STORYMIRROR

Sunanda Mohanty

Action Thriller Others

4  

Sunanda Mohanty

Action Thriller Others

ସ୍ଥାନ କାଳ ପାତ୍ର

ସ୍ଥାନ କାଳ ପାତ୍ର

3 mins
252

ଗାଁରେ ରହିଥାଆନ୍ତି ବାପା ଓ ବୋଉ. ପୁଅ ଲୁଲୁ ଯେତେ କହିଲେ ମଧ୍ୟ ଦିଲ୍ଲୀ ଯିବାକୁ ଏକଦମ ନାହିଁ କରୁଥାନ୍ତି.ଆଜିକାଲି ବୋଉମାନେ ଆଗଭଳି ପୁଅମାନଙ୍କ ଉପରେ ଚାପ ଦେଉନାହାଁନ୍ତି କହିକି ଯେ ବାପାଙ୍କୁ ଭଲ ଶୁଭୁନି ଡାକ୍ତର ଦେଖା କି ବାପାଙ୍କୁ ଭଲ ଦିଶୁନି ଆଖି ପରୀକ୍ଷା କରି ଅପରେସନ କରା ଵା ନିଜର କିଛି ହେଉଥିଲେ ଡାକ୍ତର ପାଖକୁ ନେ ବୋଲି କହୁନାହାଁନ୍ତି ବରଂ ବୟସର ଦୋଷ କହି କଥାଟାକୁ ଟାଳି ଦେଉଛନ୍ତି. ସେଦିନ ଗାଁକୁ ଆସିବ କହିଥିଲା ଲୁଲୁ ତ ବସରୁ ଓଲ୍ହେଇଲା ବେଳକୁ ବାପା ମଟରସାଇକେଲ ପରିବର୍ତ୍ତେ ଅଟୋ ଧରି ଠିଆ. ଲୁଲୁ ଜାଣେ ବାପା ଥର ଥର କରି ତାକୁ ଓ ଭଉଣୀ ଲିଲିକୁ ନେବେ ପଛେ ଗାଁ ବସଷ୍ଟାଣ୍ଡରୁ ଘରଯାଏଁ ଅଟୋକୁ ପଇସା ଦେବେନି କେଵେ . ଭଉଣୀ ଲିଲି ପରିବର୍ତ୍ତେ ସଙ୍ଗୀତା ଥିବାରୁ ବୋଧେ ଅଟୋ କରି ଆସିଛନ୍ତି. କିନ୍ତୁ କଥାଟା କେମିତି କେମିତି ଲାଗିଲା ଲୁଲୁକୁ କାରଣ ନିଜେ ବାପା ଅଟୋରେ ଆସିଥିଲେ ଓ ଫେରିଲେ ମଧ୍ୟ ଅଟୋରେ.ବିନା ବାଇକରେ ଆସିବା ଓ ଯିବା କେବେଠୁ ଭୁଲିଗଲେ ବାପା ବୋଲି ଲୁଲୁ ଭାବୁଥିଲା ବେଳେ ଗାଡି ଲାଗିଥିଲା ଦୁଆରେ.ବୋଉ ସବୁଥର ପରି ପୂର୍ଣ୍ଣିକୁମ୍ଭ ରଖି ଜଗିଥିଲା ଦାଣ୍ଡଦୁଆରେ ତ ଦେଖୁ ଦେଖୁ ଦୀପ ଲଗେଇ ମୁଠେ ହଳଦୀ ମିଶା ଗହମ ସଂଗୀତା ସହ ଲୁଲୁ ଉପରକୁ ଛାଟିବା ତଥା କଞ୍ଚା ରସୁଣ ଲୁଲୁ ଖାଏନା ଜାଣି ମଧ୍ୟ ପିଆଜ ବଦଳରେ ଅଦା ଓ ରସୁଣ କଟା ଥାଳିରେ ରଖି ଭାତ ବାଢ଼ିବା ଲୁଲୁକୁ କେମିତି କେମିତି ଲାଗୁଥିଲା ବେଳେ ବାପାଙ୍କ ରୁମରୁ ଗୋଟେ ବଡ଼ ଆବାଜ ଶୁଣି ବୋଉ ଦଉଡି ଯାଉ ଯାଉ ପଡିଥିଲା.ଲୁଲୁ ବାପାଙ୍କ ପାଖକୁ ଦଉଡିଯାଇ ଭଙ୍ଗା ଫୁଲଦାନୀ ଉଠାଉଥିଲା ବେଳେ ବାପା କହୁଥିଲେ ହାତ ବାଜିଗଲା ଆଉ ସଂଗୀତା ବୋଉଙ୍କର ରକ୍ତ ଝରୁଥିବା ଗୋଡ଼ଟାକୁ ଦେଖି ପାଟି କରୁଥିଲା ତ ବୋଉ ଜାଣିପାରି କହୁଥିଲା ଡାକେନା ମୋ ପୁଅକୁ. ରକ୍ତ ଦେଖିଲେ ସେ ଡରେ.

