Madhabi Patel

Inspirational

3  

Madhabi Patel

Inspirational

ସୁଭଦ୍ରା

ସୁଭଦ୍ରା

2 mins
176



ସୁଭଦ୍ରା ଭାବୁଥିଲା ଏବେ ସେ ବଡଭାଇଙ୍କୁ କେମିତି ବୁଝାଇବ।ତାର ତ ଭୂଲ ହେଇଯାଇଛି।ତାର ଅଜାଣତରେ କେତେବେଳେ ନିଜ ମନକୁ ଅର୍ଜୁନକୁ

ଦେଇସାରିଛି। ନିଜ ହୃଦୟରେ ନିଜର ଆଉ ବଶନାହିଁ।ସେତ କେବେଠୁ ଅର୍ଜୁନର ହୋଇ ସାରିଛି।

ଛୋଟ ଭାଇଙ୍କ ତା ପ୍ରତି ଅପାର ଦୟା ରହିଛି।ସେ ତାଙ୍କ ସଖାସହ ସଂପର୍କ ଗଢିବା ପାଇଁ ଆଶିର୍ବାଦ ଦେଇସାରିଛନ୍ତି।ସେ ଏହା ବି କହିଛନ୍ତି ଯେ ତୁ ରଥରେ ଗଲାବେଳେ ନିଜେ ସାରଥିର ସ୍ଥାନରେ ରଥ ଚଳାଇବୁ।ସେ ନିଶ୍ଚୟ କିଛି ଭାବି କି ଏହି ଆଜ୍ଞା ଦେଇଥିବେ।ତାଙ୍କ କଥା ରଖିବାକୁ ପଡିବ।ସେ ଅର୍ଜୁନକୁ କହିଲେ ତୁମେ ରଥର ପଛରେ ବସ ମୁଁ ରଥ ଚଳାଇବି।ଦୁଇ ପ୍ରେମୀ ରଥାରୁଢ ହୋଇ ବଢିଚାଲିଥିଲେ ବାରୁଣାବନ୍ତ ଅଭିମୁଖେ।କେହିଜଣେ ଦୂତ ଆସି ବଳରାମଙ୍କୁ ଏ ଖବର ଦେଲା। ଖବର ପାଇ ଦଳବଳ ସୈନ୍ୟ ସାମନ୍ତ ଧରି ବଳରାମ ବାହାରିପଡିଲେ ଯୁଦ୍ଧକୁ ସାଂଗରେ କେଶବ ବି।ସେଠି ପହଞ୍ଚିବା ପରେ କେଶବ କହିଲେ ଭାଇ ଆମକୁ ଖବର ମିଳିଥିଲା ଅର୍ଜୁନ ସୁଭଦ୍ରାକୁ ଅପହରଣ କରି ନେଉଯାଉଛି।ହେଲେ ଏଠିତ ଓଲଟା ଦିଶୁଛି।ସୁଭଦ୍ରା ହରଣ କରୁଛି ଅର୍ଜୁନକୁ ଏବେ କାହାକୁ ଦଣ୍ଡ ଦେବେ। ବଳରାମ ମାୟାଧରର ମାୟା ବୁଝି ସାରିଥିଲେ କହିଲେ, ଏସବୁର ଭିତରେ ତୋର ସହମତି ନିଶ୍ଚୟ ଅଛି ତୁମେ ଦୁଇଭାଇଭଉଣୀ ଯଦି ଏଥିରେ ଖୁସି ମୁଁ ବାଧକ ବନିବାକୁ କିଏ? ଚାଲ ଏମାନଙ୍କର ଧୁମ୍ଧାମ୍ ରେ ବିବାହ କରିଦେବା।

