Dr Jharana Satapathy

Inspirational

2  

Dr Jharana Satapathy

Inspirational

ସତରେ ମୁଁ ବି ଜଣେ କବୟତ୍ରୀ

ସତରେ ମୁଁ ବି ଜଣେ କବୟତ୍ରୀ

3 mins
439


ଏକ ନିରୋଳାରେ ମୁହୁର୍ତ୍ତରେ ଭାବନାର ଅନ୍ତରାଳେ ହଜିଯାଆନ୍ତି ମିସେସ୍ ମହାପାତ୍ର । ଆଖିରେ ଅନେକ ସ୍ବପ୍ନ । ପ୍ରତି ମୁହୂର୍ତ୍ତର ଭାବନାକୁ ନେଇ ଯଦି ସତରେ ତାକୁ ମୋ ଲେଖନୀ ମୂନରେ ନିଜ ଭାଷା ଦେଇ ପ୍ରକାଶ କରିଥିଲେ କେମିତି ହୁଅନ୍ତା ? ମୁଁ ବି ଜଣେ ଲେଖିକା ହୋଇଯାଆନ୍ତି. ! ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ କିଛି ନା କଛି କଳା ରହିଥାଏ । ଏହା ଗୋଟେ ଭଗବାନଙ୍କ ଅବଦାନ ସ୍ବରୂପ । କିଏ କଳା କ୍ଷେତ୍ରରେ ପାରଦର୍ଶିତା ଦେଖାଇଲା ବେଳେ ଆଉ କାହା ପାଖରେ ଥାଏ ଅନ୍ୟ କିଛି କିଛି ଦକ୍ଷତା । କାହାର ଗାଇବାରେ କଳା, ଆଉ କାହାର କାହାର ଲେଖିବାରେ, ନାଚିବାରେ ଏମିତି ବହୁକିଛି ! ଏଗୁଡିକ ଭଗବାନଙ୍କ ଆଶୀର୍ବାଦ ଛଡା ଆଉ କିଛି ନୁହଁ । ସତରେ କାହିଁକି ଏମତି ଭାବନା ମନକୁ ବାରମ୍ବାର ଆସୁଛି ? ମୋ ପାଖରେ ଯଦି ସେମିତି କିଛି ଲେଖିବାର କଳା ଥାଆନ୍ତା ମୁଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥାଆନ୍ତି । ଆଜି ମୁଁ ବିଶିଷ୍ଠ କବୟତ୍ରୀ ରୂପେ ପରିଚିତ ହୋଇଥାଆନ୍ତି । ଏହା କ’ଣ ଗୋଟେ ମନର କଳ୍ପନା । ଛାଡ ସେହି କଥା ।

କର୍ମମୟ ଜୀବନର ବ୍ୟସ୍ଥତା ଭିତରେ ରହି,ପରିବାରକୁ ସମୟ ଦେବା ବହୁତ କଷ୍ଟ ହୋଇଗଲା, ଏଥିପାଇଁ ସରକାରୀ ଚାକିରି ଖଣ୍ଡିଏ ଛାଡିଲି ଏବଂ ନିଜ ପରିବାର ପ୍ରତି ବହୁତ ଧ୍ୟାନ ଦେଲି । ଏବେ ପୁଣି ହେବି କବୟତ୍ରୀ । ଇତିହାସ ବିଭାଗରେ ଅଧ୍ୟାପିକା ଥିଲି ତାକୁ ତ ଛାଡିଲି । ଏବେ ପୁଣି ଅନ୍ୟ ଭାବନା କାହିଁକି ? ଏ ମନଟା ସତରେ ଭାରି ଚଞ୍ଚଳ ! ଏ ଅମାନିଆ ମନକୁ ରୋକିବା ଭାରି ମୁସ୍କିଲ ।

ବାପା'ତ ଥିଲେ ଜଣେ ସୁନାମ ଲେଖକ । ସିଏ ତ ଚାଲିଗଲେ ରହିଗଲା ଖାଲି ଚିହ୍ନ। ଏ ବିଶ୍ବରେ ଅନେକ ବ୍ୟକ୍ତି ନିଜ ସାଧନା ବଳରେ ସଫଳତା ହାସଲ କରିଛନ୍ତି। ଏହି ସଫଳଥା ପଛରେ ଥାଏ ନିଜର ଆତ୍ମବିଶ୍ବାସ, ନିରବିଛିନ୍ନ ସାଧନା ଓ ଧୈର୍ଯ୍ୟ । ସାହିତ୍ୟ ପ୍ରତି ଉତ୍ସାହ ଓ ଭଲପାଇବା ଦେଖି ମନଟା କାହିଁକି ଏତେ ଖୁସି ହୋଇଯାଏ ମନରେ ଖାଲି ପ୍ରଶ୍ନବାଚୀ ଛଡା ଆଉ କିଛି ନୁହଁ । ବାପା ତ ଜଣେ ଲେଖକ ଥିଲେ, ଭାଇ ବି ଲେଖକ ଆଉ ବଡଭଉଣୀ ବି ଜଣେ ଲେଖିକା ଏବେ ମୋ ମନରେ ମଧ୍ୟ ଲେଖିବା ପାଇଁ ଏତେ ଆଗ୍ରହ କାହିଁକି ଆସୁଛି ! ଯଦି ମନକୁ ଆସୁଛି ତାହା ହେଲେ ସେହି ସୁଯୋଗକୁ ଆଉ ହାତଛଡା କରିବା ଉଚିତ୍ ନୁହଁ । ଏକ କାଗଜ କଲମ ଧରି ବସି ପଡିଲେ ମିସେସ୍ ମହାପାତ୍ର ।