  ତା ଆରଦିନ ବହୁ ଆଗରୁ ବାପା ବୋଉଙ୍କର ଆଖି ପରୀକ୍ଷା କରିବାକୁ ସହର ନେବାକୁ ଅଟୋ ଡାକିସାରିଥିଲା ଲୁଲୁ ହେଲେ ବୋଉ କହୁଥିଲା ଆରେ ନାହିଁ ମୋ ଆଖି ଠିକ ଅଛି. ତରବର ଯୋଗୁଁ ନଳାରେ ଗୋଡ଼ ପଡିଗଲା ଯାହା . ବାପା କହୁଥିଲେ ତୁ ବ୍ୟସ୍ତ ହୁଅନା. ମୋ ଆଖି ଠିକ ଅଛି. ବରଂ ପାରୁଛୁ ଯଦି ବୋହୁ ଆଣିଥିବା କାଚ ଜିନିଷ ସବୁକୁ ନେଇଯା ତା ସହ ଘରେ ଥିବା ପୁରୁଣା କାଚ ଜିନିଷ ସବୁକୁ ରଖିଦେଇ ଯାଆ. ହାତ ଗୋଡ଼ ବାଜି କାଳେ ଭାଙ୍ଗିଯିବ ବୋଲି କହୁଛି. ବୋଉ କହୁଥିଲା ନାହିଁରେ ପୁଅ କାଚ ଜିନିଷ ପତ୍ର ମଜ୍ଜାମଜ୍ଜି କଲାବେଳେ ହାତରୁ ଖସି ଭାଙ୍ଗୁଛି ତ ସେଇଥିପାଇଁ. ଲୁଲୁ ବୁଝିଗଲା ବାପା ବୋଉ ବୟସ ଓ ସମୟକୁ ଦୋଷ ଦେଇ ନିଜର ନିପାରିଲାପଣିଆକୁ ଘୋଡାଉଛନ୍ତି. ସଂଗୀତା କିନ୍ତୁ ଜାଣିଥିଲା ଥରେ ବାପା ବୋଉ ତା ପାଖକୁ ଯିବା ଭିତରେ ବୋଉଙ୍କ ହାତ ବାଜି ତା ଦାମିକା ଟି ସେଟର ଗୋଟେ କପ ତଳେ ପଡି ଭାଙ୍ଗିଯିବାରୁ ସେ କେତେ ବିରକ୍ତ ହୋଇଥିଲା.ଆଉ ବାପା ଯେବେ ଚଷମା କାଚ ଭାଙ୍ଗିଯାଇଛି କହି ଲୁଲୁକୁ ଦେଇଦେବ ନୂଆ କାଚ ପକେଇ ଆଣିଦେବ କହିଥିଲେ ବୋହୁକୁ ତ ସଂଗୀତା କହିଥିଲା ଏତେ ଛୋଟ ମୋଟ କାମ ସବୁ ନିଜେ ନକରି ପୁଅ ଉପରେ ନିର୍ଭର କରିବା କଣ ଠିକ?