Sunanda Mohanty

Tragedy Fantasy Others

4  

Sunanda Mohanty

Tragedy Fantasy Others

ସଂସାର

ସଂସାର

3 mins
7


ରାସ୍ତା ସାରା ଛୋଟେଇ ଛୋଟେଇ ପଛକୁ ଅନେଇ ଅନେଇ ସେ ବାଟ ଚାଲୁଥାଆନ୍ତି. ଦିନେ ସେ ବହୁତ ପରାକ୍ରମୀ ଥିଲେ ନିଶ୍ଚୟ. ତାଙ୍କୁ ଦେଖିଲେ ଝିଅ ବୋହୁଙ୍କୁ ଘର ଭିତରକୁ ଭିଡି ନେଇ ଦାଣ୍ଡ କବାଟ କିଳି ନେଉଥିଲେ ମାଆ ମାଉସୀ ଓ ଶାଶୁ ବୋଲାଉଥିବା ଅଧିକାଂଶ ନାରୀ. ନିଶ ଦୁଇହଳ ଏବେବି ଜଣେଇ ଦେଉଛି ଅତୀତର ରାଜକୀୟ ଠାଣି. ମୁହଁ ହାତ ଗୋଡ଼ ଥୁରୁ ଥୁରୁ, ଚମ ଧୁଡୁ ଧୁଡୁ. ପାଦ ପଡୁଛି ବଙ୍କା. ପଛରୁ କେହି ସାଇକେଲରେ ଆସିଲେ ଆଡେଇ ଯାଉଛନ୍ତି. ପଛରୁ କେହି ବାଇକ ବା ଲୁନାରେ ଆସିଲେ ଦଣ୍ଡେ ଚାହୁଁଛନ୍ତି. ନା ଚିହ୍ନା ଜଣା କେହି ନୁହଁ ତ ହାତ ଦେଖାଇ ପାରୁନାହାଁନ୍ତି. ସମୟ ଥିଲା ବୟସ ବେଳେ ରହ କହିଲେ କାହାର ବାଟ ଭାଙ୍ଗି ଚାଲିଯିବାର ସାହାସ ନଥିଲା.

    କୁକୁର ଗୁଡାକ ମଧ୍ୟ ଡରୁନାହାଁନ୍ତି ଆଜିକାଲି. ଆଗେ କୁକୁରଙ୍କୁ ଟେକା ମାରି ଆମ୍ବ ଝଡ଼େଇଲା ପରି ଖଞ୍ଜା ଖସେଇଦେଉଥିଲେ ସେ. ଏବେ ତାଙ୍କ ଖଞ୍ଜା ସମୟ ସହିତ ବୟସ ମିଶି ରୋଗ ଓ ବାର୍ଦ୍ଧକ୍ୟକୁ ସାଲିସ କରି କୁକୁର ବି ମଜ୍ଜା ଦେଖୁଛି. ଭୁ ଭୁ ହୋଇ ଭୁକି ଲାଗିଆସୁଛି ପାଖକୁ ପାଖକୁ ତ ବିଭିର୍ଣ୍ଣ ବାଇକରେ ଯାଉଥିବା ଟୋକା ଟୋକାଳିଆ କେତେଟା ହେଁ ହେଁ ହୋଇ ଦାନ୍ତ ଦେଖାଉଛନ୍ତି. ବୁଢ଼ୀଟା ଆଗ ଭଳି କିଛି ସୁଆଦିଆ କରିପାରୁନି ବୋଲି ଛୋଟେଇ ଛୋଟେଇ ଚାଲି ଚାଲି ବଜାର ଗଳି ମୁଣ୍ଡ ବରା ଦୋକାନ ଯାଏଁ ଆସିବା କଥା. ଜୀବନ ସାରା ପୁଅ ଝିଅଙ୍କୁ ପାଠ ପଢ଼େଇ ମଣିଷ ପରି ମଣିଷ କରୁ କରୁ ଦୂର ଚଢେଇ ପରି ଦୁରକୁ ଉଡିଗଲେ କିଏ କୁଆଡେ.ସେମାନେ ଯେତେ ଡାକିଲେ ମଧ୍ୟ ପ୍ରକୃତ କଥା ଏବେ ଉଡ଼ାଜାହାଜରେ ବସିବାକୁ ଡର.ବୁଢ଼ୀ ହାତ ଧରି ଟ୍ରେନରେ ଉଠିବା କଷ୍ଟ.ପେଁ ପେଁ କରି ବାଇକ ସବୁ ଯାଉଛି.ଚିହ୍ନା ଅଚିହ୍ନା ବାରୁ ବାରୁ ଉଡିଯାଉଛନ୍ତି କିଏ କୁଆଡେ.କୁକୁର ଦିଟା ବରା ପୁଡିଆ ଦେଖି ଦେହ ମିଶା ହୋଇଆସୁଛନ୍ତି.ଏଇ ଗାଁ ପିଲାଟା ବାଇକ ଉଡେଇ ନେଉ ନେଉ କହୁଛି ବ.ନା.ନା.କାଲି ବାପ ତାର ହାତ ଦେଇ ବାଟ ଚାଲୁଥିଲା ଆଜି ପୁଅ ଡାକୁଛି ବନାନନାକୁ ଅପ୍ରଭଂଶ କରି ବନାନା. ତାକୁ ଦେଖାଇଥିବା ହାତ ପଛକୁ ବୁଲି ଗଲାଣି ମିଶ୍ରେଙ୍କର . ନା କେମିତି ଏତେବାଟ ଯିବେ ସେଇ ଚିନ୍ତା କରି ଲାଭ ନାହିଁ. ଢୁକେଇ ଢୁକେଇ ଚାଲୁଥିଲେ ।