ପ୍ରତିଭା ରାୟଙ୍କ ଭଳି ଏତେ ତ ଜ୍ଞାନ ନାହିଁ ମିସେସ୍ ମହାପାତ୍ରଙ୍କର ତଥାପି ଏକ କାଗଜ ଖଣ୍ଡିଏରେ କିଛି ଲେଖିବା ଆରମ୍ଭ କରିଦେଲେ । ଲେଖୁ ଲେଖୁ ଏକ କବିତାଟିଏ ଲେଖିଦେଲେ । ନିଜ ମନକୁ ଭାରି ଭଲ ଲାଗିଲା କବିତାଟି ହୁଏତ ଅନ୍ୟମାନଙ୍କୁ ଭଲ ନ ଲାଗିପାରେ। ସେହି କାଗଜ ଖଣ୍ଡିକ ଡାଏରୀ ଭିତରେ ଚାରି ଚୌତା କରି ରଖିଦେଲେ । କେବେବି ନିଜେ ସ୍ବପ୍ନରେ ଭାବିନଥିଲେ ସେ ଦିନେ ଏମିତି ଭଲ କବିତାଟିଏ ଲେଖିବେ ବୋଲି । ବେଳେବେଳେ ମିସେସ୍ ମହାପାତ୍ର ଭାବନ୍ତି କବିତା ଲେଖିବା ଵୋଧେ ଆମର ବଂଶଗତ କଳା !

ମିସେସ୍ ମହାପାତ୍ର କିଛି ବନ୍ଧୁ ମାନଙ୍କୁ ଘରକୁ ନିମନ୍ତ୍ରଣ କରିଥିଲେ ଅତିଥି ସତ୍କାର ପାଇଁ । ଏମିତି ପରଷ୍ପରର ଆଳାପ ଭିତରେ ସେ ଲେଖିଥିବା ଦୁଇ ଧାଡି କବିତା ଶୁଣାଇଥିଲେ ସମସ୍ତଙ୍କୁ । କବିତାଟି ଶୁଣିବା କ୍ଷଣି ବହୁତ ଭଲ ଲାଗିଥିଲା ସମସ୍ତଙ୍କୁ ଵିଶେଷ କରି ତାଙ୍କ ଭାଇକୁ । ଏତେ ଭଲ ଲାଗିଥିଲା ସେ ଉତ୍ସାହ ଉପରେ ଉତ୍ସାହ ଦେଇ ଚାଲିଲେ ନିଜ ଭଉଣୀକୁ। ଏଇ କଥାଟି ମହାପାତ୍ର ବାବୁଙ୍କ କାନରେ ପଡିଲା ସେ ବହୁତ ପ୍ରେରଣା ଦେଇଥିଲେ ନିଜ ସହଧର୍ମଣୀକୁ ଏ କ୍ଷେତ୍ରରେ ଆଗେଇବା ପାଇଁ । ମିଷ୍ଟେର ମହାପାତ୍ର ବୃତ୍ତିରେ ଜଣେ ଇଞିନିୟର । ଖୁବ୍ ମେଳାପି ଭଦ୍ର ବ୍ୟକ୍ତି । ସବୁଥିରେ ସେ ନିଜ ସ୍ତ୍ରୀକୁ ଉତ୍ସାହ ଏବଂ ପ୍ରେରଣା ଦିଅନ୍ତି।