ଏ କଥା ଲୁଲୁ ଜାଣିନଥିଲା ବୋଲି ଆଜି ସେ ବୋଉକୁ ହିଁ ଦୋଷ ଦେଇ ଫେରିବାକୁ ଯାଇ ଦିଲ୍ଲୀ ସହର କହୁଥିଲା ଯେ ସବୁକଥା ଲୁଚେଇଲେ କଷ୍ଟ ଯନ୍ତ୍ରଣା ବଢିବ ସିନା କମିବ ନାହିଁ. ଲୁଲୁ କଥା ଶୁଣି ସଂଗୀତା ଚାହିଁଥିଲା ଶାଶୁଙ୍କୁ. ଶାଶୁଙ୍କ ପାଟିରୁ ଅହ୍ୟସୁଲକ୍ଷଣୀ ହେଇଥା ବୋଲି ବାହାରିବା ପରେ ଗୋଡ଼ ଛୁଇଁବାକୁ ନଇଁ ପଡୁଥିଲା ସଂଗୀତା.ସଂଗୀତାକୁ ଚମକାଇ ଦେଇ ଲୁଲୁ ସାଥିରେ ବାପା ବୋଉ ଗାଁରୁ ସିଧା ଯାଇ ଭୁବନେଶ୍ୱର ଏୟାର ପୋର୍ଟରେ ପହଁଚିଲେ. ପ୍ରଥମ ଉଡାଣ ବୋଉକୁ ଯଦିଓ କିଛି ଲାଗୁ ନଥିଲା ବାପାଙ୍କୁ କିଛି କିଛି ଲାଗିଥିଲା. ଦିଲ୍ଲୀରେ ବାପାଙ୍କର ପରୀକ୍ଷା ପାଇଁ ଡ଼କ୍ଟର ଲେଖିଥିଲେ ଏମ ଆର ଆଇ କରିବାକୁ. ଏମ ଆର ଆଇ ପାଇଁ ବହୁ କଷ୍ଟରେ ବାପା ରାଜି ହୋଇ ଭିତରକୁ ଗଲେ ବାହାରେ ସଂଗୀତା ସହ ବୋଉ ଓ ଲୁଲୁ ଅପେକ୍ଷା କରିଥାନ୍ତି. ବାପା ବାହାରିଲା ପରେ ସଂଗୀତା ପଚାରୁଥିଲା କିଛି ଲାଗୁନିତ ବାପା? ଓ ସ୍ତ୍ରୀ ପଚାରିଲେ କେମିତି ଲାଗିଲା ତୁମକୁ କହୁନ କାହିଁକି!କହିବି ଆଉ କଣ ଯେ. ଠିକ ପ୍ରଥମ ଉଡାଣ ପରି ଲାଗୁଥିଲା ତ ସଂଗୀତା ବାପାଙ୍କୁ ପାଣି ବୋତଲ ବଢ଼େଇ ଥିଲେ ପ୍ରଥମେ.ଦେଖିକି,କାଚ ବୋତଲ ହୋଇଥିବ ବୋଲି କହିବାକୁ ଯାଇ ଶାଶୁ କହିପାରୁନଥିଲେ ଆଉ.ତଥାପି କହୁଥିଲେ ଆମେ ସେ କାଚ ଜିନିଷରୁ ଦୂରେଇ ରହିଲେ ଠିକ.ଲୁଲୁ ଆଶ୍ଚର୍ଯ୍ୟରେ ବୋଉ ମୁହଁକୁ ଚାହିଁଥିଲା କେବଳ ଆଉ ଭାବୁଥିଲା ବୋଉକୁ ଆଉ ଗାଁକୁ ଛାଡିବନି ସେଠି ରହିଲେ ହୁଏତ ଆଲଜାଇମୋର ହୋଇଯାଇପାରେ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action