The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

ଓଡ଼ିଆ ଗଳ୍ପ ଓ କବିତା - ୧

Inspirational

3  

ଓଡ଼ିଆ ଗଳ୍ପ ଓ କବିତା - ୧

Inspirational

ସଠିକ୍ ରାୟ

ସଠିକ୍ ରାୟ

2 mins
436


ନୀର ତାଙ୍କର ବାରିପଟେ ନଡିଆ ଗଛଟିଏ ଲଗାଇଥିଲେ । କ୍ରମେ ଏହା ବିଶାଳ ଗଛରେ ପରିଣତ ହେଲା ଏବଂ ଏଥିରେ ଫଳ ଧରିଲା ।  ଗଛଟି ନୀର ଲଗାଇବା ବେଳେ ତାଙ୍କ ବାରିପଟେ କୌଣସି ଘର ନଥିଲା ।  ପରବର୍ତ୍ତୀ ସମୟରେ ଗିରିଧର ନାମକ ଜଣେ ବ୍ୟକ୍ତି ଘର ପଛପଟେ ଗଛଟିଏ ଲଗାଇଲେ ।  ନୀରଙ୍କ ବାରିପଟେ ଥିବା ଗଛଟି ଗିରିଧର ଘର ଆଡକୁ ମାଡିଗଲା ।  ନଡିଆଗଛରେ ଫଳୁଥିବା ସମସ୍ତ ନଡିଆ ଗିରିଧର ବାଡିପଟେ ପଡୁଥିଲା । ଗିରିଧର କେବେ ବି ନଡିଆ ଫେରଉ ନଥିଲା ବରଂ ନିଜେ ବ୍ୟବହାର କରୁଥିଲା ।  ଯଦି ନୀର ଗଛରେ ଚଢି ନଡିଆ ତୋଳିବାକୁ ଚେଷ୍ଟା କରୁଥିଲା ଗିରିଧର ଯୁକ୍ତିତର୍କ କରି କହୁଥିଲା ଗଛଟି ତାର ବାଡିକୁ ମାଡି ଆସିଥିବାରୁ ଗଛଟି ତାର ଅଧିକାରଭୁକ୍ତ ।  ଏହାକୁ ଅନ୍ୟାୟ ମନେ କରି ନୀର ଗ୍ରାମ ମୁଖିଆ ତ୍ରିବେଦୀଙ୍କ ନିକଟରେ ଅଭିଯୋଗ କଲା । ତ୍ରିବେଦୀ ଗିରିଧରଙ୍କୁ ଡକାଇଲେ ।  


    “ମୁଁ ଗଛଟିକୁ ମୋ ଘରଆଡକୁ ନୁଆଁଇ ଦେଇନାହିଁ । ଯଦି ଗଛଟି ସେମିତି ବଢିଲା ମୋର ଧିକାର ନାହିଁ?” ଗିରିଧର ରୁକ୍ଷ ଭାବରେ ଯୁକ୍ତି କଲା ।  

  ସେ କହା କଥା ନ ଶୁଣି ସେଠାରୁ ଚାଲିଗଲା । ମୁଖିଆ ତ୍ରିବେଦୀ ନୀରକୁ କହିଲେ ମୁଁ ଠିକ୍ ସମୟରେ ଠିକ ନ୍ୟାୟ କରିବି ତୁମେ ଟିକିଏ ଧୈର୍ଯ୍ୟ ଧର ।  


ସମୟ ବିତିଗଲା ନଡିଆ ଗଛରେ ବହୁତ ନଡିଆ ଫଳେ କିନ୍ତୁ ନୀର ଗୋଟିଏ ହେଲେ ପାଇଲା ନାହିଁ ।  


ଏହିପରି ବର୍ଷେ ବିତିଗଲା । ହଠାତ୍ ଗିରିଧରର ଘରେ ସମସ୍ତଙ୍କ ଦେହ ହାତ ଭୀଷଣ ଉାବେ କୁଣ୍ଡେଇ ହେଲା । ସେମାନେ କାରଣ କଣ ଯାଣି ପାରିଲେ ନାହିଁ ।  ତାଙ୍କର ଚାକର କହିଲା ଯେ ବିଛୁଆତି ଓ ବାଇଡ଼ଙ୍କ ଗଛ ଯୋଗୁଁ ଏପରି ହେଉଛି ସେହି ଗଛଟି ନୀରର ବାରିପଟୁ ତା ନଡିଆ ଗଛରେ ମାଡିଛି ।  


