Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sachidananda Kar

Abstract

2  

Sachidananda Kar

Abstract

ସୁଶୀଳାର ବାହାଘର

ସୁଶୀଳାର ବାହାଘର

2 mins
336


       କେହି କେବେ ଭାବି ନ ଥାଏ, କିନ୍ତୁ ଘଟଣାଟେ ଘଟିଯାଏ।

        ଇଏ ସେମିତି ଏକ ଘଟଣା।

        ସୁଶୀଳାର ବାହାଘର।

        ବସ୍ତିରେ ଘର। ଆଦୌ ସୁନ୍ଦରୀ ନ ଥିଲା ସେ। ବୋଉ ବାର ଘରେ ବାସନ ମାଜୁଥିଲା। ବାପା ଦିନ ମଜୁରିଆ।

        - ' କେଉଁଠି କେମିତି ଦୁହେଁ ଭେଟାଭେଟି ହୋଇଗଲେ କେଜାଣି ! ଭାବ ହୋଇଗଲା। ପିଲାଟା ଏଇ ସହରରେ ଟ୍ରଲି ରିକ୍ସା ଟାଣେ। ତେଲୁଗୁ କହେ। ମନା କଲୁ,ହେଲେ ଝିଅ ମାନିଲାନି। ବାହାଘର କରିଦେଉଛୁ। ତେଣିକି ପ୍ରଭୁଙ୍କ ଇଚ୍ଛା। '

          ଯିଏ ପଚାରୁଥିଲେ ତାଙ୍କୁ ଉତ୍ତରରେ ଏଇ କଥା ହିଁ କହୁଥିଲା ସୁଶୀଳାର ବୋଉ।

          ଗହଳଚହଳରେ ଝୁମ୍ପୁଡିଟି ଆଜି ପଡୁଥିଲା ଉଠୁଥିଲା। ଯଥା ସମ୍ଭବ ସଜାସଜି ବି ହୋଇଥିଲା।

          ବାର ଘରୁ ଆଣିଥିବା ଶାଢ଼ୀ, ଚୁଡି, ସିନ୍ଦୂର, ଭାନିଟି ବ୍ୟାଗ୍,ଡ୍ରେସ ସବୁକୁ ସଜେଇ ରଖୁଥିଲା ସୁଶୀଳାର ବୋଉ। ଆଉ ବି ଯିଏ ଯାହା ଦେଉଥିଲା ତାକୁ ନେଇ ରଖୁଥିଲା।

          ପାଖ ଘର ବୋଉ ସୁଶୀଳା ପାଇଁ ଦେଇଥିଲା ଗୋଟେ ନାଲି ଫୁଲପକା ଜର୍ଜଟି ଶାଢ଼ୀ। ତାକୁ ପିନ୍ଧି ବଉଳ ସାଙ୍ଗରେ ଗପ କରୁଥିଲା ସୁଶୀଳା। ତା'ର ମନଟା ଆଜି ଛମଛମ ହୋଇ ନାଚି ଯାଉଥିଲା। ସେ ଭଲପାଇ ବାହା ହେଉଛି ବୋଲି ତାକୁ କଥାରେ କଥାରେ ବାହାବା ଦେଉଥିଲା ତା'ର ବଉଳ।

          ଏତିକିବେଳେ ବରର ଅଟୋଟି ଆସି ପହଞ୍ଚିଲା। ସୁଶୀଳାର ବାପା, ବୋଉ, ଦାଦା,ଖୁଡି, ସାଙ୍ଗ ସାଥି, ବଉଳ ସମସ୍ତେ ସେଆଡକୁ ଧାଇଁଲେ।

          କିଛି ସମୟ ପରେ ବଉଳ ଫେରି ଆସି ହସିଦେଇ ସୁଶୀଳାକୁ କହିଲା - ' ସାବନା ହେଲେ କ'ଣ ହେଲା, ତୋ ବରଟା ରାଜକୁମାର ପରି ଦେଖିବାକୁ ଲୋ। ହସହସ ମୁହଁ। ନାକ ତଳେ ନିଶ। ଯୋଡି ବଢିଆ ଜମିବ।'