     ଆଜି ସେମିତି ଏକ ଘଟଣା ଘଟିବାକୁ ଯାଉଛି।ଅର୍ଜୁନ ଜାଗାରେ ସମିର ଓ ସୁଭଦ୍ରା ଜାଗାରେ ସ୍ନେହା ଅଛନ୍ତି।ଦୁଇଜଣ ପ୍ରେମୀ ।ହୃଦୟ ବିନିମୟ ହେଇସାରିଛି।ଦୁଇଟି ହୃଦୟ ସିନା ହେଲେ ଏକ ଆାତ୍ମା ହେଇ ସାରିଛନ୍ତି।ସମୀର ଆଇ ଏ ଏସ୍ ଦେଇଛି।ଖୁବ୍ ସମ୍ଭାବନା ଅଛି ପାଇଯିବାର।ହେଲେ ତା ବାପା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରି।ସ୍ନେହା ଏକ ସ୍ଵର୍ଣ୍ଣ ଓ ହିରା ଅଳଙ୍କାର ବ୍ୟବସାୟୀର ଝିଅ।ବଳିଆ କାଳିଆ ପରି ଅତ୍ୟନ୍ତ ସ୍ନେହ କରୁଥିବା ଦୁଇଭାଇ ବିଜୟ ଓ ସଂଜୟ ତାର ବଡି ଗାର୍ଡ ଭାବେ ସୁରକ୍ଷା ପ୍ରଦାନରେ ବ୍ରତୀ।ହେଲେ ତାଙ୍କ ଚକ୍ଷ୍ୟୁ ଅନ୍ତରାଳରେ ସ୍ନେହା କେତେବେଳେ ସମୀରକୁ ମନ ହୃଦୟ ଦେଇଦେଲା ସେମାନେ କେହି ଜାଣି ପାରିଲେନି।ଏମିତି ଦିନେ ମଲ୍ଲରେ ପାହଚରୁ ଗୋଡ ଖସିଗଲା ସ୍ନେହାର ସଂଯୋଗକୁ ପାଖରେ ଠିଆ ହେଇଥିଲା ସମିର ସେ ଶୀଘ୍ରତାର ସହ ତାକୁ ଧରିନେଲା।ନହେଲେ କଣ ଯେ ହେଇଥାନ୍ତା ତାର।ସେ ଦିନଠୁ ଦୁଇଜଣଙ୍କ ବନ୍ଧୁତା ହେଇଯାଇଥିଲା।ତାଙ୍କ କଲେଜର ମେଧାବୀଛାତ୍ର ଭାବରେ ତାକୁ ସମସ୍ତେ ଜାଣନ୍ତି।ସମିରର ସାଂଗ ହେବାପାଇଁ ସବୁ ଝିଅ ଅନେଇ ବସିଥାନ୍ତି ହେଲେ ସେ କାହାକୁ ତା ପାଖ ପଶିବାକୁ ଦିଏନି।ପଢାପଢିରେ ବେଳେ ବେଳେ କିଛି ସମସ୍ୟା ହେଲେ ସେ ତାଠୁ ବୁଝୁଥିଲା ସେ ସିନିୟର ଥିବାରୁ ସାଧ୍ୟମତେ ତାକୁ ସବୁବୁଝାଇବାରେ ସାହାଯ୍ୟ କରୁଥିଲା।ଆଜିକୁ ଅନେକ ଦିନ ହେଲାଣି ସମିର ସହ ସ୍ନେହାର ଦେଖାହେଇ ପାରୁନି।

ଏବେ କଲେଜ ବି ବନ୍ଦ।ସମିରକୁ ଭେଟିବ କିପରି?

ସେଦିନ କିଛି ମେଡିସିନ କିଣିବାର ବାହାନାରେ ଦିଜଣ ବାହାରି ଆସିଲେ।ଏକାଠି କଥା ହେଉଥିବା ବେଳେ ପୋଲିସ ଧରିନେଲା।ଖବର ପାଇ ଜଗା ବଳିଆ ବିଜୟ ଓ ସଂଜୟ ପହଞ୍ଚିଗଲେ ପୋଲିସ ପାଖରେ |ଦୁଇଜଣଙ୍କ ଭିତରେ କିଛି ଗୁପ୍ତ ସଂପର୍କ ଥିବା ଅନୁମାନ କଲେ।ବିଜୟ ଝପଟି ପଡିଲା ସମିର ଉପରେ ପୋଲିସର ବାରଣ ସତ୍ତ୍ବେ ଭିଡାଭିଡି ଲାଗି ଗଲା ସେଠି।

ସଂଜୟ କୌଣସି ମତେ ଦି ଜଣକୁ ଅଲଗା କଲା।ସେ ଏ ଦୁଇ ଜଣକ ସଂପର୍କ ବିଷୟରେ ଅବଗତ ଥିଲା। ଆଗରୁ ସ୍ନେହାକୁ କହିଥିଲା ଦରକାର ହେଲେ ତୋ ତରଫରୁ ଫୋନ କରିବୁ ସମିରକୁ।ତେଣୁ କହିଲା ଏବେ ଜଣା ପଡିଯିବ କିଏ କାହାକୁ ଡାକିଛି ଭୂଲ୍ ପ୍ରକୃତରେ କାହାର।ଦୁଇଜଣଂକ ମୋବାଇଲ ନେଇ ଚେକ୍ କରିବାରୁ ଜଣା ପଡିଲା ସ୍ନେହା ଡାକିଛି ସମିରକୁ।ଏବେ ଦୋଷ କାହାର?ବିଜୟ କହିଲା ତାହେଲେ ତତେ ଏମାନଙ୍କ ବିଷୟରେ ଆଗରୁ ଜଣା?

ସମସ୍ତେ ମିଶିଛ ଏକାଠି ହେଇଛ। ଖାଲି ମୁଁ ମୁର୍ଖ ଯେ ଏତେବେଳ ସମସ୍ତଙ୍କ ସାମନାରେ ଲଢି ନିଜକୁ ଅପଦସ୍ତ କଲି।ଚାଲ ଘରକୁ ଲକଡାଉନ୍ ସରୁ ସରୁ ଏମାନଙ୍କର ବାହାଘର କରିଦେବା।ନହେଲ ଏମିତି ପରିସ୍ଥିତି ଥରଥର ଉପୁଯିବ।ତା କଥାରେ ସମସ୍ତେ ହସି ଉଠିଲେ

ହୋ ହୋ ହଇ।



Rate this content
Log in

Similar oriya story from Inspirational