କଥାରେ ଅଛି ବଡମାନଙ୍କ ଆଶୀର୍ବାଦ ଏବଂ ପ୍ରେରଣାରେ ହିଁ ଜଣେ କିଛି ମାତ୍ରାରେ ଆଗକୁ ବଢିପାରେ। ସମସ୍ତଙ୍କ ଠାରୁ ପ୍ରେରଣା ପାଇ ଲେଖିବା ଆରମ୍ଭ କରିଦେଲେ ମିସେସ୍ ମହାପାତ୍ର । ବହୁ ଗଳ୍ପ,କବିତାମାନ ଲେଖିବା ଆରମ୍ଭ କରିଦେଲେ ।ସେହି ଗଳ୍ପ,କବିତାମାନ ସମସ୍ତଙ୍କୁ ଭଲ ବି ଲାଗିଲା । ଖୁବ୍ ସରଳ ଥାଏ ଗଳ୍ପ ଏବଂ କବିତାମାନ ! ଯେ କୌଣସି ବି ବ୍ୟକ୍ତି ପ୍ରାଞଳ ଭାବେ ତାକୁ ପଢିଦିଅନ୍ତି । ଗଳପ ସଂକଳନ ନାମରେ କେତୋଟି ବହି ମଧ୍ୟ ମିସେସ୍ ମହାପାତ୍ର ନାମରେ ବାହାରିଲା । ବିଭିନ୍ନ ପତ୍ରିକାରେ ପ୍ରକାଶ ପାଇଲା ଲେଖାଗୁଡିକ।

ଦିନେ ମିସେସ୍ ମହାପାତ୍ରକୁ ନିମନ୍ତ୍ରଣ କରାଗଲା କିଛି କବିତାପାଠ କରିବାକୁ ଏକ କବି ସମିଳନୀକୁ। ନିମନ୍ତ୍ରଣ ରକ୍ଷା କରି ବାହାରି ପଡିଲେ ସେ କବି ସମିଳନୀକୁ କବିତା ପାଠ ଲାଗି । ମିସେସ୍ ମହାପାତ୍ର ଶୁଣିବାକୁ ପାଇଲେ କିଛି ନାମଧାମ କବି ଆଉ କବୟତ୍ରୀ ମାନେ କବିତା ପାଠ କରିଵାକୁ ଆସିଛନ୍ତି କବି ସମିଳନୀକୁ । ବିଶିଷ୍ଟ ଲେଖକ ଶ୍ରୀଯୁକ୍ତ ପ୍ରଶାନ୍ତ ଶତପଥୀଙ୍କୁ ସହରର ଲେଖକ ଓ କବି ମାନଙ୍କ ତରଫରୁ ସମ୍ମାନିତ କରିବାର ଥିଲା । ଅନ୍ୟ କବି, ଲେଖକ ମାନେ କେତେ ବେଶଭୂଷାରେ ସଜ୍ଜିତ ହୋଇ ବସିଥାଆନ୍ତି । ମିସେସ୍ ମହାପାତ୍ରଙ୍କର କାନ୍ଧରେ ଥାଏ ଗୋଟେ ଝୁଲା ମୁଣାର ବ୍ୟାଗ୍ ସେଥିରେ ଥାଏ କିଛି ହାତଲେଖା କବିତାମାନ ।

ଜଣେ ଜଣେ କବିତା ପାଠ କଲେ ମଞ୍ଚ ଉପରକୁ ଆସି । ତା’ପରେ ପାଳି ପଡିଲା ମିସେସ୍ ମହାପାତ୍ରଙ୍କର । ନିଜ ଡାଇରିରେ ରଖିଥିବା ଚାରିଚୌତା କାଗଜ ଖଣ୍ଡିଏ ଧରି ସଭା ମଞ୍ଚ ଉପରକୁ ଉଠିଗଲେ ଆଉ ପାଠ କଲେ ସେହି କବିତାଟି । ହାତଗୋଡ ପ୍ରବଳ ଥରୁଥାଏ ମିସେସ୍ ମହାପାତ୍ରଙ୍କର ତଥାପି ହାତରେ ମାଇକଟି ଧରି ନିଜର ସୁମଧୁର କଣ୍ଠରେ କବିତାଟି ପାଠ କଲେ । ଅଜସ୍ର ତାଳି ବାଜି ଉଠିଲା ବିଦଗ୍ଧ ଶ୍ରୋତା ମଣ୍ଡଳୀଙ୍କ ପକ୍ଷରୁ ।  କିଏ ସେହି କବୟତ୍ରୀ ! ବହୁତ ସୁନ୍ଦର କବିତା ତାଙ୍କର ଜାଣିବାକୁ ଇଛୁକ ପ୍ରକାଶ କଲେ ସମସ୍ତେ ।  ଖୁବ୍ କମ ସମୟରେ ଜଣେ ଲୋକପ୍ରିୟ କବୟତ୍ରୀ ରୂପେ ପରିଚିତ ହୋଇଗଲେ ମିସେସ୍ ମହାପାତ୍ର । ତାଙ୍କ ସ୍ବରଚିତ ବହୁ କବିତା, ଗଳ୍ପ ପ୍ରକାଶିତ ହେଲା ବହୁ ମାତ୍ରାରେ । ଶେଷରେ ନିଜକୁ ନିଜେ ପ୍ରଶ୍ନ କଲେ ମିସେସ୍ ମହାପାତ୍ର ସତରେ ମୁଁ ବି ଜଣେ ଏତେ ବଡ କବୟତ୍ରୀ !


Rate this content
Log in

Similar oriya story from Inspirational