         ସେମାନେ ସମସ୍ତେ ବରକୁ ପାଛୋଟି ଘରକୁ ଆଣିଲେ। ବେଦୀ କାମ ଆରମ୍ଭ ହେଲା। ଶଙ୍ଖ, ହୁଳହୁଳିରେ ଘର କମ୍ପି ଉଠିଲା।

         ଭୋଜି ଖାଇ ଉଚ୍ଚ ପ୍ରଶଂସା କରି ବରଯାତ୍ରୀ ଫେରିଗଲେ।

         ବେଦୀରେ ଝିଅ ଜ୍ବାଇଁ ଏକାଠି ବସି ରହିଥିଲେ। ହାତଗଣ୍ଠି ପଡି ସାରିଲାଣି ସେତେବେଳକୁ। ହଠାତ୍ କାହିଁକି କେଜାଣି ବୋଉ ମନରେ ଛନକା ପଶିଲା।

         ପିଲାଟି ଭଲ ତ ?

         ନିଶାପାଣି ଅଭ୍ୟାସ ନାହିଁ ତ ପିଲାଟିର ?

         ମୋ ଝିଅକୁ ଭଲରେ ରଖିବ ତ ସେ ?

         ପଛରେ ଯୌତୁକ ଦାବି କରିବନି ତ ?

         ପୋଡି ମାରି ଦେବନି ତ ମୋ ଝିଅକୁ ?

         ଗୋଟିଏ ଜାଗାରେ ଠିଆ ହୋଇ ନିଜକୁ ନିଜେ ପଚାରିଲା ସେ। କେତେ ଭାବନାରେ ହଜିଲା।

         - ' ଆ' ଲୋ ,ସୁଶୀଳା ବୋଉ। ଅଳତା,ସିନ୍ଦୂର କରିବୁ। '

          କେହି ଜଣେ ଡାକ ପକାଇଲେ। ଭାବନା ରାଜ୍ୟରୁ ଫେରି ଆସି ବେଦୀ ଆଡକୁ ଧାଇଁଲା ସେ।

          ସରିଗଲା ବାହାଘର।

          ଗୋଟେ ଅନ୍ଧାର ଜାଗାକୁ ଚାଲି ଯାଇ ଫୁଲି ଫୁଲି କାନ୍ଦିଲା ସୁଶୀଳା।

          କେମିତି ବଞ୍ଚିବ ବୋଉ ?

          ଘୋଡାମଦୁଆ ବାପାଟା ତାକୁ ଭଲରେ ରଖିବ ତ ?

          ମୋତେ ଯାହା ତା'ର ଟିକେ ଡର ଥିଲା। ମୁଁ ଚାଲିଗଲା ପରେ

          ନିଜକୁ ପଚାରିଲା ସେ ଏଇ ସବୁ ପ୍ରଶ୍ନ। ବେଶ୍ ଅସହାୟ ହେଲା। ଫେରି ଆସି ବୋଉର ମୁହଁ ଆଡେ ଚାହିଁଲା।

          ଅସହାୟ ଦିଶୁଥିଲା ବି ବୋଉର ମୁହଁ। ତା'ର ସେଇ ମୁହଁ ଆଡେ ଚାହିଁ ଚାହିଁ ନିଜର ଅସହାୟତାକୁ ପାଶୋରି ଦେଲା ସେ।

         ସୁଶୀଳାର ବାହାଘର। ଭଲପାଇ ବାହା ହେଉଛି ସୁଶୀଳା। - ଚର୍ଚ୍ଚା ଚାଲିଥିଲା ସାରା ବସ୍ତିରେ।


Rate this content
Log in

More oriya story from Sachidananda Kar

Similar oriya story from Abstract