STORYMIRROR

ଓଡିଆ ଗଳ୍ପ

Classics

2  

ଓଡିଆ ଗଳ୍ପ

Classics

ସରପଞ୍ଚ

ସରପଞ୍ଚ

1 min
14.8K


ଶ୍ରୀ ହେମନ୍ତ କୁମାର ରାଉତ

ମାର୍କେଟରୁ ଫେରି ମିନୁ ଦାସ ଶ୍ରୀମତୀଙ୍କୁ କହିଲେ, “ବୁଝିଲ, ଏବେ ସୁଖର ବେଳା ଆସି ପହଞ୍ଚିଗଲା, ଆଉ ଚିନ୍ତା କ’ଣ ?”

ସୁମିତ୍ରା କହିଲେ, “କଣ ହେଇଚି କହୁନା ?”

“କହିବି କ’ଣ ଭୋଟ ଫଳାଫଳ ଆସିଗଲା, ମୁଁ ନିଶ୍ଚୟ ସରପଞ୍ଚରେ ଜିତିବି ।”

“ତମେ ପରା ଆରଥର ହାରିଥିଲ”, ସୁମିତ୍ରା ଟିକେ ହସିଦେଇ କହିଥିଲେ ।

“ଆରଥର ସିନା ହାରିଥିଲି, ଏଥର କିନ୍ତୁ ଜିତାପଟ । ମୋତେ ହରାଇଥିବା ମାଈ ପ୍ରଧାନ ଲୋକଙ୍କ ଚକ୍ଷୁରେ ଘୃଣିତ । ମହାବାତ୍ୟା ପରେ ରିଲିଫ୍ କମ୍ୱଳ ସବୁ ନେଇଗଲା । ବାର୍ଦ୍ଧକ୍ୟ ଭତ୍ତା କରେଇ ଦେବ କହି ଗରିବ ଗୁରୁବାଙ୍କ ଜୀବନ ମାରିଦେଲା । ନିଜେ ଦି’ଟା ଇନ୍ଦିରା ଆବାସ ପାଇଗଲା । ଲୋକେ ଖାଲି ଦାନ୍ତ କାମୁଡୁଛନ୍ତି ।”

“ତମ କଥାପରା ଆରଥର ପେପରରେ ବାହାରିଥିଲା । ତମେ ସେମିତି କ’ଣ କୁଆଡ଼େ କରିଥିଲ ?”

“ହଁ, କରିଛି ଯେ, ସେ ସବୁ ପୁରୁଣା କଥା । ଲୋକେ ମୋତେ ଡାକି ନେହୁରା ହେଲେଣି । ଆଗ କଥା ଆଉ କ’ଣ ମନେଅଛି ? ତାକୁ ପରା ଭୁଲିଗଲେଣି ।”


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics