanda Mohanty

Action Fantasy Children

3  

Sunanda Mohanty

Action Fantasy Children

ସୂରୂ

ସୂରୂ

2 mins
172


ସିଏ ଯାହା ଶୁଣୁଥିଲେ ମୁଁ ବି ସେମିତି ଶୁଣୁଥିଲି, କେବେ ଦୁହେଁ କାନେଇ ରହି ଅନୁମାନ କରୁଥିଲୁ ହୁଏତ ପଡିଶା ଘରୁ ଏ ଶବ୍ଦ ଆସୁଛି ଅବା ପଡିଶା ଘର ଟପି ଦୂରରୁ ଏ ଶବ୍ଦ ଆସୁଛି, ସିଏ ତାଙ୍କ ବାଟରେ ଅନ୍ୱେଷଣ, ମୁଁ ମୋ ବାଟରେ ବିଶ୍ଲେଷଣ ଓ ଅନୁସନ୍ଧାନ ରୁ ଉପନୀତ ହେଲୁ ହୁଏତ ଡାହାଣ ଘର ପଡୋଶୀଙ୍କ ଝିଅର ଛୁଆପିଲା ହେଇଛି ବା ତାଙ୍କ ଦୁଇ ଘର ଡେଇଁ ପୁଅ ସାଙ୍ଗ ବୁବୁର ଏ ଭିତରେ ଛୁଆ ହେଇଛି ଯେହେତୁ ଆମେ ନଥିଲୁ ଜାଣି ପାରିନୁ, ତଥାପି ଜାଣିବାପାଇଁ କାହାକୁ ପଚାରିବୁ ନପଚାରିବୁ ଭାବୁଛୁ ଦେଖିଲୁ ଛେଳି ଛୁଆ ଟିଏ ବରଗଛ ତଳେ ଆମ ଦାଣ୍ଡ ଦୁଆର ସିଧା ବୋବାଉଛି, ସନ୍ଦେହ ମୋଚନ କିଛିଟା ହେବା ନହେବା ଭିତରେ, ଝିଅ ଫୋନ କଲା ତୁମେ ଦୁହେଁ ଚାଲିଗଲା ପରେ ଝିଅ ଭାରି କାନ୍ଦୁଛି, ବୁଝୁନି, ତ ନିଶ୍ଚୟ ତାରି କାନ୍ଦ ଆମକୁ ଶୁଭୁଛି ଝିଅ କହି ସବୁକଥା କହିବାରେ ଝିଅ ହସିଦେଲା ସିନା, ହେଲେ ତଥାପି ବେଳ ଅବେଳ ରେ ଛୋଟ ପିଲା କାନ୍ଦିବା ଶବ୍ଦ ଆମକୁ ବିଚଳିତ କରୁଥିଲା l

   ମନେ ପଡୁଥିଲା ସେଦିନ ମଲ ଭିତରେ ନାତୁଣୀ ଯେତେ ଟେଡି ଜାତୀୟ କଣ୍ଢେଇ କୁକୁର, ବିଲେଇ, ଝିଅ, ପୁଅ, ହାତୀ, ଘୋଡା, ଯାହାକୁ ଦେଖୁଥିଲା କହୁଥିଲା, "ହାଏସୁଲ"କିଛି ବୁଝିହେଉନଥିଲେ ବି ତା ଆଗ୍ରହ କୁ ଅଗ୍ରାହ୍ୟ ନକରି କିଛି ଟେଡି ଜାତୀୟ ଖେଳନା ନେଇ ଆସିଥିଲୁ ଆମେ ଘରକୁ ଆଉ ସେଗୁଡିକ ଦେଖିଲେ ସେ କହୁଥିଲା, "ହାଏସୁଲ ", କଥାଟା ବୁଝୁ ବୁଝୁ ତାକୁ ବୁଝେଇବାକୁ ଯାଇ ଝିଅ ଆମର ପ୍ରତ୍ୟକ ଟେଡି ଆଣି ଧରି ନାତୁଣୀକୁ କହୁଥିଲା ହାଏ ସୂରୂ, ହାଲୋ ସୂରୂ ତ ସେ ନିଜ ନାମ ସୂରୂ ବୋଲି ନଜାଣି ପ୍ରତ୍ୟକ ଟେଡି ଜାତୀୟ କଣ୍ଢେଇକୁ ହାଏସୁଲ କହୁଥିଲା, ହସି ହସି ବେଦମ ଆମେ ହେଲାବେଳେ, ତା ମାଆ ଅର୍ଥାତ ଆମ ଝିଅ ର ପିଲାଦିନେ ସେମିତି ଘରଚଟିଆ କୁ ଦେଖେଇ ବାର୍ଡ଼ ଦେଖେ ବାର୍ଡ଼ ଦେଖେ କହିବା ଫଳରେ ବଡ଼ ହେଲା ପରେ ଘରଚଟିଆ ଦେଖିଲେ ବାର୍ଡ଼ ପକ୍ଷୀ ଆସିଛି କହୁଥିଲା ତ ପିଲାଙ୍କ ମନସ୍ତତ୍ତ୍ୱ ମାପୁ ମାପୁ ନାତୁଣୀର ହାଏସୁଲ ଡାକିବା ମନେପଡ଼ିଗଲା, ତ ପୁଣି ସେଇ ପିଲା କାନ୍ଦ l

   ଏଣେ ଫୋନ ବାଜୁଛି ତେଣେ ଦୁଆରେ କିଏ କଳିଙ୍ଗ ବେଲ ମାରୁଛି, ପୁଅର ଫୋନ ତ ପୁଅ କହୁଥିଲା କବାଟ ଖୋଲ ମୋ ସାଙ୍ଗ ବୁବୁ ଡାକୁଛି, ତ କବାଟ ଖୋଲି ବୁବୁଠୁ ମିଠା ଥାଳି ଗ୍ରହଣ କଲାବେଳେ ସେ ଲାଜ ଲାଜ ହୋଇ କହୁଥିଲା ଆପଣମାନେ ନଥିଲେ ତ ଝିଅ ଟିଏ ହୋଇଛି, ଇଏ ଭଲହେଲା କହୁଥିଲା ବେଳେ ମୁଁ ଆମେ ଜାଣିଛୁ କହିବାରେ ସେ ଜିଟୁ କହିଥିବ କହୁଥିଲା ଯେ ମୁଁ କହିଲି ନାହିଁ ନାହିଁ ଆମେ କାନ୍ଦ ଶୁଣି ଜାଣିଲୁ, ସେ ଲାଜେଇ ଯାଇ ହସୁଥିଲା lଇଏ କହୁଥିଲେ, ଆମେ ସୂରୂ ର ସ୍ୱର ଶୁଣି ଭାବୁଥିଲୁ ଯାହା ସତ l


Rate this content
Log in

Similar oriya story from Action