  ଏଇ ଗଛ, ନଈ, ପୋଖରୀ, ମାଛ ମଧ୍ୟ ଦିନେ ତାଙ୍କୁ ଗର୍ଭଣୀ ଗାଈ ପରି ବାଟ ଛାଡିଦେଉଥିଲେ. ଆଜି ପାଦ ପକେଇବାକୁ ବଳ ପାଉନି ଦେହରେ . ଔଷଧ ଖାଇଲେ ନଖାଇଲେ ମଧ୍ୟ ଲାଭ ନାହିଁ. ଏଇ ମଣିଷ ନବେ ବୟସରେ ସକ୍ଷମ ତ ଏଇ ମଣିଷ ପଚାଶରୁ ମଧ୍ୟ ବୁଢା. ସହଜେ ତ ତାଙ୍କୁ ଅଶୀ ଛୁଇଁବ. କେତେ ବାଇକ ଉଡି ଯାଉଛି ପାଖ ଦେଇ. ଗୋଟେ ବାଇକ ଅଟକିଗଲା. ବନମାଳୀ ମିଶ୍ରଙ୍କୁ ଲାଗିଲା ସେ କଣ ଆଉ ବାଇକ ଦେହରେ ବାଡେଇ ହୋଇଗଲେ କି?ନା କେହି ତାଙ୍କୁ ଡାକୁଛି ଆ ବନମାଳୀ ବସିଯା ମୋ ଗାଡିରେ. ପିଲାଦିନୁ ସାଙ୍ଗ. କେତେ ଦୁଃଖ ସୁଖ ଓ ଅଙ୍ଗେଲିଭା କଥା ଏ ହୃଦୟରେ ସାଇତା. ତୋର ତ ସମସ୍ତେ ଥାଇ ଏତେ କଷ୍ଟ ପାଉଛୁ ମୁଁ ତ ଅଭିଆଡା ମଣିଷଟା. ବୁଲି ଚାହିଁଲେ ବନମାଳୀ ହଁ ଇଏ ତ ଚୈତନ୍ୟ ଭୋଇ. ତାଙ୍କ ସାଙ୍ଗରେ ପଢେ. ନଡିଆ, ଗୁଆ ତାଳ ଗଛରେ ଚଢେ, ଖଜୁରୀ କୋଳି ପାରେ. ସମସ୍ତେ ଖାଆନ୍ତିନି କିନ୍ତୁ ବନମାଳୀ ଖାଆନ୍ତି ଚୈତନ୍ୟ ସଙ୍ଗେ କେତେ ସୁଖ ଦୁଃଖ ହୁଅନ୍ତି. ବସିଲେ ଚୈତନ୍ୟ ପଛରେ. ବାଇକରୁ ଦୁଆରେ ହାତ ଧରି ଓଲ୍ହାଇ ଦେଇ ଚୈତନ୍ୟ ଯାଉ ଯାଉ ବନମାଳି କହୁଥିଲେ ମଝିରେ ମଝିରେ ଟିକେ ଆସ ଚୈତନ୍ୟ. ଚୈତନ୍ୟ ମୁଣ୍ଡ ଟୁଙ୍ଗାରି ଚାଲିଯିବା ପରେ କିଛି ଗୋଟେ ହଜାଇ ଦେଲା ପରି ଲାଗୁଥିଲା. ବୁଢ଼ୀ ହାତକୁ ଶ୍ରଦ୍ଧାରେ ବଢ଼େଇଦେବାକୁ ଆଣି ଥିବା ବରା ପୁଡିଆଟା ନଥିଲା ସାଙ୍ଗରେ ବନମାଳୀ ମିଶ୍ରଙ୍କର.ସୁକାନ୍ତି କିନ୍ତୁ ଚିତଉ ପିଠା କରିଥାନ୍ତି ବନମାଳୀବାବୁଙ୍କ ପାଇଁ. ଖାଲି କଣ ଚିତଉ!ମନ ଜାଣି କୋଉଦିନ ପୁଳି ତ କୋଉଦିନ ପୁରି ସାଙ୍ଗକୁ କ୍ଷୀରି. ଆଉ ସେସବୁ ସମ୍ଭବ ଏଇ ସଞ୍ଜୁ ଯୋଗୁଁ. କଟା ବଟା ମଜା ଧୁଆ କରିଦିଏ ବୋଲି ସିନା ସବୁ!



Rate this content
Log in

Similar oriya story from Tragedy