“ତୁରନ୍ତ ଗିରିଧର ନୀରକୁ ରାଗିଯାଇ କହିଲା, ତୁମ ବାରିରେ ବଢିଥିବା ସେହି ଲତାଟି ତୁରନ୍ତ ଉପାଡି ଦିଅ । ଏହା ମୋ ଘର ବାରି ପର୍ଯ୍ୟନ୍ତ ମାଡିଛି ପତ୍ର ଝଡି ଆମ ସମସ୍ତଙ୍କ ଦେହ ହାତ କୁଣ୍ଡେଇ ହେଉଛି ।  ”


ନୀର ଦୃଢ ଭାବରେ କହିଲା ଯଦି ତା ବାରିରେ ଲାଗିଥିବା ଲତା ପଡୋଶୀଙ୍କ ବାଡିକୁ ଚାଲିଯାଏ ତେବେ ସେ ସେଥିରେ କିଛି କରିପାରିବ ନାହିଁ, ଗିରିଧର ରାଗିଗଲା ଏବଂ ନିଜେ ଗଛକୁ ଛିଣ୍ଡାଇବାକୁ ଉଦ୍ୟମ କଲା ଫଳରେ ଗଛର ମଞ୍ଜିଗୁଡିକ ଫାଟି ବିଞ୍ଛି ହୋଇଗଲା ଏବଂ ଘର ଲୋକଙ୍କ ଅବସ୍ଥା ଅଧିକ ଜଟିଳ ହେଲା ।  


 ପରିବାରର ସମସ୍ତ ସଦସ୍ୟଙ୍କ ଦେହ ହାତ କୁଣ୍ଡାଇ ହେଲା ।  ଗିରିଧର ବଡ ହନ୍ତସନ୍ତ ହେଲା ।  ଶେଷରେ ମୁଖିଆଙ୍କ ପାଖକୁ ଯିବାକୁ ମନେମନେ ସ୍ଥିରକଲା ।  

ଗିରିଧର ଏହି ସମସ୍ୟା ବିଷୟରେ ଗ୍ରାମ ମୁଖିଆଙ୍କ ନିକଟରେ ଅଭିଯୋଗ କରିବାକୁ ଗଲା ।  

“ତୁମେ କହିଲ ଯେ ତୁମ ବାଡିପଟକୁ ମାଡି ଆସିଥିବା ନଡିଆଗଛର ଫଳ ଉପରେତୁମର ଅଧିକାର ଅଛି । ତୁମେ ତୁମ ବାଡିପଟକୁ ନଇଁ ପଡିଥିବା ନଡିଆଗଛକୁ ନିଜରବୋଲି ବିଚାର କଲ । ତେବେ ଏକ ବାଇଡଙ୍କ ଗଛଟି କାହିଁକି ତୁମର ହେବନାହିଁ? ତୁମକୁ ଉଭୟଭଲ ଏବଂ ମନ୍ଦକୁ ସ୍ୱୀକାର କରିବକୁ ପଡିବ?”

ଗିରିଧର ପାଟରୁ ପଦଟିଏ ଜବାବ ବାହାରିଲା ନାହିଁ ।  ସେ ହୃଦୟଙ୍ଗମ କଲା ଯେ ତା ପାଖରେ ଆଉ କୌଣସି ରାସ୍ତା ନାହିଁ ।  ସମାଧାନ କରିବାକୁ ରାଜି ହେଲା ଶେଷରେ ସେ ନେଇଥିବା ସମସ୍ତ ନଡିଆ ବାବଦକୁ ଟଙ୍କା ଦେଲା ଏବଂ ବାଇଡଙ୍କ ଗଛ ହଟାଇବା ପାଇଁ କାକୁତି ମିନତୀ କଲା ।  

ନୀର ବାଇଡଙ୍କ ଗଛଟି କାଟି ଦେଲା ।  


କେହି ଜାଣି ପାରିଲେ ନାହିଁ ତ୍ରିବେଦୀଙ୍କ ପରାମର୍ଶ କ୍ରମେ ହିଁ ନୀର ବାଇଡଙ୍କ ଲତାଟି ନଡିଆ ଗଛ ମୂଳରେ ବାରିରେ ଲଗାଇ ଥିଲା । ଯାହା ଦ୍ୱାରା ଗିରିଧରଙ୍କୁ ତାଙ୍କର ଚଞ୍ଚଳତା ପାଇଁ ଉଚିତ୍ ଶିକ୍ଷା ଦିଆଯାଇ ପାରିବ ।  


Rate this content
Log in

More oriya story from ଓଡ଼ିଆ ଗଳ୍ପ ଓ କବିତା - ୧

Similar oriya story from Inspirational